ଏନକାଉଣ୍ଟରରେ ୮ ମାଓବାଦୀ ନିହତ

News Story - Posted on 2017-12-14

ତେଲେଙ୍ଗାନା ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାର ଟେକୁଲାପାଲି ଗାଁ ନିକଟରେ ନିରାପତ୍ତା ବାହିନୀ ସହିତ ଏନକାଉଣ୍ଟରେ ନିହତ ହୋଇଛନ୍ତି ୮ ଜଣ ମାଓବଦୀ । ବୁଧବାର ରାତିରୁ ଆରମ୍ଭ ହୋଇଥିବା ଏନକାୁଣ୍ଟର ଆଜି ସକାଳ ୬.୩୦ ଘଣ୍ଟା ସମୟରେ ଶେଷ ହୋଇଥିଲା ।

 

ଏହି ଅଂଚଳରେ ମାଓବାଦୀଙ୍କର ଗୋଟିଏ ଦଳ ବିଚରଣ କରୁଥିବା ନେଇ ପୁଲିସକୁ ସଠିକ ସୂଚନା ମିଳିଲା ପରେ ପୁଲିସ ପକ୍ଷରୁ ସେମାନଙ୍କୁ ଘେରିବା ପାଇଁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ପୁଲିସ ବାହିନୀ ମାଓବାଦୀମାନଙ୍କୁ ଚାରି ପଟୁ ଘେରିଯିବା ପରେ ଗୁଳି ଚାଳନା ଆରମ୍ଭ ହୋଇଥିଲା । ପୁଲିସ ସୂଚନା ଅନୁସାରେ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ପୁଲିସ ସେମାନଙ୍କୁ ପାଲଟା ଗୁଳି ଚଳାଇଥିଲା । ଏହି ଏନକାଉଣ୍ଟରରେ ଗ୍ରେହାଉଣ୍ଡ ପୁଲିସ ଭାଗ ନେଇଥିଲେ ।

 

ସୂଚନା ଅନୁସାରେ ଏହି ଅଂଚଳରେ ୧୭ ଜଣ ମାଓବାଦୀ ଥିଲେ । ଏନକାଉଣ୍ଟରରେ ୮ ଜଣ ନିହତ ହେବା ପରେ ଅନ୍ୟମାନେ କୌଣସି ପ୍ରକାରେ ଘଟଣାସ୍ଥଳରୁ ପଳାୟନ କରିବାରେ ସକ୍ଷମ ହୋଇଛନ୍ତି । ଏହି ମାଓବାଦୀ ଦଳ ପୂର୍ବରୁ ପିପୁଲସ ୱର ଗ୍ରୁପର ସଦସ୍ୟ ଥିଲେ । ଏବେ ସେମାନେ ଚନ୍ଦ୍ରପୁଲ୍ଲା ରେଡ୍ଡି ପୋରୁ ବାଟା ଗୋଷ୍ଠୀ ଭାବରେ ପରିଚିତ । ସେମାନଙ୍କ ବିରୋଧରେ ହତ୍ୟା ଓ ଲୁଣ୍ଠନ ଭଳି ବହୁ ଅଭିଯୋଗ ରହିଛି ।
ନିହତ ମାଓବାଦୀଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ଏସମ ନରେଶ, ଏମ ସମାୟାହ, ସଂଜୀବ, ନରସିଂହା ଓ ଅମର । ଏମାନେ ସମସ୍ତେ ନାଲଗୋଣ୍ଡାର ଜିଲ୍ଲାର ମୂଳ ଅଧିବାସୀ । ଏମାନେ ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସକ୍ରିୟ ଥିଲେ । ପରେ ସେମାନେ ଖମାମ-ୱରାଙ୍ଗଲ ଜିଲ୍ଲାକୁ କାର୍ଯ୍ୟକ୍ଷେତ୍ର ଭାବେ ବାଛିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top