ବଜେଟ ୨୦୧୮-୧୯ ମୁଖ୍ୟାଂଶ

News Story - Posted on 2018-02-01

୨୪, ୪୨, ୨୧୩ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
ଗ୍ରାମାଂଚଳ ଭିତ୍ତିଭୂମି ଲାଗି ୧୪.୩୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
ଗ୍ରାମ୍ୟ ବିକାଶ ପାଇଁ ୧,୩୮,୦୯୭ କୋଟି ଟଙ୍କାର ବ୍ୟୟ ବରାଦ
୩ ଲକ୍ଷ କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ ଯୋଜନା
୩ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ ପ୍ରସ୍ତାବ
ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେବ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ
ବିଶ୍ୱର ସର୍ବ ବୃହତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ୧୦ କୋଟି ଗରୀବ ପରିବାର ତଥା ୫୦ କୋଟି ହିତାଧିକାରୀ
ଏହି ଯୋଜନାରେ ପ୍ରତିବର୍ଷ ଜଟିଳ ଚିକିତ୍ସା ପାଇଁ ଗରୀବଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏବଂ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା
ଯକ୍ଷ୍ମା ରୋଗୀଙ୍କ ପାଇଁ ଆରମ୍ଭ ହେବ ୬୦୦ କୋଟି ଟଙ୍କାର ପୁଷ୍ଟିସାଧନ ଯୋଜନା
ଦେଶରେ ଆଉ ୨୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନାର ଯୋଜନା
ପ୍ରତି ୩ ସଂସଦୀୟ କ୍ଷେତ୍ର ପାଇଁ ରହିବ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଓ ହସ୍ପିଟାଲ
କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ସକାଶେ ୬୩,୮୩୬ କୋଟି ଟଙ୍କାର ବ୍ୟୟ ବରାଦ
କୃଷି ଉତ୍ପାଦ ସଂରକ୍ଷଣ ପାଇଁ ଅପରେସନ ଗ୍ରୀନରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ
୨୦୧୮-୧୯ ଆର୍ଥିକ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ଯୋଜନା
ଏଣିକି ସବୁ ଫସଲକୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)
ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ବଢ଼ିବ
ଜୈବିକ କୃଷିର ବିକାଶ ଲାଗି ୨୦୦ କୋଟି ଟଙ୍କାର ବ୍ୟୟ ବରାଦ
ଦେଶର ୨୨ ହଜାର ଗ୍ରାମ୍ୟ ହାଟକୁ ସ୍ଥାୟୀ କୃଷି ବଜାର ରୂପେ ବିକଶିତ କରାଯାଇ ଇ-ନାମ ସହ ଯୋଡାଯିବ
୨୦୧୮ ମାର୍ଚ୍ଚ ସୁଦ୍ଧା ଇ-ନାମ ସହ ୫୮୫ ମଣ୍ଡି ଯୋଡିବାକୁ ଯୋଜନା
ଦେଶରୁ କୃଷି ଉତ୍ପାଦ ରପ୍ତାନୀ ୧୦୦୦୦ କୋଟି ଡଲାରରେ ପହଂଚାଇବା ଲକ୍ଷ୍ୟ
