୪ ବର୍ଷରେ ୧୨୧୧ ରାସ୍ତାରୋକ

News Story - Posted on 2017-12-11

୨୦୧୪ ମସିହା ପରଠାରୁ ୦୨.୧୨.୨୦୧୭ ସୁଦ୍ଧା ରାଜ୍ୟରେ ମୋଟ ୧୨୧୧ ରାସ୍ତାରୋକ ଏବଂ ୧୦୭ ରେଳ ରୋକ ଆନ୍ଦୋଳନ ହୋଇଛି । ତନ୍ମଧ୍ୟରୁ ୨୦୧୪ ବର୍ଷରେ ରାଜ୍ୟରେ ୨୯୭ ରାସ୍ତାରୋକ ଓ ୩୯ ରେଳରୋକ ହୋଇଥିବା ବେଳେ ୨୦୧୫ ବର୍ଷରେ ୩୬୦ ରାସ୍ତାରୋକ ଏବଂ ୩୧ ରେଳରୋକ, ୨୦୧୬ ବର୍ଷରେ ୨୦୨ ରାସ୍ତାରୋକ ଏବଂ ୨୩ ରେଳରୋକ, ତଥା ୨୦୧୭ରେ ୩୫୨ ରାସ୍ତାରୋକ ଏବଂ ୧୪ ରେଳରୋକ ଆନ୍ଦୋଳନ ଅନ୍ତର୍ଭୁକ୍ତ ।

 

ଭାରତୀୟ ଦଣ୍ଡବିଧି ଆଇନ୍ - ୧୮୬୦ ଦଫା ୨୮୩ ଅନୁଯାୟୀ ରାସ୍ତା ରେଳରୋକ ଆନ୍ଦୋଳନ ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଦଣ୍ଡବିଧି ଆଇନର ଉକ୍ତ ଦଫାରେ ୨୦୦ ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି । ରାସ୍ତାରୋକ ଓ ରେଳରୋକକୁୁ ମୁକାବିଲା କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡ୍ୟୁର ଜାରି କରାଯାଇଅଛି ଏବଂ ମାମଲା ରୁଜୁ କରିବା ପାଇଁ ଉକ୍ତ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡ୍ୟୁରରେ ନିର୍ଦ୍ଦେଶନାମା ଅଛି ବୋଲି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top