ସାଂପ୍ରଦାୟିକ ହିଂସା ଓ ସଂଖ୍ୟାଲଘୁ ସୁରକ୍ଷା!

News Story - Posted on 2017-12-20

ସୂର୍ଯ୍ୟମଣି ମିଶ୍ର

 

ସର୍ବଧର୍ମ ସମଭାବର ଦେଶ ଆମ ଭାରତ । ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ମୋଟ ଜନସଂଖ୍ୟା ୧୨୧୦୮୫୪୯୭୭ । ଏଥିମଧ୍ୟରୁ ହିନ୍ଦୁ ସଂପ୍ରଦାୟର ଜନସଂଖ୍ୟା ୯୬୬୨୫୭୩୫୩, ମୁସଲିମ୍‍ ସଂପ୍ରଦାୟର ୧୭୨୨୪୫୧୫୮, ଖ୍ରୀଷ୍ଟିୟାନ ଜନସଂଖ୍ୟା ୨୭୮୧୯୫୮୮, ଶୀଖ ଜନସଂଖ୍ୟା ୨୦୮୩୩୧୧୬, ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା ୮୪୪୨୯୭୨, ଜୈନ ସଂପ୍ରଦାୟର ଜନସଂଖ୍ୟା ୪୪୫୧୭୫୩ ।

 

ବହୁକାଳ ଧରି ପରସ୍ପର ଭାଇଚାରା ନେଇ ଏହି ସମସ୍ତ ଧାର୍ମିକ ସଂପ୍ରଦାୟର ଲୋକମାନେ ସାଂପ୍ରଦାୟିକ ସଦଭାବକୁ ନେଇ ଜୀବନ ବିତାଉଥିଲେ । ଏପରିକି ଇଂରେଜ ବା ଉପନିବେଶ ସରକାର ବିରୁଦ୍ଧରେ ହିନ୍ଦୁ-ମୁସଲିମ୍‍-ଖ୍ରୀଷ୍ଟିଆନ ଏକାଠି ହୋଇ ଦେଶର ଏକତା ପାଇଁ ପ୍ରାଣବଳୀ ଦେଇଥିବାର ନଜିର ଅଛି । କିନ୍ତୁ ଦେଶ ସ୍ୱାଧୀନ ହେବାର ଅଳ୍ପ କେତୋଟି ମୁହୂର୍ତ୍ତ ପରେ କ୍ଷମତା ହାସଲକୁ ନେଇ ମୌଳବାଦୀ ଶକ୍ତି ଧର୍ମ ନାଁରେ ସାଂପ୍ରଦାୟିକ ଦଙ୍ଗା ଘଟଣା ଘଟାଇଲେ । ୧୯୪୭ରେ ୫ ହଜାରରୁ ୧୦ ହଜାର ଲୋକ ଦଙ୍ଗାରେ ମୃତ୍ୟୁବରଣ କଲେ । ଏହାପରେ ୧୯୬୪ରେ ରାଉରକେଲା ଓ ଜାମସେଦପୁରରେ ୨୦୦୦ ଜଣ, ୧୯୬୭ରେ ରାଞ୍ôଚ, ବିହାରରେ ୨୦୦ ଜଣ, ୧୯୬୯ରେ ଅହମଦାବାଦରେ ୫୧୨ ଜଣ, ୧୯୭୦ରେ ଭୱାଣ୍ଡି, ମହାରାଷ୍ଟ୍ରରେ ୮୦ ଜଣ, ୧୯୭୯ରେ ଜାମସେଦପୁର ଓ ପଶ୍ଚିମବଙ୍ଗରେ ୧୨୫ ଜଣ, ଅଗଷ୍ଟ ୧୯୮୦ରେ ମୋରଦାବାଦରେ ୨୦୦୦ ଜଣ, ଫେବୃୟାରୀ ୧୯୮୩ରେ ଆସାମରେ ୨୦୦ ଜଣ, ଅକ୍ଟୋବର ୧୯୮୪ରେ ଦିଲ୍ଲୀରେ ୨୭୩୩ ଜଣ, ୧୯୮୬ରେ ଅହମଦାବାଦ, ଗୁଜୁରାଟରେ ୫୯ ଜଣ, ୧୯୮୯ ଅକ୍ଟୋବରରେ ଭାଗଲପୁର, ବିହାରରେ ୮୦୦ରୁ ୨ ହଜାର, ଡିସେମ୍ବର ୧୯୯୩ରେ ମୁମ୍ବାଇରେ ୮୦୦ ଜଣ, ୧୯୮୫ରେ ଅହମଦାବାଦ, ଗୁଜୁରାଟରେ ୩୦୦ ଜଣ, ୧୯୯୨ରେ ସୁରଟ, ଗୁଜୁରାଟରେ ୧୭୫ ଜଣ, ୧୯୯୦ ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶରେ ୧୩୨ ଜଣ ଲୋକ ସାଂପ୍ରଦାୟିକ ହିଂସାରେ ପ୍ରାଣ ହରାଇଥିଲେ ।

