ଝଡ଼ବାତ୍ୟା ସତର୍କ ସୂଚନା

News Story - Posted on 2017-12-07

ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ କ୍ଷେତ୍ରରେ ଏକ ଅବପାତ ସୃଷ୍ଟି ହୋଇ ଗତ ଛଅ ଘଂଟା ଧରି ଧୀରେ ଉତ୍ତର ଦିଗକୁ ଘଂଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି । ଆଜି (ଡ଼ିସେମ୍ବର ୦୭,୨୦୧୭) ସକାଳ ସାଢ଼େ ପାଂଚଟା ବେଳେ ଏହା ମଚ୍ଛଲିପଟ୍ଟନମଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ୯୩୦ କିଲୋମିଟର ଦୂରରେ ଏବଂ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ୯୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହି ଅବପାତ ଡ଼ିସେମ୍ବର ୦୯ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ପ୍ରଦେଶର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବାର ଆକଳନ କରାଯାଉଛି । ଆଗାମୀ ୨୪ ଘଂଟା ମଧ୍ୟରେ ଏହା ତୀବ୍ର ଅବପାତ ରୂପ ଧାରଣ କରିବାର ଆଶଙ୍କା କରାଯାଉଛି । ତେବେ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ବେଳକୁ ସାମାନ୍ୟ ଦୁର୍ବଳ ହୋଇଯିବାର ଅନୁମାନ କରାଯାଉଛି ।

 

ପ୍ରବଳ ବର୍ଷା : ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆସନ୍ତା ୨୪ ଘଂଟା ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

 

ଡିସେମ୍ବର ୭ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଏବଂ ଡିସେମ୍ବର ୮ ଏବଂ ୯ ରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

 

ପବନ : ଏହି ସମୟ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆଖପାଖରେ ଘଂଟାକୁ ୪୦ରୁ ୫୦ କିଲୋମିଟର ବେଗରେ କୋହଲା ପବନ କିମ୍ବା କେତେକ ସ୍ଥାନରେ ଘଂଟାକୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

 

ସେହିଭଳି ଡ଼ିସେମ୍ବର ୭ତାରିଖ ସନ୍ଧ୍ୟାଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଂଟାକୁ ୪୦ରୁ ୫୦ କିଲୋମିଟର ବେଗରେ କୋହଲା ପବନ ଏବଂ ଘଂଟାକୁ ୬୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏହି ସମୟ ପରେ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ ।

 

ସାମୁଦ୍ରିକ ସ୍ଥିତି : ଆସନ୍ତା ୨୪ ଘଂଟା ପାଇଁ ଆଣ୍ଡାମାନ ଓ ନିକୋବର ଉପକୂଳରେ ସମୁଦ୍ରର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବ । ସେହିପରି ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ରର ସ୍ଥିତି ଡ଼ିସେମ୍ବର ୭ଠାରୁ ୯ ତାରିଖ ପର୍ଯ୍ୟନ୍ତ ଅଶାନ୍ତରୁ ଅତି ଅଶାନ୍ତ ରହିବ ।

 

ଚେତାବନୀ : ଡିସେମ୍ବର ୭,୨୦୧୭ ପୂର୍ବାହ୍ନ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମତ୍ସ୍ୟଜୀବୀମାନଙ୍କୁ ଏହି ସମୟ ମଧ୍ୟରେ ସମୁଦ୍ରକୁ ମାଛମାରି ନଯିବାକୁ ଚେତାବନୀ ଦିଆଯାଇଛି । ସେହିଭଳି ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କୁ ଡ଼ିସେମ୍ବର ୯ ତାରିଖ ସକାଳ ପର୍ଯ୍ୟନ୍ତ ଅଶାନ୍ତ ସମୁଦ୍ରକୁ ମାଛମାରି ନଯିବାକୁ ସତର୍କ କରି ଦିଆଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top