ବଜେଟ୍-୨୦୧୮: ମଧ୍ୟବିତ୍ତ ନିରାଶ

News Story - Posted on 2018-02-01

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଆଜି ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ଜିଏସଟି ଲାଗୁ ହେବା ପରେ ଏହା ହେଉଛି ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ବିଶେଷକରି କୃଷି, ଶିକ୍ଷା,ସ୍ୱାସ୍ଥ୍ୟ ଓ ଗ୍ରାମାଂଚଳକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ତେବେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବଜେଟ ପ୍ରସ୍ତୁତ କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

 

୨୦୧୮ ବଜେଟ୍ରେ ୮ଟି ବଡ଼ ଘୋଷଣା କରିଛନ୍ତି ଜେଟଲି ।

 

ପ୍ରାୟ ୧୦କୋଟିି ଗରିବ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସାବୀମା ସୁବିଧା ମିଳିବ । ପ୍ରତି ତିନୋଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଖୋଲାଯିବ । ଜିଲ୍ଲା ହସପିଟାଲଗୁଡ଼ିକୁ ଉନ୍ନତ କରାଯାଇ ୨୪ଟି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଗଠନ କରାଯିବ । ଏହାଛଡ଼ା ଟିବି ରୋଗୀଙ୍କ ପାଇଁ ୬୦୦ କୋଟି ଟଙ୍କାର ପୌଷ୍ଟିକ ଆହାର ସହାୟତା ଯୋଗାଇ ଦଆଯିବ । ମୋଦି କେୟାର ସ୍କିମ୍ ମାଧ୍ୟମରେ ୧୦ କୋଟିି ଗରିବ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମାର ଘୋଷଣା କରିଛନ୍ତି । ଏହା ବିଶ୍ୱର ସବୁଠାରୁ ବଡ଼ ହେଲଥ୍ କେୟାର ପ୍ରୋଗ୍ରାମ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

 

ସେହିଭଳି ଉଜ୍ଜ୍ୱଳା ଯୋଜନାରେ ୫ କୋଟି ଗରିବ ମହିଳାଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି । ଏବେ ଏହାର ଲକ୍ଷ୍ୟ ୮ କୋଟି ଯାଏ ବଢ଼ାଇ ଦିଆଯାଇଛି । ଦେଶର ୧ ଲକ୍ଷ ପଂଚାୟତକୁ ଇଣ୍ଟରନେଟ ସହ ଯୋନାଯିବ ।

 

ଡିଜିଟାଲ ଇଣ୍ଡିଆ ପାଇଁ ଖର୍ଚ୍ଚ ହେବ ୩୦୩୬ କୋଟି । ସ୍ୱଚ୍ଛ ଭାରତ ଯୋଜନାରେ ଦେଶବ୍ୟାପୀ ୬ କୋଟି ଶୌଚାଳୟ ନିର୍ମାଣ ହୋଇଛି । ଆସନ୍ତା ୨ ବର୍ଷରେ ଆଉ ୨ କୋଟି ଶୌଚାଳୟ ନିର୍ମାଣ ହେବ । ଖରିଫ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି କରାଯାଇଥିବାବେଳେ ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୧୦ ହଜାର କୋଟିର ବ୍ୟୟବରାଦ ହୋଇଛି । ୨୦୧୮-୧୯ ଶେଷ ସୁଦ୍ଧା ୯ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ସଂପୂର୍ଣର୍ ହେବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ଉପରେ ଆଦାୟ ହେଉଥିବା କର୍ପୋରେଟ ଟିକସ ୨୫%କୁ ହ୍ରାସ ।

 

୨୦୧୮-୧୯ ବଜେଟରେ ଆୟକର ଛାଡ଼ ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଅର୍ଥାତ ଆୟକର ଛାଡସୀମା ପୂର୍ବପରି ୨.୫ ଲକ୍ଷ ଟଙ୍କା ବଜାୟ ରହିବ ।

 

ବଜେଟରେ ଶିକ୍ଷା ଓ ରୋଜଗାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆଦିବାସୀ ପିଲାଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ତିଆରି ହେବ । ପ୍ରି ନର୍ସରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ଗୋଟିଏ ଶିକ୍ଷା ନୀତି ଲାଗୁ ହେବ । ସର୍ବୋପରି ବ୍ଳାକ ବୋର୍ଡ ହେବ ଡିଜିଟାଲ ବୋର୍ଡ । ଶିକ୍ଷକଙ୍କ ପାଇଁ ଇଂଟିଗ୍ରେଟେଡ୍ ବିଇଡି ଯୋଜନା କରାଯାଇଛି । ବଡୋଦରାରେ ରେଲୱେ ୟୁନିଭରସିଟି ହେବ । ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା କରାଯାଇଛି । ୭୦ ଲକ୍ଷ ନୂଆ ନିଯୁକ୍ତି ଦେବାର ଯୋଜନା କରାଯାଇଛି । ବିଟି କଏନକୁ ବେଆଇନ ଘୋଷଣା କରାଯାଇଛି । କଂପାନୀମାନଙ୍କୁ ମଧ୍ୟ ଆଧାର କାର୍ଡ କରିବାକୁ ହେବ ।

