କର୍କଟ ବଳୟରେ ବିଶ୍ୱ

News Story - Posted on 2018-02-04

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା ରୋଗଗୁଡ଼ିକ ମଧ୍ୟରୁ କ୍ୟାନସର ବା କର୍କଟ ନୀରବ ଘାତକ ରୂପେ ମନୁଷ୍ୟ ସମାଜକୁ ଦଂଶନ କରୁଛି । ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଏହାର ଚିକିତ୍ସା ପ୍ରଣାଳୀରେ ଉନ୍ନତି ଘଟିଛି । କିନ୍ତୁ ସଂପୂର୍ଣ୍ଣଭାବେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ । ଜନସାଧାରଣଙ୍କୁ କ୍ୟାନସର ସଂପର୍କରେ ସଚେତନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି ।

 

ସାଧାରଣତଃ ପୁରୁଷମାନେ ୫୦ ବର୍ଷ ପରେ ଓ ମହିଳାମାନଙ୍କୁ ୪୦ରୁ ୫୦ ବର୍ଷ ମଧ୍ୟରେ ଏହି ରୋଗ ଆକ୍ରାନ୍ତ କରିଥାଏ । କ୍ୟାନ୍ସରର ମୁଖ୍ୟତଃ ୩ଟି ପର୍ଯ୍ୟାୟ ରହିଛି । ଯଦି ପ୍ରଥମ ପର୍ଯ୍ୟାୟରେ ଶରୀରରେ କ୍ୟାନ୍ସରର ଜୀବାଣୁ ଚିହ୍ନଟ ହୋଇଯାଏ ସେ ସମୟରେ ରୋଗୀଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇ ପାରିବ । କିନ୍ତୁ ଦ୍ୱିତୀୟ କିମ୍ବା ତୃତୀୟ ସ୍ତରରେ ରୋଗୀକୁ ସଂପୂର୍ଣ୍ଣ ସୁସ୍ଥ କରିବା ଅସମ୍ଭବ । କ୍ୟାନ୍ସରର କେତେକ କାରଣ ରହିଛି ଯାହା ମଣିଷର ନିୟନ୍ତ୍ରଣ ବାହାରେ । କେବଳ ସଚେତନତା ଓ ସଠିକ୍ ଯତ୍ନ ମାଧ୍ୟମରେ କିଛି ମାତ୍ରାରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରେ ।

 

ଏହି ନୀରବ ଘାତକ ରୋଗର କାରଣ ତମାଖୁ ବୋଲି କୁହାଯାଉଥିବାବେଳେ ଏହାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । ଅନେକ ବାହ୍ୟ ପ୍ରଭାବ, ପାରିପାଶ୍ୱିର୍କ ପରବେଶ, ଦୈହିକ ଖାଦ୍ୟ, ପାନୀୟ ଅଭ୍ୟାସ, ଅତ୍ୟଧିକ ନିଶା ଦ୍ରବ୍ୟ ସେବନ, ଅସ୍ୱାଭାବିକ ଜୀବନ ଶୈଳୀ, ଅସୁରକ୍ଷିତ ସହବାସ ଓ ଶରୀରରେ ରକ୍ତାଣୁମାନଙ୍କର ସଂଖ୍ୟାବୃଦ୍ଧି ମଧ୍ୟ କ୍ୟାନ୍ସରର ଅନ୍ୟତମ କାରଣ ହୋଇଥାଏ । ଫଳରେ ମୁଖ ଗହ୍ୱର, ଗଳା କ୍ୟାନସର, ଫୁସ୍ ଫୁସ୍ କ୍ୟାନ୍ସର, ପ୍ରୋଷ୍ଟେଟ କ୍ୟାନ୍ସର ଇତ୍ୟାଦି ହୋଇଥାଏ । ସେହିଭଳି ଆମ ଦେଶରେ ମହିଳାଙ୍କ କର୍କଟ ରୋଗ ସମସ୍ୟା ଅନ୍ୟ କର୍କଟ ରୋଗଠାରୁ ବେଶି ଦେଖିବାକୁ ମିଳିଥାଏ । ମହିଳାମାନଙ୍କ କ୍ଷେତ୍ରରେ ଜରାୟୁ ଗ୍ରୀବା, ଡିମ୍ବକୋଷ, ଗର୍ଭାଶୟ କ୍ୟାନ୍ସର ଓ ସ୍ତନ କର୍କଟ ଦେଖା ଯାଇଥାଏ । ଜରାୟୁ କର୍କଟରେ ପୀଡିତ ହୋଇ ବହୁ ମହିଳାଙ୍କ ମୁତ୍ୟୁ ହୋଇଥାଏ ।

 

ସବୁ କ୍ୟାନସର ବା କର୍କଟ ରୋଗ ଦୁରାରୋଗ୍ୟ ନୁହେଁ । ପ୍ରାଥମିକ ଅବସ୍ଥାରେଏହର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ହୋଇ ପାରିଲେ ଏହାର ନିରାକରଣ ସମ୍ଭବ । କିନ୍ତୁ ସାମୂହିକ ଓ ବ୍ୟକ୍ତିଗତ ଭାବେ ସଚେତନ ହେଲେ କିଛି ମାତ୍ରାରେଏହି ମହାମାରୀ ଦୂରେଇ ପାରିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top