ମହିଳା କମିଶନ କରୁଛି କ’ଣ?

News Story - Posted on 2018-02-01

ରାଜ୍ୟରେ ଦୁଷ୍କର୍ମ ଋତୁ ଥମିବାର ନା ନେଉ ନଥିବା ବେଳେ ନାରୀକୁ ସୁରକ୍ଷା ଦେବା ଓ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ହୋଇଥିବା ମହିଳା କମିଶନ ସଂପୂର୍ଣ୍ଣ ଫେଲ ମାରିଛି । ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଥିବା ମହିଳା କମିଶନ ସ୍ଥାଣୁ ପାଲଟି ଯାଇଛି । ମନେ ହୁଏ ସତେ ଯେମିତ ମହିଳା କମିଶନ ଜାଣି ଶୁଣି କୌଣସି ଘଟଣାକୁ ଗୁରୁତର ସହ ନେଉନାହାଁନ୍ତି ।

 

ସେପଟେ ବିଳମ୍ବରେ ହେଉ ପଛେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚାକୁ ଆକ୍ସନମୋଡରେ ଦେଖିବାକୁ ମିଳିଛି । ମହିଳା କମିଶନ କାହାର? ରାଜ୍ୟର ନା ବିଜେଡିର? ଏମିତି କିଛି ନାରାଦେଇ କମିଶନଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ମହିଳା ମୋର୍ଚ୍ଚା । ବିଭିନ୍ନ ସମୟରେ ମହିଳାଙ୍କ ସହ ହେଉଥିବା ଅନ୍ୟାୟ ତଥା କୁନ୍ଦୁଲି ଘଟଣାରେ ମୁହଁ ଖୋଲୁନଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପକୁ ପ୍ରତିବାଦ କରି ନୋଟିସ ବୋର୍ଡ ଭାଙ୍ଗିବା ସହ ଚୁଡି ମାଳ ଲଗାଇଥିଲେ ।

 

ଘଟଣାକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ମହିଳା କମିଶନ ଅଧ୍ୟକ୍ଷା ଥରଟିଏ ବି ମୁହଁ ଖୋଲିନାହାଁନ୍ତି । ବରଂ ସେ ସତ ଲୁଚାଇବାରେ ସାହଯ୍ୟ କରୁଥିବା ନେଇ ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଥିଲେ । ନାରୀମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଦୂରର କଥା ସମ୍ବେଦନର ସହ ଦୁଇ ପଦ କଥା ହେଉନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

 

ସେପଟେ କୁନ୍ଦୁଲି ହାଟରେ ପୀଡିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଆନ୍ଦୋଳନକୁ ତୀବ୍ର କରିଛି କଂଗ୍ରେସ । ପୀଡିତାଙ୍କ ଆତ୍ମହତ୍ୟା ନେଇ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜିଙ୍କ ସମେତ ୧୧ ଜଣଙ୍କ ବିରୋଧରେ କୋରାପୁଟ ଜିଲ୍ଲା ଦୌରା ଓ ସ୍ୱତନ୍ତ୍ର କୋର୍ଟରେ ମାମଲା ଦାୟର କରିଛନ୍ତି ପୀଡିତାଙ୍କ ଭାଇ । ସେହିପରି ଘଟଣାର ସିବିଆଇ ତଦନ୍ତ ପାଇଁ ପୂର୍ବତନ ସାଂସଦ ଐରଖାରବେଳ ସ୍ୱାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଏଥିରେ ୬ ଜଣଙ୍କୁ ପକ୍ଷ ଭୁକ୍ତ କରାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top