 

ସେହିଭଳି ରେଳ ବଜେଟ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ନିର୍ମାଣ ହେବ ୩୦୦ ନୂଆ ରେଳ ଲାଇନ । ସବୁ ରେଳ ନେଟୱାର୍କକୁ ବ୍ରଡ୍ ଗେଜରେ ପରିଣତ କରାଯିବାର ଲକ୍ଷ୍ୟ ରଖାଯାଇଛି । ୩୬୦୦ କିଲୋମିଟର ରେଳଲାଇନର ନବୀକରଣ କରାଯିବା ସହ ସବୁ ଟ୍ରେନରେ ସିସିଟିଭି ଓ ୱାଇଫାଇ ସେବା ଓ ୬୦୦ ଷ୍ଟେସନର ଆଧୁନିକୀକରଣ କରାଯିବାନେଇ ସ୍ଥିର କରାଯାଇଛି । ସେହିଭଳି ରାଷ୍ଟ୍ରପତି, ଉପରଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ସଂଶୋଧିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ସଂଶୋଧିତ ହାରରେ ରାଷ୍ଟ୍ରପତି ୫ ଲକ୍ଷ ଟଙ୍କା, ଉପରାଷ୍ଟ୍ରପତି ୪ ଲକ୍ଷ ଟଙ୍କା ଏବଂ ରାଜ୍ୟପାଳମାନେ ୩.୫ ଲକ୍ଷ ଟଙ୍କା ମାସିକ ବେତନ ପାଇବେ ।

 

ବଜେଟ ଉପସ୍ଥାପନ ହୋଇସାରିବା ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି । କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ଆଲୋଚନା କରିବେ । କୃଷି କ୍ଳଷ୍ଟର ଆପ୍ରୋଚ ଦିଗରେ କାମ କରିବେ ସରକାର । ଏହି ବଜେଟ୍ ଫଳରେ ମଧ୍ୟବର୍ଗଙ୍କ ଜୀବନ ବଦଳିବ ବୋଲି ପ୍ରକାଶ କରିଛନ୍ତି । ଗାଁକୁ ସ୍ୱଚ୍ଛ ରଖିବ ଗୋବର୍ଦ୍ଧନ ଯୋଜନା । କୃଷକ ଓ ପଶୁପାଳକଙ୍କ ଆୟ ବୃଦ୍ଧି କରିବ ଗୋବର୍ଦ୍ଧନ ଯୋଜନା । ବ୍ୟାପକ ହେଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପରିସର । ଗାଁର ଆଭ୍ୟନ୍ତରୀଣ ଭିତ୍ତିଭୂମିର ବିକାଶରେ ବ୍ୟବହାର ହେବ । ଆୟୁଷ୍ମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ।

 

ଜିଏସ୍ଟି ଲାଗୁ ପରେ ଦେଶରେ ଟିକସ ଆଦାୟ ବଢ଼ିଥିବା ଅର୍ଥମନ୍ତ୍ରୀ କହିଛନ୍ତି । ବଜେଟ୍ ପରେ କାଜୁ ଦର ୨.୫ ପ୍ରତିଶତ କମିବ, ସୋଲାର ପ୍ୟାନେଲରେ ବ୍ୟବହୃତ ଟେମ୍ପର୍ଡ୍ ଗ୍ଳାସ୍ , ଶ୍ରବଣ ଯନ୍ତ୍ର, ଓ ସ୍କୃ କଂଟା ଶସ୍ତା ହୋଇଥିବାବେଳେ କାର୍, ମୋଟର ସାଇକେଲ, ମୋବାଇଲ୍ ଫୋନ୍, ସୁନା, ରୂପା, ସନ୍ ଗ୍ଳାସ, ଅତର, ଫଳରସ, ପନିପରିବା, ଟଏଲେଟ୍ ଦେୟ, ଟୁଥ୍ ପେଷ୍ଟ, ମହଙ୍ଗା ହେବ ବୋଲି ଜଣାପଡିଛି । କିନ୍ତୁୁ ଏହି ବଜେଟ ମଧ୍ୟବିିତ୍ତଙ୍କୁ ଖୁସି କରି ପାରିନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top