୪୨ଟି ମେଗା ଖାଦ୍ୟ ପାର୍କ ନିର୍ମାଣର ପ୍ରସ୍ତାବ
ମାଛ ଚାଷ ଓ ପଶୁପାଳନ ପାଇଁ ୨ଟି ନୂଆ ପାଣ୍ଠି ଗଠନ ସହ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ
ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର କୃଷି ଉତ୍ପାଦ କ୍ଲଷ୍ଟରକୁ ବିକଶିତ କରାଯିବ ।
ଖାଦ୍ୟ ଉତ୍ପାଦନ ରେକର୍ଡ ସ୍ତରରେ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୮ ପ୍ରତିଶତ ଅଭିବୃଦ୍ଧି
କୃଷି ବର୍ଜ୍ୟ ପୋଡ଼ି ଯୋଗୁଁ ଉତ୍ପନ୍ନ ବାୟୁ ପ୍ରଦୂଷଣ ରୋକିବାକୁ ସ୍ୱତନ୍ତ୍ର ଯୋଜନା
କୃଷି ଉତ୍ପାଦ କାରବାର କରୁଥିବା ସଂସ୍ଥାମାନଙ୍କୁ ୧୦୦ ପ୍ରତିଶତ ଟିକସ ରିହାତି
ପ୍ରତି ଗାଁକୁ ସ୍ୱଚ୍ଛ ରଖିବା ଲାଗି ଆରମ୍ଭ ହେବ ଗୋବର୍ଦ୍ଧନ ଯୋଜନା
ଏଣିକି କିଷାନ କ୍ରେଡିକ କାର୍ଡ ଜରିଆରେ ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ମିଳିବ ଋଣ ସହାୟତା
୧୧୫ ଅଭିଳାଷୀ ଜିଲ୍ଲାକୁ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଲାଗି ହେବ ନିରନ୍ତର ବିକାଶ କାର୍ଯ୍ୟକ୍ରମ
୮ କୋଟି ପରିବାରକୁ ଉଜ୍ଜଳା ଯୋଜନାରେ ଦିଆଯିବ ମାଗଣା ରନ୍ଧନ ଗ୍ୟାସ ସଂଯୋଗ
ସୌଭାଗ୍ୟ ଯୋଜନାରେ ୪ କୋଟି ଗରୀବ ପରିବାରକୁ ମିଳିବ ମାଗଣା ବିଜୁଳି ସଂଯୋଗ
୨୦୧୮-୧୯ରେ ଅଧିକ ୫୧ ଲକ୍ଷ ଆବାସ ନିର୍ମାଣର ଯୋଜନା
ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ନିର୍ବାହ ମିଶନ ପାଇଁ ୫,୭୫୦ କୋଟି ଟଙ୍କାର ବ୍ୟୟ ବରାଦ
ଭୂତଳ ଜଳ ସେଚନ ଯୋଜନା ପାଇଁ ୯୬ଟି ଜଳକ୍ଲିଷ୍ଟ ଜିଲ୍ଲାରେ ଆରମ୍ଭ କରାଯିବ ନୂଆ ଯୋଜନା; ଖର୍ଚ୍ଚ ହେବ ୨,୬୦୦ କୋଟି ଟଙ୍କା
୨୦୧୮-୧୯ରେ ଦେଶରେ ୧.୮୮ କୋଟି ଶୌଚାଳୟ ନିର୍ମାଣର ପ୍ରସ୍ତାବ
ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ୯,୯୭୫ କୋଟି ଟଙ୍କାର ବ୍ୟୟ ବରାଦ
ରାଷ୍ଟ୍ରୀୟ ବାଉଁଶ ମିଶନ ପାଇଁ ୧,୨୯୦ କୋଟି ଟଙ୍କାର ପ୍ରସ୍ତାବ
ଦେଶରେ ଶିକ୍ଷକମାନଙ୍କ ପାଇଁ ଏକୀକୃତ ବିଇଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ
ଆଦିବାସୀ ଅଂଚଳରେ ଖୋଲିବ ଅଧିକ ଏକଲବ୍ୟ ଆବାସିକ ବିଦ୍ୟାଳୟ
ତଫସିଲଭୁକ୍ତ ଜାତି ବର୍ଗର କଲ୍ୟାଣ ପାଇଁ ୨୦୧୮-୧୯ ବର୍ଷରେ ୫୬,୬୧୯ କୋଟି ଟଙ୍କାର ବ୍ୟୟ ବରାଦ
ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ପାଇଁ ୨୦୧୮-୧୯ ବର୍ଷରେ ୩୯,୧୩୫ କୋଟି ଟଙ୍କାର ବ୍ୟୟ ବରାଦ
