କୋଲାବ ଜଳଧାରଣ କ୍ଷମତା କମୁଛି 

News Story - Posted on 2017-12-11

କୋରାପୁଟ ଜିଲ୍ଲାରେ ଥିବା କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବାଧିକ ୧୨୧୫ ନିୟୁତ ଘନ ମିଟର, ହାରାହାରି ୯୩୫ ନିୟୁତ ଘନମିଟର ଏବଂ ସର୍ବନିମ୍ନ ୨୮୦ ନିୟୁତ ଘନମିଟର ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା କମିବାର କାରଣ ହେଲା କୋଲାବ ଅବବାହିକା ଅଂଚଳରେ ପୋଡ଼ୁଚାଷ କରିବା ଦ୍ୱାରା ମୂର୍ତ୍ତିକା ଅବକ୍ଷୟ । ଏହାଦ୍ୱାରା ଜଳଭଣ୍ଡାରରେ ପଟୁ ଜମା ହୋଇଥାଏ । ପଟୁ ଜମା ହେବା ଦ୍ୱାରା ହାରାହାରି ଜଳଧାରଣରେ କୌଣସି ପ୍ରଭାବ ପଡ଼ୁନାହିଁ । ତେଣୁ ଏହ ବହୁମୁଖୀ ପ୍ରକଳ୍ପଟି ନିର୍ଦ୍ଧାରିତ ଅଂଚଳରେ ଜଳସେଚନ ଯୋଗାଇବାରେ ଅସମର୍ଥ ହେବାର ପରିଲକ୍ଷିତ ହୋଇନାହିଁ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଥମିକ ଜଳଧାରଣ କ୍ଷମତା ୯୩୫ ନିୟୁତ ଘନମିଟର ଥିଲା ଏବେ ଅର୍ଥାତ ତା ୬.୧୨.୨୦୧୭ରିଖ ସୁଦ୍ଧା ୫୭୯.୩୯ ନିୟୁତ ଘନମିଟର ଜଳ ଗଚ୍ଛିତ ଅଛି । ସେଥିରୁ ପଟୁ ନିଷ୍କାସନ ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟ କରିବା ପାଇଁ ଉଚ୍ଚସ୍ତରରେ ପଦକ୍ଷେପ ନିଆଯାଉଅଛି । ସେହିପରି ଭାବେ ନିର୍ଦ୍ଦିଷ୍ଟ ଲକ୍ଷ୍ୟର ୯୬ ପ୍ରତିଶତ ଅଂଚଳରେ ଖରିଫ ଋତୁରେ ଜଳସେଚନ କରାଯାଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top