ଘୋଷଣାର ୨% ନିଯୁକ୍ତି

News Story - Posted on 2017-12-05

ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭରେ ସଂକ୍ଷିପ୍ତରେ ବଜେଟ୍ ନାମରେ ଏକ ପୁସ୍ତିକା ଗୃହରେ ଉପସ୍ଥାପିତ କରିଥିଲେ । ଏହି ପୁସ୍ତିକାର ସାରଣୀ- ୩.୩ ଅନୁଯାୟୀ ୪୧ଟି ବିଭାଗରେ ମୋଟ ୧ ଲକ୍ଷ ୩୧ ହଜାର ୫୧୮ ଟି ପଦବୀ ଖାଲି ପଡ଼ିଥିଲା । ଖାଲିପଡ଼ିଥିବା ପଦବୀ ମଧ୍ୟରୁ ୫୦ ହଜାର ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ବିଧାୟକ ନବ ଦାସ ଅଦ୍ୟାବଧି କେଉଁ କେଉଁ ବିଭାଗରେ କେତୋଟି ପଦବୀ ପୂରଣ କରାଯାଇଛି ଜାଣିବାକୁ ପ୍ରଶ୍ନ କରିଥିଲେ । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ଏହାର ଉତ୍ତର ରଖି ଚଳିତ ବର୍ଷରେ ମାତ୍ର ୯୯୬ଟି ପଦବୀ ପୂରଣ ପାଇଁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଅନୁମୋଦନ କରିଛନ୍ତି ବୋଲି ଜଣାଇଛନ୍ତି ।

 

ଅନୁମୋଦିତ ହୋଇଥିବା ପଦବୀ ମଧ୍ୟରେ ଗୃହ ବିଭାଗର ୫୩୩ଟି, ଅର୍ଥ ବିଭାଗର ୩୦୪ଟି, ଇସ୍ପାତ ଓ ଖଣି ବିଭାଗର ୧୫୯ଟି ପଦବୀ ଅନ୍ତର୍ଭୁକ୍ତ । ଏଥି ମଧ୍ୟରେ ଗୃହ ବିଭାଗର ଏସ୍ଆଇ - ୮, ଏଏସ୍ଆଇ - ୨୫, ଏଏସ୍ଓ - ୫୦୦ ସାମିଲ ଅଛି । ଅର୍ଥ ବିଭାଗରେ ଜୁନିୟର କ୍ଳର୍କ - ୨୨୪, ଲୋକାଲ ଫଣ୍ଡ ଅଡିଟର - ୮୦ ପଦବୀ ପୂରଣ ହେବ । ଇସ୍ପାତ ଓ ଖଣି ବିଭାଗରେ ଜିଓଲୋଜିଷ୍ଟ - ୩୦, ଜିଓଫିଜିସିଷ୍ଟ - ୧, ଜୁନିୟର କ୍ଳର୍କ - ୯, ମାଇନିଂ ଅଫିସର/ ଆସିସ୍ଷ୍ଟାଣ୍ଡ ମିନେରାଲ ଇକୋନୋମିଷ୍ଟ - ୪, ଅଡିଟର - ୮, ସିନିୟର ଇନିସ୍ପେକ୍ଟର ଅଫ୍ ମାଇନ୍ସ - ୧୩, ସିନିୟର ସୁପରଭାଇଜର - ୧୩, ଜୁନିୟର ଲାବୋରେଟୋରି ଟେକ୍ନିସିଆନ୍ - ୨, ଜୁନିୟର ଆସିସ୍ଷ୍ଟାଣ୍ଡ- ୯, ଜୁନିୟର କ୍ଳର୍କ - ୬୮, ସର୍ଭେ ଆସିସ୍ଷ୍ଟାଣ୍ଡ - ୨ ପଦବୀ ପୂରଣ ହେବ ।

 

ବେକାରୀ ସମସ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିଲା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ୫୦ ହଜାର ପଦବୀ ପୂରଣ ଘୋଷଣା ଓ ପରବର୍ତ୍ତୀ ସମୟରେ ମାତ୍ର ହଜାରେ ପଦବୀ ପୂରଣ ପାଇଁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଅନୁମୋଦନ କରିଛି । ପୁଣି ଏହି ନିଯୁକ୍ତି କେବେ ଆରମ୍ଭ ହୋଇ କେବେ ସରିବ ଜାଣିବା ପରେ ନିଯୁକ୍ତି ଆଶାୟୀ ବହୁ ଶିକ୍ଷିତ ଯୁବକଯୁବତୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିବ । ଇତିମଧ୍ୟରେ କେତୋଟି ପଦବୀ ପୂରଣ ହୋଇଛି ଓ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ପାଇଁ କେତେ ଅଧିକ ଅର୍ଥ ବ୍ୟୟ ହେବ ସେ ପ୍ରଶ୍ନକୁ ମାନ୍ୟବର ଅର୍ଥ ମନ୍ତ୍ରୀ ଏଡ଼ାଇ ଯାଇ ଏହା ପ୍ରତ୍ୟେକ ବିଭାଗରେ ଉପଲବ୍ଧ ବୋଲି ଗୃହରେ ଜଣାଇଛନ୍ତିି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top