କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ ଉଦ୍ଘାଟିତ

News Story - Posted on 2018-01-28

ସାନଖେମୁଣ୍ଡି ବ୍ଳକ ମହାନଳା ମହାଲକ୍ଷ୍ମୀ ନଗରରେ ମହାଲକ୍ଷ୍ମୀ କ୍ରିକେଟ୍ କ୍ଳବ ପକ୍ଷରୁ ମହାଲକ୍ଷ୍ମୀ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧକ୍ଷା ଲତିକା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ସାମାଜିକ କର୍ମୀ ଡ. ରୀନା ରାଉତରାୟ, ସମାଜ ସେବୀ ଅଶୋକ ବେହେରା, ନିର୍ବାଚିତ ପ୍ରତିନିଧି ଅମୀନ ପ୍ରଧାନ, କାଳୀଚରଣ ରାଉଳ, ନିତ୍ୟାନନ୍ଦ ପ୍ରଧାନ, ରାଜୀବ ଲୋଚନ ପାତ୍ର, ଟୁକୁନା ପାତ୍ର, ଅଧ୍ୟାପକ ଅମୀୟ କୁମାର ପାଢୀ ପ୍ରମୁଖ ଯୋଗଦେଇଥିଲେ ।

 

ଉଦ୍ଘାଟନ ଦିବସରେ ଦୁଇଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍ ପାଟପୁର ଟିମ୍ ସହିତ ରାଜପୁର ମଧ୍ୟରେ ହୋଇଥିଲା । ରାଜପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ସମୁଦାୟ ୧୦ ଓଭରରେ ୯୫ ରନ୍ କରିଥିବା ବେଳେ ପାଟପୁର ନିଜର ସମସ୍ତ ୱିକେଟ୍ ହରାଇ ୪୯ କରିଥିଲା । ପ୍ରଥମ ମ୍ୟାଚ୍ରେ ରାଜପୁର ବିଜୟଲାଭ କରିଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍ ପବିତ୍ର ସେଠୀ ହୋଇଥିଲେ ।

 

ସେହିପରି ଦ୍ୱିତୀୟ ମ୍ୟାଚ୍ଟି ଆଡ଼ପଡ଼ା ସହିତ ପତାଣ୍ଡ ସହିତ ଅନୁଷ୍ଠିତ ହୋଇଥିଲା । ଆଡ଼ପଡ଼ା ଟସ୍ ଜିତି ୧୦ ଓଭରରେ ୯୫ ରନ୍ ଗ୍ରହଣ କରିଥିବା ବେଳେ ପତାଣ୍ଡ ୮ ଓଭର ୫ ବଲରେ ୯୬ ରନ୍ ଅଧିଗ୍ରହଣ କରି ବିଜୟ ଲାଭ କରିଥିବା ବେଳେ ମ୍ୟାନ୍ ଅଫ ଦି ମ୍ୟାଚ୍ ଅଜିତ୍ଙ୍କୁ ଘୋଷଣା କରାଯାଇଥିଲା । ରାମଗିରି କଲେଜର କ୍ରୀଡା ଅଧ୍ୟାପକ ମାଧବ ଖୁଣ୍ଟିଆ, ମୁଣ୍ଡମରାଇ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ କେ. ନାନବାବୁ ଦୋରା ଓ ସୁବ୍ରତ କୁମାର ସାମନ୍ତରାୟ ପରିଚାଳନାରେ ସହଯୋଗ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top