ବିଜେଡି ଅଫିସରେ ମହିଳାଙ୍କୁ ଦୁଷ୍କର୍ମ!

News Story - Posted on 2018-01-15

ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବିଜୁ ପକ୍କାଘର ଦେବା ବାହାନାରେ ଡକାଇ ବିଜେଡି କାର୍ଯ୍ୟାଳୟ ମଧ୍ୟରେ ଦୁଷ୍କର୍ମ ହୋଇଥିବାନେଇ ପୀଡିତା ଜଣଙ୍କ ସୋମବାର ମଙ୍ଗଳପୁର ଥାନାରେ ଲିଖିତ ଏତାଲା ଦାଏର କରିଛନ୍ତି । ପୁଲିସ ତାଙ୍କ ଏତଲା ରଖିବା ସହିତ ବୟାନ ରେକର୍ଡ଼ କରିଛି ।
ଦଶରଥପୁର ଗ୍ରାମର ପୁଲିନ୍ ବିହାରୀ ମହାପାତ୍ରଙ୍କ ପୁଅ ଚନ୍ଦ୍ରକାନ୍ତ ମହାପାତ୍ର ଓରଫ ଚାନ୍ଦ ୧୧ ତାରିଖ ଗୁରବାର ରାତି ୮ ଟା ୧୫ ସମୟରେ ଉକ୍ତ ଗ୍ରାମର ଗଣେଶ ନାୟକଙ୍କ ଝିଅ ଦମୟନ୍ତୀ ବେହୁରିଆଙ୍କୁ ଫୋନ୍ କରି ତୁମକୁ ଏକ ବିଜୁ ପକ୍କାଘର ଏବଂ ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ୨ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଦିଆଯିବ ବୋଲି କହିଥିଲେ । ତୁରନ୍ତ ଦଶରଥପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ପହଞ୍ଚ । ଏଠାରେ ବବିଭାଇ ଅଛନ୍ତି । ନଚେତ୍ ଟଙ୍କା ଓ ବିଜୁ ପକ୍କାଘରର ୱାର୍କ ଅର୍ଡର ଫେରିଯିବ ।

 

ଏକଥା ଶୁଣିବା ପରେ ଦମୟନ୍ତୀ ରାତି ୯ ଟା ୫ ମିନିଟ୍ ସମୟରେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିିବା ପରେ ଦେଖନ୍ତି କାର୍ଯ୍ୟାଳୟର ଭିତରପଟୁ କବାଟ ବନ୍ଦ ଅଛି । ଦମୟନ୍ତୀ ଡାକିବାରୁ କବାଟ ଖୋଲି ଚାନ୍ଦ ଦମୟନ୍ତୀଙ୍କୁ ଭିତରକୁ ଡାକିନେଇ ଭିଡିଧରି ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଦମୟନ୍ତୀଙ୍କୁ ଚାନ୍ଦ ଦୁଷ୍କର୍ମ କରିବା ପରେ ‘ଆମେ ବିଜେଡିବାଲା, ସରକାର ଆମର, ବ୍ଲକ୍ ଆମର, ଥାନା ଆମର, ଏକଥା କାହା ପାଖରେ ପ୍ରକାଶ କଲେ ଜୀବନରୁ ମାରିଦେବି’ ବୋଲି ଧମକ ଦେଇଥିଲେ ।

 