ସଙ୍ଗଠିତ କ୍ଷେତ୍ରରେ ୭୦ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ
୯୯ଟି ସ୍ମାର୍ଟ ସିଟି ଲାଗି ୧.୨୧ ଲକ୍ଷ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
ହୃଦୟ ଯୋଜନାରେ ୧୦୦ଟି ଆଦର୍ଶ କୀର୍ତିରାଜୀକୁ ବିକଶିତ କରାଯିବ
ଭାରତମାଳା ପରିଯୋଜନା ଅଧୀନରେ ସଡକ ନିର୍ମାଣକୁ ମଞ୍ଜୁରି
୨୦୧୮-୧୯ ଆର୍ଥିକ ବର୍ଷରେ ରେଳବାଇ ପାଇଁ ୧,୪୮,୫୨୮ କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ
୬୦୦ ରେଳ ଷ୍ଟେସନର ହେବ ପୁନଃବିକାଶ
୩,୬୦୦ କିଲୋମିଟର ରେଳପଥର ହେବ ନବୀକରଣ
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ୩,୦୭୩ କୋଟି ଟଙ୍କାର ବ୍ୟୟ ବରାଦ
ସ୍ୱଦେଶୀ ଜ୍ଞାନ କୌଶଳ ଆଧାରିତ ୫ଜି ଟେକ୍ନୋଲଜି ବିକାଶ ପାଇଁ ଚେନ୍ନାଇରେ ସ୍ଥାପିତ ହେବ ଅତ୍ୟାଧୁନିକ ଗବେଷଣାଗାର
ଦେଶର ସବୁ ଟୋଲ ଗେଟ୍ କୁ ଇ-ଟୋଲ ଗେଟ୍ ରେ ପରିଣତ କରାଯିବ
୨୦୧୮-୧୯ ଆର୍ଥିକ ବର୍ଷରେ ୮୦,୦୦୦ କୋଟି ଟଙ୍କାର ସରକାରୀ ପୁଞ୍ଜି ବିନିବେଶ ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା
ରାଷ୍ଟ୍ରପତିଙ୍କ ଦରମା ମାସିକ ୫ ଲକ୍ଷ, ଉପରାଷ୍ଟ୍ରପତିଙ୍କ ୪ ଲକ୍ଷ ଏବଂ ରାଜ୍ୟପାଳମାନଙ୍କ ଦରମା ୩.୫ ଲକ୍ଷ ଟଙ୍କାକୁ ବୃଦ୍ଧି
ଏପ୍ରିଲ ପହିଲାରୁ ସାଂସଦମାନଙ୍କ ପାଇଁ ନୂତନ ବେତନ ବୃଦ୍ଧି ଢ଼ାଂଚା, ପ୍ରତି ୫ ବର୍ଷରେ ସାଂସଦମାନଙ୍କ ଆପଣା ଛାଏଁ ଭତ୍ତା ବୃଦ୍ଧି
ବାପୁଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଲାଗି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ
ବ୍ୟକ୍ତିଗତ ଆୟକର ଛାଡ ସୀମା ଅପରିବର୍ତିତ, ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ହେଲା ୪୦ ହଜାର ଟଙ୍କା
ବରିଷ୍ଠ ନାଗରିକମାନଙ୍କ ପାଇଁ ସଂଚୟ ଜମା ସୁଧ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ
ବରିଷ୍ଠ ନାଗରିକଙ୍କ ପାଇଁ ପରିବର୍ଦ୍ଧିତ ସ୍ୱାସ୍ଥ୍ୟ ବୀମା ସହାୟତା
ମୋବାଇଲ ଫୋନ୍ ଉପରେ ବର୍ହିଃଶୁଳ୍କ ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି
କଂଚା କାଜୁ ଆମଦାନୀ ଉପରୁ ବର୍ହିଃଶୁଳ୍କ ୫ ରୁ ୨.୫ ପ୍ରତିଶତକୁ ହ୍ରାସ
ସହରାଂଚଳ ବିକାଶ ପାଇଁ ୪୧,୭୬୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top