 

ତଥ୍ୟ ଅନୁଯାୟୀ ୨୦୦୨ରୁ ଆଜି ମଧ୍ୟରେ ଦେଶରେ ୮,୪୭୩ଟି ସାଂପ୍ରଦାୟିକ ହିଂସା ଘଟଣା ଘଟିଛି । ଏହି ହିଂସାରେ ୨ ଲକ୍ଷ ୫୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି, ୨୮ ଲକ୍ଷ ୬୬୮ ଜଣ ଲୋକ ଆହତ ହୋଇଛନ୍ତି । ୨୦୧୩ ସେପ୍ଟେମ୍ବର ମଧ୍ୟରେ ମୁଜାଫରନଗର ସମେତ ଦେଶର ବିଭିନ୍ନ ସ୍ଥାନରେ ୪୭୯ଟି ସାଂପ୍ରଦାୟିକ ହିଂସା ଘଟଣା ଘଟି ୧୬୭ଜଣଙ୍କର ମୃତ୍ୟୁ ଘଟିଥିଲା, ୧୭୯୭ ଜଣ ଆହତ ହୋଇଥିଲେ । ଗୋଧ୍ରା ଟ୍ରେନ୍‍ ଦୁର୍ଘଟଣା ପରେ ପରେ ଗୁଜୁରାଟରେ ହିଂସା, ୨୦୦୨ରେ ୭୨୨ଟି ସାଂପ୍ରଦାୟିକ ହିଂସା ଘଟଣା ଘଟି ୧୧୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪,୩୭୫ ଜଣ ଆହତ ହୋଇଥିଲେ । ୨୦୧୧ରେ ୫୮୦ଟି ସାଂପ୍ରଦାୟିକ ହିଂସା ଘଟଣା ଘଟିଥିଲା । ଏହି ଘଟଣାରେ ୯୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୯୯ ଜଣ ଆହତ ହୋଇଥିଲେ । ୨୦୧୦ରେ ୭୦୧ଟି ହିଂସା ଘଟଣା ଘଟି ୧୧୬ ଜଣଙ୍କର ମୃତ୍ୟୁ ଓ ୨୧୩୮ ଜଣ ଆହତ ହୋଇଥିଲେ । ଲୋକସଭାରେ ତାରକା ପ୍ରଶ୍ନ ନଂ-୩୫, ଜୁଲାଇ ୧୯, ୨୦୧୬ରେ ଉତ୍ତରରେ ଗୃହରାଷ୍ଟ୍ରମନ୍ତ୍ରୀ ସୂଚାଇଥିଲେ ଯେ, ୨୦୧୩ରେ ୮୨୩ଟି ସାଂପ୍ରଦାୟିକ ହିଂସା ଘଟଣା ଘଟିଥିଲା ସେଥିରେ ୧୩୩ ଜଣଙ୍କର ମୃତ୍ୟୁ, ୨୨୬୯ ଜଣ ଆହତ ହୋଇଥିଲେ । ୨୦୧୪ରେ ୬୪୪ଟି ହିଂସା ଘଟଣା ଘଟିଥିଲା, ୯୬ ଜଣଙ୍କର ମୃତ୍ୟୁ ହୋଥିôବାବେଳେ ୧୯୨୧ ଜଣ ଆହତ ହୋଇଥିଲେ । ୨୦୧୫ରେ ୭୫୧ଟି ଘଟଣା ଘଟିଥିଲା,୯୨ ଜଣଙ୍କର ମୃତ୍ୟୁ, ୨୨୬୪ ଜଣ ଆହତ ହୋଇଥିଲେ । ୨୦୧୬ ମେ ମଧ୍ୟରେ ୨୭୮ଟି ହିଂସା ଘଟଣା ଘଟିଥିଲା, ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୩ ଜଣ ଆହତ ହୋଇଥିଲେ ।

 

