୮.୧୭ ଲକ୍ଷ ଚିଟ୍ ଫଣ୍ଡ ଜମାକାରୀ

News Story - Posted on 2017-12-11

ବିଭିନ୍ନ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ରାଜ୍ୟର କେତେଜଣ ଜମାକାରୀ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ସେମାନଙ୍କର କେତେ ଜମା ଟଙ୍କା ହଡ଼ପ ହୋଇଛି ତାହାର ତାଲିକା ମାନ୍ୟତାପ୍ରାପ୍ତ ଅଦାଲତର ଆଦେଶ ମୁତାବକ ସଂସ୍ଥାୱାରୀ କ୍ଷେତ୍ରୀୟ ତଦନ୍ତ କରାଯାଇ ପ୍ରସ୍ତୁତ କରାଯାଉଛି । ଏହି ତଥ୍ୟ ସଂସ୍ଥାୱାରୀ କ୍ଷେତ୍ରୀୟ ଯାଂଚ ପରେ ଜଣାପଡ଼ିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରକାଶ କରିଛନ୍ତି ।

 

ଶ୍ରୀ ବେହେରା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏମଏମ ଦାସ ତଦନ୍ତ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖ ୩୧.୧୦.୨୦୧୩ ସୁଦ୍ଧା ୮,୯୬,୩୧୨ ଜଣ ଜମାକାରୀଙ୍କର ସତ୍ୟପାଠ (ଆଫିଡେଭିଟ୍) ପ୍ରାପ୍ତ ହୋଇଥିଲା । ପ୍ରାଥମିକ ଯାଂଚରୁ ଜଣାପଡ଼ିଥିଲା ଯେ ସେଥିମଧ୍ୟରୁ ୭୯୦୫୯ଟି ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିଲା । ଅବଶିଷ୍ଟ ୮,୧୭,୨୫୩ ଜଣ ଜମାକାରୀଙ୍କ ସତ୍ୟପାଠର ତାଲିକା ପ୍ରସ୍ତୁତ କରି ମାନ୍ୟବର କମିଶନ ଏହାର ସବିଶେଷ ଯାଂଚ କରୁଛନ୍ତି । ତଦନ୍ତ କମିଶନଙ୍କ ସୁପାରିଶ କ୍ରମେ ଅଦ୍ୟାବଧି ୧୨୨୬ ଜଣ କ୍ଷୁଦ୍ର ଜମାକାରୀଙ୍କର ଜମା ରାଶି ସଂପୃକ୍ତ କମ୍ପାନୀମାନେ ସେମାନଙ୍କୁ ଫେରସ୍ତ କରିଛନ୍ତି ।

 

ପୁନଶ୍ଚ ତଦନ୍ତ କମିଶନଙ୍କ ପ୍ରଥମ ଦୁଇଟି ଆନ୍ତରୀଣ ରିପୋର୍ଟର ସୁପାରିଶ ଅନୁଯାୟୀ ସରକାର ୧୨୩୯୭ ଜଣ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରୁ ପ୍ରକୃତ ଜମାକାରୀ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ଆକଳନ ପାଇଁ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରାଇଛନ୍ତି ଓ ଏହାର ଜିଲ୍ଳାୱାରୀ ତାଲିକା ପ୍ରସ୍ତୁତ କରାଯାଉଅଛି । ଅଦ୍ୟାବଧି ପ୍ରସ୍ତୁତ ତାଲିକାଭୁକ୍ତ କ୍ଷୁଦ୍ର ଜମାକାରୀମାନଙ୍କୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ସରକାରୀ କ୍ଷତିପୂରଣ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top