ପ୍ରକାଶ ଯେ ଚନ୍ଦ୍ରକାନ୍ତ ବିଜେଡି ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆଗଧାଡିରେ ରହିଥିବାର ବହୁନଜିର ରହିଛି । ତା’ଛଡା ବିଧାୟକଙ୍କ ପାଖେପାଖେ ରହୁଥିବା ଏହି ଯୁବକ ଜଣଙ୍କୁ ଅଧିକାଂଶ ସମୟରେ ଦଶରଥପୁର ବ୍ଲକ୍ ବିଡିଓଙ୍କ କାର୍ଯ୍ୟାଳୟରେ ଓ ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥାଏ । ବିଧାୟକଙ୍କ ପାଖେପାଖେ ରହୁଥିବା ଏହି ଯୁବକ ଜଣଙ୍କ କଥାରେ ବିଶ୍ୱାସକରି ପ୍ରଲୋଭିତ ହୋଇ ଦମୟନ୍ତୀ ଦୁଷ୍କର୍ମର ଶିକାର ହୋଇଥିବା ପ୍ରକାଶ କରିଛନ୍ତି । ଦମୟନ୍ତୀଙ୍କୁ ଦୁଷ୍କର୍ମ କରିବା ପରେ ରାତି ୧୧ ଟା ୧୫ ମିନିଟ୍ ସମୟରେ ଚନ୍ଦ୍ରକାନ୍ତ ତାଙ୍କୁ ତାଙ୍କ ବାପଘରେ ନେଇ ଛାଡିଥିବା ଦମୟନ୍ତୀ ଦେଇଥିବା ଏତାଲାରେ ଦର୍ଶାଇଛନ୍ତି ।

 

ଅପରପକ୍ଷେ ୫୬ ନଂ ରାଜ୍ୟ ରାଜପଥକୁ ଲାଗିକରିଥିବା ବିଜେଡି କାର୍ଯ୍ୟାଳୟରେ ଏପରି ଘଟଣା ଘଟୁଥିବାବେଳେ ପୀଡିତା ଜଣଙ୍କ ରାତି ୯ ଟା ୫ ରୁ ରାତି ୧୧ ଟା ୧୫ ପର୍ଯ୍ୟନ୍ତ ଚିତ୍କାର ନକରି ଚୁପ ରହିବା, ଦୁଷ୍କର୍ମ ପରେ ଦୁଷ୍କର୍ମକାରୀଙ୍କ ସାଙ୍ଗରେ ବାଇକ୍ରେ ଯାଇଥିବା ଏବଂ ୪ ଦିନ ପରେ ବିଜେପିର ୭ ନଂ ଜୋନ୍ ସଭ୍ୟା ମାମିନା ମଲ୍ଲିକ୍ ଓ ୬ ନଂ ଜୋନ୍ ବିଜେପିରୁ ହାରିଥିବା ମମତା କୁଅଁରଙ୍କ ସାଙ୍ଗରେ ଯାଇ ଏତଲା ଦେବା ପଛରେ କି ରହସ୍ୟ ରହିଛି ବୋଲି ଏହି ଅଂଚଳରେ ଚର୍ଚ୍ଚା ହେଉଛି । ଏହି ଏତଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇପାରେ ବୋଲି ସାଧାରଣରେ ଶୁଣିବାକୁ ମିଳୁଛି । ତେବେ ଅଭିଯୋଗକାରିଣୀଙ୍କଠାରୁ ଏତଲା ପାଇବା ପରେ ଥାନା ପକ୍ଷରୁ ୬/୨୦୧୮ରେ ଧର୍ଷଣ ମାମଲା ରୁଜୁ ହୋଇଛି । ପୀଡିତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଡକ୍ତରୀ ମଇନା କରାଯାଇଛି ।

 

ସୂଚନାଯୋଗ୍ୟ ପୀଡିତା ଏହି ବ୍ଲକ୍ କଟିକଟା ପଞ୍ଚାୟତ ହୀରାପୁର ଗ୍ରାମର କିଷନ କୁମାର ବେହୁରିଆଙ୍କୁ ୨୦୦୫ ମସିହାରେ ବିବାହ କରିଥିବାବେଳେ ତାଙ୍କର ଦୁଇ କନ୍ୟା ସନ୍ତାନ ଜନ୍ମହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ୬ ବର୍ଷ ହେଲା ବାହାର କରିଦେଇଥିବାରୁ ସେ ବାପଘରେ ଆଶ୍ରିତ ଅଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top