ଜାତୀୟ ସଂଖ୍ୟାଲଘୁ କମିଶନଙ୍କ ରିପୋର୍ଟ ଉପରେ ଆଖି ପକାଇଲେ ଦେଶରେ ସାଂପ୍ରଦାୟିକ ବିଦ୍ୱେଷ ଓ ହିଂସା ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିବା ନାଁ ଧରୁନି । ୨୦୧୪-୧୫ ବର୍ଷରେ ୧୯୯୫ଟି ଅଭିଯୋଗ କମିଶନଙ୍କ ପାଖରେ ହୋଇଥିଲା । ୧୨ଟି ଅଭିଯୋଗ ବିଚାର ପାଇଁ ପଡ଼ିରହିଥିଲା । ୨୦୧୫-୧୬ରେ ୧୯୭୪ଟି ଅଭିଯୋଗ ହୋଇଥିବା ବେଳେ ୧୬ଟି ଅଭିଯୋଗ ବିଚାର ପାଇଁ ରହିଥିଲା । ୨୦୧୬-୧୭ରେ ୧୬୪୭ଟି ଅଭିଯୋଗ ହୋଇଥିବା ବେଳେ ୫୨ଟି ଅଭିଯୋଗ ବିଚାର ପାଇଁ ରହିଥିଲା । ୨୦୧୭-୧୮, ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ କମିଶନଙ୍କ ପାଖରେ ୫୫୯ଟି ଅଭିଯୋଗ ହୋଇଥିବା ବେଳେ ୮୧ଟି ଅଭିଯୋଗ ବିଚାର ପାଇଁ ରହିଥିଲା । ଏହି ୪ ବର୍ଷରେ କମିଶନଙ୍କ ନିକଟରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ୬୧୭୫ଟି ଅଭିଯୋଗ ହୋଇଥିବା ବେଳେ ୬୦୧୪ଟି ଅଭିଯୋଗର ସମାଧାନ ହୋଇଥିଲା । ୧୬୧ଟି ଅଭିଯୋଗ ବିଚାର ପାଇଁ ପଡ଼ିରହିଥିଲା । କମିଶନଙ୍କ ନିକଟରେ କରାଯାଇଥିବା ଅଭିଯୋଗ ମଧ୍ୟରେ ୨୦୧୪-୧୫ରେ ଆଇନ ଶୃଙ୍ଖଳାଜନିତ ଅଭିଯୋଗ ୯୩୮ଟି ଥିବା ବେଳେ ଧାର୍ମିକ ଅଧିକାର ସଂପର୍କିତ ୩୬ଟି, ସାଂସ୍କୃତିକ ଅଧିକାର ସଂପର୍କିତ ଗୋଟିଏ ଅଭିଯୋଗ ଥିଲା । ୨୦୧୫-୧୬ରେ ୮୨୬ଟି ଆଇନ ଶୃଙ୍ଖଳା ସଂପର୍କିତ, ୮୯ଟି ଧାର୍ମିକ ଅଧିକାର ସଂପର୍କିତ ଏବଂ ଗୋଟିଏ ସାଂସ୍କୃତିକ ଅଧିକାର ସଂପର୍କିତ ଥିଲା । ୨୦୧୬-୧୭ରେ କମିଶନଙ୍କ ନିକଟରେ ୯୪୪ଟି ଆଇନ ଶୃଙ୍ଖଳା ସଂପର୍କିତ, ୪୬ଟି ଧାର୍ମିକ ଅଧିକା ସଂପର୍କିତ ଥିଲା । ୨୦୧୭-୧୮ ଅଗଷ୍ଟ ୩୧ ସୁଦ୍ଧା ଆଇନ ଶୃଙ୍ଖଳା ସଂପର୍କିତ ଅଭିଯୋଗ ସଂଖ୍ୟାଥିଲା ୩୧୫, ଧାର୍ମିକ ଅଧିକାର ସଂପର୍କିତ ୧୬ ଓ ସାଂସ୍କୃତିକ ଅଧିକାର ସଂପର୍କିତ ଦୁଇଟି ଅଭିଯୋଗ ଥିଲା ।

 

