ଫେରିବ ଲକ୍ଷେ କୋଟି ଟଙ୍କାର ପୁଞ୍ଜି

News Story - Posted on 2018-02-01

ସରକାର ପାଣ୍ଠି ଯୋଗାଡ଼ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର ଆଣିବା ଲାଗି ପ୍ରୟାସ ଆରମ୍ଭ କରିଦେଇଛନ୍ତି । ୨୦୧୮-୧୯ର ସାଧାରଣ ବଜେଟ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ କହିଛନ୍ତି ଯେ ୨୪ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ନୀତିଗତ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରାଯାଇଛି, ଯେଉଁଥିରେ ଏଆର ଇଣ୍ଡିଆର ନୀତିଗତ ଘରୋଇକରଣ ରହିଛି ।

 

ପାଣ୍ଠି ଯୋଗାଡ଼ କରିବା ଲାଗି ସରକାରଙ୍କ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଥିଲେ ଯେ ୧୪,୫୦୦ କୋଟି ଟଙ୍କା ଯୋଗାଡ଼ ଲାଗି ଆରମ୍ଭ କରାଯାଇଥିବା ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ଭାରତ-୨୨ ସମସ୍ତ ଭାଗରେ ଓଭର ସବସ୍କ୍ରାଇବ ଥିଲା । ସେହିପରି ପୁଞ୍ଜି ପ୍ରତ୍ୟାହାର ଲାଗି ୨୦୧୭-୧୮ର ବଜେଟର ପୂର୍ବାନୁମାନ ୭୨,୫୦୦ କୋଟି ଟଙ୍କାର ସର୍ବୋଚ୍ଚ ସ୍ତରରେ ସ୍ଥିର ରହିଥିଲା ତଥା ଏଥିରୁ ଆନୁମାନିକ ପ୍ରାପ୍ତି ମଧ୍ୟ ୨୦୧୭-୧୮ରେ ଲକ୍ଷ୍ୟଠାରୁ ଅଧିକ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହେବାର ଆଶା କରାଯାଉଛି । ଅର୍ଥମନ୍ତ୍ରୀ ୨୦୧୮-୧୯ ଲାଗି ପୁଞ୍ଜି ପ୍ରତ୍ୟାହାରର ଲକ୍ଷ୍ୟ ମଧ୍ୟ ୮୦ ହଜାର କୋଟି ଟଙ୍କା ରଖିଛନ୍ତି ।

 

ବଜେଟ ଭାଷଣରେ ଅର୍ଥମନ୍ତ୍ରୀ କହିଥିଲେ ଯେ ବ୍ୟାଙ୍କଗୁଡ଼ିକୁ ନୂତନ ପୁଞ୍ଜି ଉପଲବ୍ଧ କରାଇବାର କାର୍ଯ୍ୟକ୍ରମ ଚଳିତ ବର୍ଷ ଜାରି କରାଯାଉଥିବା ୮୦ ହଜାର କୋଟି ଟଙ୍କାର ବଣ୍ଡରୁ ଆରମ୍ଭ କରାଯାଇଛି । ଏହି ନୂଆ ପୁଞ୍ଜି ଉପଲବ୍ଧ ହେବା ଦ୍ୱାରା ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ଲାଗି ୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଋଣ ଆକାରରେ ଦେବାର ମାର୍ଗ ପ୍ରଶସ୍ତ ହୋଇପାରିବ । ସୁଦୃଢ଼ ଆଂଚଳିକ ଗ୍ରାମୀଣ ବ୍ୟାଙ୍କ ବଜାରରୁ ପୁଞ୍ଜି ଯୋଗାଡ଼ କରିବା ଲାଗି ଅନୁମତି ଦେବାର ପ୍ରସ୍ତାବ ରହିଛି, ଯାହାଦ୍ୱାରା ସେଗୁଡ଼ିକ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ନିଜର ପ୍ରଭାବ ବଢ଼ାଇପାରିବେ ।

 

ରାଷ୍ଟ୍ରୀୟ ଆବାସ ବ୍ୟାଙ୍କ ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଉଛି । ଭାରତୀୟ ଡାକଘର ଅଧିନିୟମ, ଭବିଷ୍ୟନିଧି ଅଧିନିୟମ ଏବଂ ରାଷ୍ଟ୍ରୀୟ ସଂଚୟ ପ୍ରମାଣପତ୍ର ଅଧିନିୟମକୁ ଏକୀକୃତ କରାଯାଉଛି । ଏହାଛଡ଼ା କେତେକ ଅତିରିକ୍ତ ଜନଉପଯୋଗୀ ଉପାୟ ଆରମ୍ଭ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅଧିକ ଲିକ୍ୟୁଡିଟିର ବ୍ୟବସ୍ଥା କରାଇବାର ମାଧ୍ୟମ କରିବା, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମକୁ ଅଣପାରସ୍ପରିକ ଜମା ସୁବିଧା ରୂପରେ ସଂସ୍ଥାଗତ କରିବା ନିମନ୍ତେ ସଂଶୋଧନ କରାଯାଉଛି । ଭାରତୀୟ ପ୍ରତିଭୂତି ନିୟାମକ ବୋର୍ଡ ଅଧିନିୟମ, ୧୯୯୨ ପ୍ରତିଭୂତି କଂଟ୍ରାକ୍ଟ (ବିନିୟମନ) ଅଧିନିୟମ ୧୯୫୬ ତଥା ଡିପୋଜିଟ୍ରିଜ ଅଧିନିୟମ, ୧୯୫୬କୁ ସଂଶୋଧିତ କରାଯାଉଛି, ଯାହାଦ୍ୱାରା ସୂଚାରୁ ରୂପେ ବିବାଦ ସମାଧାନ ହୋଇପାରିବ ଏବଂ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇପାରିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top