ନକାରାତ୍ମକ ଖବର ଛାଡ଼

News Story - Posted on 2018-01-31

(କିଶୋର କୁମାର ପଟ୍ଟନାୟକ)

 

ନବରଙ୍ଗପୁରର ବ୍ରହ୍ନକୁମାର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦ୍ରରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ନକୁମାର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ମାଉଣ୍ଟ ଆବୁ ଗଣମାଧ୍ୟମ ସଂଯୋଜକ ବି. କେ. ସୁସାନ୍ତ ଭାଇ ଓ ବି କେ ପ୍ରୀୟଙ୍କା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସଦର ମହକୁମାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପରିଚାଳିକା ନିଲମଜୀ ସ୍ୱାଗତ ଭାଷଣ ଦେବା ସହ କର୍ମଶାଳା ସଂମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ହରି ନଗର ଦିଲ୍ଲୀରେ ରହି ବିଭିନ୍ନ ଅନୁଷ୍ଠାନରେ ଷ୍ଟ୍ରେସ‌୍‍ ମେନେଜମେଣ୍ଟ ୱାର୍କସପ ଦିଗଦର୍ଶନ ଦେଉଥିବା ପ୍ରୀୟଙ୍କାଜୀ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସକାରାତ୍ମକ ଖବର ପରିବେଷଣ କରିବାକୁ ଆହ୍ୱାନ ଦେଇଥିଲେ।

 

କାର୍ଯ୍ୟକ୍ରମରେ ସୁଶାନ୍ତ ଭାଇ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ  ମାନସିକ ଚାପର କାରଣ ଓ ନିରାକରଣ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ସାମ୍ୱାଦିକତା ସହ ଆଧ୍ୟାତ୍ମିିକତା ଯୋଡିବାକୁ ପରାମର୍ଶ ଦେବା ସହ ଧ୍ୟାନ ଦ୍ୱାରା ଶାନ୍ତି ଓ ସନ୍ତୋଷ ହାସଲ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ଦୁନିଆକୁ ପରିବର୍ତ୍ତନ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଖବର ପରିବେଷଣ ସମୟରେ ନକରାତ୍ମକ ଦିଗ ତ୍ୟାଗ କରି ଗଠନ ମୂଳକ ଖବର ପରିବେଷଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ସମାଜରେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ପାଠକମାନଙ୍କ ମଧ୍ୟରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତଙ୍କୁ ଦୈନିକ ଅନ୍ତତଃ ୫ ମିନିଟ ଧ୍ୟାନ ଅଭ୍ୟାସ କରିବାକୁ ସେ ପ୍ରବର୍ତ୍ତାଇଥିଲେ। ଶେଷରେ ବି. କେ. ଗୀତା ଧନ଼୍ୟବାଦ ଅର୍ପଣ କରିଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top