ମୂର୍ଚ୍ଛାରେ ମୃତ୍ୟୁ ନା ହତ୍ୟା? 

News Story - Posted on 2018-02-01

ନବରଙ୍ଗପୁର ଚାମୁରିଆଗୁଡା ନିକଟସ୍ଥ ପ୍ରକୃତି ରିସୋର୍ଟ ସମ୍ମୁଖସ୍ଥ ଏକ ନୀଳଗିରି ବାଡ଼ରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଚାମୁରିଆଗୁଡ଼ା ଅଂଚଳର ସତପାଲ ଚୌଧୁରୀଙ୍କ ପୁଅ ଇଶ୍ୱର ଚୋ÷ଧୁରୀ ବୋଲି ଜଣା ପଡ଼ିଛି ।

 

ଗୁରୁବାର ଦିନ ଇଶ୍ୱରଙ୍କ ମୃତ ଦେହ ନୀଳଗିରି ବାଡ଼ରେ ପଡ଼ିଥିବା ଦେଖି ଅଂଚଳବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ପଚରା ଉଚୁରା କରିବା ସମୟରେ ମୃତକଙ୍କ ଅଜା ମନ୍ମଥ ପଟ୍ଟନାୟକ ଇଶ୍ୱରଙ୍କୁ ପୂର୍ବରୁ ମୂର୍ଛା ରୋଗ ରହିଥିଲା ବୋଲି ସୂଚନା ଦେଇଥିଲେ । ଗତକାଲି ପୂର୍ଣ୍ଣମୀ ରହିଥିବାରୁ ଈଶ୍ୱର ମୂର୍ଚ୍ଛା ରୋଗରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଶବର ଆଖି କୋଣରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ଏଥିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେଣୁ ଘଟଣାର ଅଧିକ ତଦନ୍ତ ପାଇଁ କୋରାପୁଟରୁ ପୋଲିସ ସନ୍ଧାନୀ କୁକୁର ମଗାଯାଇଥିବା ନବରଙ୍ଗପୁର ଥାନା ଅଧô୍କାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି ।

 

ଈଶ୍ୱରଙ୍କ ନିଜ ଘର କେସିଗାଁ ଏବଂ ବାପାଙ୍କ ମୃତ୍ୟୁ ପରେ ସେ ଅଜାଙ୍କ ଘରେ ରହି ଏକ ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top