ଚୋରା ବାଲି ଗାଡି ଜବତ

News Story - Posted on 2018-02-09

ନବରଙ୍ଗପୁର ତହସିଲଦାରଙ୍କ ଦ୍ୱାରା ଚୋରା ବାଲି ଚାଳାଣ କରୁଥିବା ୭ ଗାଡ଼ିକୁ ଜବତ କରାଯାଇଛି । ନବରଙ୍ଗପୁର ବ୍ଲକ ଅଗ୍ନୀପୁର ପଂଚାୟତ ଅର୍ନ୍ତଗତ ଆମ୍ବାଦଳା ବାଲି ଘାଟ ନିକଟରେ ୭ଟି ବାଲି ଗାଡ଼ିକୁ ତହସିଲଦାର ଅକ୍ଷୟ ଖେମୁଣ୍ଡୁ ଜବତ କରିଛନ୍ତି ।

 

କୋ÷ଣସି ସୂତ୍ରରୁ ଖବର ପାଇ ବେଆଇନ ଭାବେ ଚାଲାଣ ହେଉଥିବା ୭ଟି ଟ୍ରାକ୍ଟରକୁ ଅଟକାଇ ସେଗୁଡିକୁ ସେ ଜବତ କରିଥିଲେ । ଜବତ ଗାଡ଼ିଗୁଡ଼ିକର ଡ୍ରାଇଭରମାନଙ୍କୁ ଘଟଣାସ୍ଥଳରୁ ଗାଡ଼ିରେ ବସାଇ କାର୍ଯ୍ୟାଳୟକୁ ନେଇଯାଇଥିଲେ ତହସିଲଦାର । ଯଦ୍ୱାରା ସଂପୃକ୍ତ ଗାଡ଼ି ମାଲିକମାନଙ୍କର ଆପେ ଆପେ ତହସିଲ କାର୍ଯ୍ୟାଳୟରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

 

ଏହାପରେ ଓଏମ୍ଏନସି (ଓଡିଶା ମାଇନର ମିନେରାଲ କନେସେସନ) ଆଇନ ଅନୁସାରେ କେସ ଡାଇରି କରି ଟ୍ରାକ୍ଟର ପିଛା ୭୧୨୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ,ଜବତ ଟ୍ରାକ୍ଟର ମଧ୍ୟରୁ ଦୁଇଟି ପଡୋଶୀ ଜିଲ୍ଲାର ବରିଗୁମା ଓ କୋରାପୁଟର ବୋଲି ଜଣାପଡିଛି । ଦୀର୍ଘ ଦିନରୁ ଚାଲିଥିବା ଏପରି ଚୋରା ଚାଳାଣକୁ ତହସିଲଦାର ରୋକିବାରେ ସମର୍ଥ ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top