କମିଶନଙ୍କ ରିପୋର୍ଟ ଅନୁଯାୟୀ ୨୦୧୪-୧୫ରେ ମୁସଲିମ୍‍ ସଂପ୍ରଦାୟ ପକ୍ଷରୁ ୧୪୩୬ଟି, ଖ୍ରୀଷ୍ଟିଆନ ସଂପ୍ରଦାୟ ପକ୍ଷରୁ ୧୧୯, ଶିଖ ପକ୍ଷରୁ ୧୩୦, ବୁଦ୍ଧିଷ୍ଟ ପକ୍ଷରୁ ୩୪, ପାର୍ସିଙ୍କ ପକ୍ଷରୁ ୧୦, ଜୈନଙ୍କ ପକ୍ଷରୁ ୬୦, ଅନ୍ୟାନ୍ୟଙ୍କ ପକ୍ଷରୁ ୨୦୫ ଏହିପରି ସର୍ବମୋଟ ୧୯୯୫ଟି ଅଭିଯୋଗ କମିଶନଙ୍କ ନିକଟରେ ହୋଇଥିଲା । ୨୦୧୫-୧୬ରେ ମୁସଲିମଙ୍କ ପକ୍ଷରୁ ୧୪୩୭, ଖ୍ରୀଷ୍ଟିଆନ-୧୪୪, ଶିଖ -୧୨୨, ବୁଦ୍ଧିଷ୍ଟି-୩୩, ପାର୍ସି ୧୨, ଜୈନ ୫୦, ଅନ୍ୟାନ୍ୟ ୧୭୬, ସର୍ବମୋଟ ୧୯୭୪ଟି ଅଭିଯୋଗ କମିଶନଙ୍କ ନିକଟରେ ପହଞ୍ôଚଥିଲା । ୨୦୧୬-୧୭ରେ ମୁସଲିମଙ୍କ ପକ୍ଷରୁ ୧୨୩୧, ଖ୍ରୀଷ୍ଟିଆନ୍‍ ୧୦୨, ଶିଖ ୯୬, ବୁଦ୍ଧିଷ୍ଟ ୩୮, ପାର୍ସି ୩, ଜୈନ ୩୫, ଅନ୍ୟାନ୍ୟ ୧୪୨, ସର୍ବମୋଟ ୧୬୪୭ଟି ଅଭିଯୋଗ କମିଶନଙ୍କ ନିକଟରେ ହୋଇଥିଲା । ୨୦୧୭-୧୮, ଅଗଷ୍ଟ ୩୧ ସୁଦ୍ଧା ମୁସଲିମଙ୍କ ପକ୍ଷରୁ ୪୩୫, ଖ୍ରୀଷ୍ଟିଆନଙ୍କ ପକ୍ଷରୁ ୩୧, ବୁଦ୍ଧିଷ୍ଟଙ୍କ ପକ୍ଷରୁ ୬, ଶିଖ ୨୧, ପାର୍ସି ୧, ଜୈନ ୧୭, ଅନ୍ୟାନ୍ୟ ୪୮, ସର୍ବମୋଟ ୫୫୯ଟି ଅଭିଯୋଗ କମିଶନଙ୍କ ନିକଟରେ ହୋଇଥିଲା ।

 

ଏହି ପରିସଂଖ୍ୟାନ ଓ ଅଭିଯୋଗ ରିପୋର୍ଟ ଏଇଥିପାଇଁ ଉଲ୍ଲେଖ କରାଯାଇ ପାରେ ଯେ ଆଜି ଦିନରେ ଦେଶରେ ଧାର୍ମିକ ଅସହିଷ୍ଣୁତାର ଚିତ୍ର ଅଧିକରୁ ଅଧିକ ଭାବେ ଅମାନବୀୟ ଢଙ୍ଗରେ ଦେଖିବାକୁ ମିଳୁଛି । ଧର୍ମ ନାଁରେ ବର୍ବରତା ମଧ୍ୟଯୁଗୀୟ ଅବସ୍ଥାକୁ ବଳିଗଲାଣି । ଇସଲାମିକ୍‍ ରାଷ୍ଟ୍ରରେ ଯେଭଳି ତାଲିବାନୀ ଉନ୍ମାଦ ଦେଖିବାକୁ ମିଳେ, ତାହାର ଚିତ୍ର ଏବେ ଭାରତରେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳୁଛି । ଏକା ପାଣି, ଏକା ପବନରେ ବଞ୍ଚୁଥିବା, ଗୋଟିଏ ମାଟି ଗୋଟିଏ ଘାଟରେ ଅନ୍ନ ସଂସ୍ଥାନ ଓ ସହାବସ୍ଥାନ କରୁଥିବା ଭିନ୍ନ ଭିନ୍ନ ସଂପ୍ରଦାୟ ମଧ୍ୟରେ ସଦଭାବ ଯେପରି ଭାଙ୍ଗିଯାଉଛି ବା ଭାଙ୍ଗିବା ପାଇଁ ମୌଳବାଦୀ ଗୋଷ୍ଠୀ ଅହରହ ଚେଷ୍ଟାରତ । ତାହା ଦେଖିବାକୁ ମିଳୁଛି । ସବୁଠାରୁ ଅଧିକ ଭାବେ ଭୟରେ ଜୀବନ ବିତାଉଛନ୍ତି ସଂଖ୍ୟାଲଘୁ । ଅଳ୍ପ କେତେଜଣ ଅପରାଧୀଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ବୋଲି ଚିହ୍ନଟ କରି ସମୁଦାୟ ସଂପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ସାମ୍ବିଧାନିକ ଓ ମାନବିକ ଅଧିକାର ସମସ୍ତଙ୍କର ସମାନ । ସେ ହିନ୍ଦୁ ହେଉ ଅବା ମୁସଲିମ୍‍ ଅବା ଖ୍ରୀଷ୍ଟିଆନ୍‍, ସମସ୍ତଙ୍କର ଦେଶରେ ସମାନ ଭାବରେ ବଞ୍ôଚବାର ଅଧିକାର ସମ୍ବିଧାନ ସ୍ୱୀକୃତ ।

