ରଣାଙ୍ଗନକୁ ଓହ୍ଲାଇଲା ବିଜେପି

News Story - Posted on 2018-02-02

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଧୀରେ ଧୀରେ ଜମୁଛି ବିଜେପୁର ଉପନିର୍ବାଚନ । ଆଜି ଗୋଟିଏ ଦିନରେ ବିଜେପି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବାବେଳେ ମାହାଙ୍ଗାରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ହଜାର ହଜାର ସମର୍ଥକଙ୍କ ଗହଣରେ ଆଜି ବିଜେପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ôଥପତ୍ର ଦାଖଲ କରିବା ସହ ଦଳର ଶକ୍ତି ପ୍ରଦର୍ଶନ କରିଥିଲେ । ସଭାପତି ବସନ୍ତ ପଣ୍ଡାଙ୍କ ସହ ବହୁ ବରିଷ୍ଠ ନେତା ଓ ସିନେ ତାରକାଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

 

ସେପଟେ ମାହାଙ୍ଗାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଦ୍ମ ଧରିଛନ୍ତି ଯୁବନେତା ତଥା ମାହାଙ୍ଗା ବିକାଶ ପରିଷଦର ମୁଖ୍ୟ ଶାରଦା ପ୍ରଧାନ । ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ଶାରଦା ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମାହାଙ୍ଗା ମାଟିରେ ମହାପୁରୁଷମାନଙ୍କୁ ସ୍ମୃତି ଚାରଣ କରିବା ସହ ବିଜେପିରେ ସାମିଲ ହେବାକୁ ଧର୍ମେନ୍ଦ୍ର ଆହ୍ୱାନ କରିଥିଲେ । ମାହାଙ୍ଗା ହିତାଧିକରୀଙ୍କ ତାଲିକା ସାର୍ବଜନୀନ କରାଯିବା ସହ ଟଙ୍କିକିଆ ଚାଉଳକୁ ନେଇ ରାଜ୍ୟ ସରକାରଙ୍କୁ ବର୍ଷିଥିଲେ ଏବଂ ୮କୋଟି ଲୋକଙ୍କ ପାଖରେ ଉଜ୍ୱଳା ଯୋଜନା ପହଁଚିବା ନେଇ ସୂଚନା ଦେଇଥିଲେ ।

 

ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଲାଗିଥିବାବେଳେ କଂଗ୍ରେସ ଏହି ରେସରେ ପଛରେ ପଡ଼ି ଯାଇଛି । ଆସନ୍ତା ୫ ତାରିଖରେ ବିଜେଡିର ବିଜେପୁର ପ୍ରାର୍ଥୀ ରୀତା ସାହୁ ପ୍ରାର୍ôଥପତ୍ର ଦାଖଲ କରିବାନେଇ ସ୍ପଷ୍ଟ ହୋଇ ସାରିଥିବାବେଳେ ଏପର୍ଯ୍ୟନ୍ତ କିନ୍ତୁ କଂଗ୍ରେସ ପ୍ରାର୍ଥୀ ଚୟନ କରିପାରିନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top