ଭଂଜବିହାର ସମାବର୍ତ୍ତନ ଉତ୍ସବ ସଫଳ

News Story - Posted on 2018-02-07

ଭଂଜବିହାର ପରିସରରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ୨୨ତମ ସମାବର୍ତ୍ତର୍ନ ଉତ୍ସବ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳିତ ହୋଇଛି । ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ମହାମହିମ ଏସସି ଜମିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସମାବର୍ତ୍ତନ ଉତ୍ସବରେ ବୁଦ୍ଧିଜୀବୀ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ସାମ୍ବାଦିକ ଗହଳି ସଫଳତାର ସ୍ପର୍ଶ ପାଇଛି ।

 

ବ୍ରହ୍ମପୁର ବିଶ୍ୱବିଦ୍ୟାୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ସ୍ୱାଗତ ଭାଷଣ ଦେଲା ପରେ କୁଳାଧିପତି ଏସସି ଜମିର ସମାବର୍ତ୍ତନ ଉତ୍ସବ ଉଦଘାଟନ କରିଥିଲେ । ପରେ ସ୍ୱର୍ଣ୍ଣ ପଦପ୍ରାପ୍ତ ତଥା ଉପାଧି ପ୍ରଦାନ କାର୍ଯ୍ୟକ୍ରମର ଘୋଷଣା ହୋଇଥିଲା । ପ୍ରଥମେ ବରିଷ୍ଠ କବି ପଦ୍ମ ବିଭୂଷଣ ରମାକାନ୍ତ ରଥଙ୍କୁ ଏବଂ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଉପାଧି ପ୍ରଦାନ କରିଥିଲେ ରାଜ୍ୟପାଳ । ରାଜ୍ୟପାଳଙ୍କଠାରୁ ଦୁଇ ପ୍ରତିଭା ସମ୍ମାନିତ ହେବା ସମୟରେ ପ୍ରେକ୍ଷାଳୟରେ କରତାଳି ବୃଷ୍ଟି ହେବା ସମୟର ଦୃଶ୍ୟ ବେଶ୍ ଆମୋଦିତ କରିଥିଲା ।

 

ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା କବି ରମାକାନ୍ତ ରଥ ତାଙ୍କ ବକ୍ତବ୍ୟ ନଚିକତା ଓ ତାଙ୍କର ପିତାଙ୍କ କଥୋପକଥନରୁ ଆରମ୍ଭ କରି ଛାତ୍ରମାନଙ୍କର ଶୃଙ୍ଖଳା, ଆଦର୍ଶ ଜୀବନ ଶୈଳୀକୁ ନେଇ ଭାଷଣ ରଖିଥିଲେ । ଉଚ୍ଚତର ଶିକ୍ଷା ଗବେଷଣାଧର୍ମୀ ହେବା ସହ ସାମାଜିକ ଦାୟିତ୍ୱବୋଧ ଉପରେ ପର୍ଯ୍ୟବସିତ ହେଲେ ଶିକ୍ଷାଦାନର ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ ।

 

ପରେ ମହାମହିମ ରାଜ୍ୟପାଳ ଜମିର ନିଜର ଭାଷଣରେ କଠୋର ତପସ୍ୟା ଅଧ୍ୟବସାୟ ସ୍ୱାରା ଛାତ୍ର ନିଜର ଲକ୍ଷ୍ୟ ପୂରଣ କରିପାରେ ବୋଲି କହିଥିଲେ । ଦେଶର ଅର୍ଥନୈତିକ ବ୍ୟବସ୍ଥା ସହ ଶିକ୍ଷା ବ୍ୟବସ୍ଥାରେ ବିଶ୍ୱବିଦ୍ୟାଳୟ ସ୍ଥାନ ସ୍ୱତନ୍ତ୍ର । ଗୁଣାତ୍ମକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରେ । ଶ୍ରେଷ୍ଠ ଲକ୍ଷ୍ୟ ହାସଲ କରିବାକୁ ଛାତ୍ର ସମାଜର ପ୍ରତିଯୋଗିତାପୂର୍ଣ୍ଣ ବୌଦ୍ଧିକ ଓ ବୈଷୟିକ ଉନ୍ନତିମୂଳକ ବିଚାରରେ ନାଗରିକ ଗଠନ କରିପାରି ଏହି ଲକ୍ଷ୍ୟ ଶ୍ରେୟ ଓ ଧ୍ୟେୟ ହେଉ ବୋଲି ଜମିର ଛାତ୍ର ସମାଜକୁ ସମ୍ବୋଧିତ କରିଥିଲେ ।

 

ମୋଟାଗୋଟି ଭାବରେ ଏଇ ୨୨ତମ ସମାବର୍ତ୍ତନ ଉତ୍ସବ ଶତ ପ୍ରତିଶତ ସଫଳତା ହେବା ସହ ଶାନ୍ତି ଶୃଙ୍ଖଳା ବଜାୟ ରହିଥିଲା । ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ ସଂପୂର୍ଣ୍ଣ ଭାବରେ ନିଜ ହାତକୁ ଦାୟିତ୍ୱ ନେଇ ଶୃଙ୍ଖଳା ବ୍ୟବସ୍ଥାରେ ଯେପରି ତ୍ରୁଟି ନରହେ ତଦାରଖ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top