 

ଧାର୍ମିକ, ସ୍ୱାଧୀନତା ମଧ୍ୟ ସମସ୍ତଙ୍କର ଅଧିକାର । ସଂଖ୍ୟା ବହୁଳତା ବା ସଂଖ୍ୟା ଗରିଷ୍ଠତାର ଦମ୍ଭରେ ଧାର୍ମିକ ମୌଳବାଦୀ ଶକ୍ତି ଯେପରି ଜଣେ ପରେ ଜଣେ ସଂଖ୍ୟାଲଘୁ ଲୋକଙ୍କୁ ହତ୍ୟା କରୁଛନ୍ତି, ନିର୍ଯାତନା ଦେଉଛନ୍ତି, ଏହା ଭାରତର ସଂହତି ପ୍ରତି ବିପଦର ବାର୍ତ୍ତା ଦେଉଛି । ନିର୍ବାଚିତ ସରକାରଙ୍କ ପାଇଁ ସମସ୍ତଙ୍କୁ ସମାନଭାବେ ମର୍ଯ୍ୟାଦାର ସହ ବଞ୍ôଚବାର ଅଧିକାର ପ୍ରଦାନ ହେଉଛି ଉତ୍ତରଦାୟିତ୍ୱ । ବିଶେଷତଃ ସଂଖ୍ୟାଲଘୁ ସଂପ୍ରଦାୟ ଯେପରି ସମ୍ମାନର ସହ ଭୟଶୂନ୍ୟ ଭାବେ ବଞ୍ôଚବେ, ଏଥିପାଇଁ ସରକାର ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ହେଉଛି ପରମ କର୍ତ୍ତବ୍ୟ । ଧର୍ମ ଓ ପୂଜାପୀଠ ତଥା ବିଶ୍ୱାସ ଆସ୍ଥା ନାମରେ ଯେପରି ଆଜି ଦେଶରେ ଉନ୍ମାଦ ସୃଷ୍ଟି କରାଯାଉଛି, ସେମାନଙ୍କୁ ବା ସେହି ଶକ୍ତିଙ୍କୁ ଚିହ୍ନଟ କରି ଆଇନତଃ ଦଣ୍ଡିତ କରିବା ସରକାରଙ୍କ ଦାୟିତ୍ୱ । ଦେଶର ସଂହତି, ସଂପ୍ରୀତି ଓ ସଦଭାବକୁ ବଳିଷ୍ଠ କରିବା ପାଇଁ ବଢ଼ୁଥିବା ସାଂପ୍ରଦାୟିକ ହିଂସାକୁ କଠୋର ଭାବରେ ଦମନ କରିବାର ସମୟ ଆସିଛି । କାରଣ ବିବିଧତାରେ ଏକତା ହେଉଛି ଭାରତର ବିଶେଷତ୍ୱ । ଏଇଥିପାଇଁ ତ ବିଶ୍ୱ ଦରବାରରେ ଭାରତ ସମ୍ମାନିତ ଓ ସମସ୍ତ ଦେଶ ପାଇଁ ଆକର୍ଷଣର ଦେଶ ହୋଇଛି ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top