ରାଜ୍ୟ ଋଣଭାର ହେବ ୭୬,୭୪୪ କୋଟି

News Story - Posted on 2017-12-04

ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଓଡ଼ିଶାର ଋଣ ଭାର ୬୬,୬୫୬ କୋଟି ୫୬ ଲକ୍ଷ ଟଙ୍କାରେ ପହଂଚିଛି । ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୭୬,୭୪୪ କୋଟି ୧୨ ଲକ୍ଷ ଟଙ୍କା ହେବ ବୋଲି ସରକାର ଆକଳନ କରିଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଏହି ହିସାବ ଦେଇଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।

 

ସେ କହିଛନ୍ତି ଯେ ୨୦୦୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାର ଋଣ ପରିମାଣ ୨୭,୮୦୧ କୋଟି ୧୯ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦ ମାର୍ଚ୍ଚ ଶେଷ ବେଳକୁ ତାହା ୩୭,୭୩୦ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ୨୦୧୪ ଆର୍ôଥକ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୩୮,୬୬୬ କୋଟି ୨୪ ଲକ୍ଷ ଟଙ୍କା ହୋଇଥିଲା ।

 

ଓଡ଼ିଶାର ମହାଲେଖାକାରଙ୍କ ପ୍ରାପ୍ତ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର କାହାକୁ କେତେ ଟଙ୍କା ଋଣ ବାବଦରେ ପରିଶୋଧ କରିବାକୁ ବାକି ରହିଛି ସେ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ବିସ୍ତୃତ ତଥ୍ୟ ଦେଇଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଭବିଷ୍ୟ ନିଧି ପାଣ୍ଠିରୁ ରାଜ୍ୟ ସରକାର ଆଣିଥିବା ଋଣ ବାବଦରେ ୨୦,୦୫୯ କୋଟି ୪୫ ଲକ୍ଷ ଟଙ୍କା ବାକି ପଡ଼ିଥିବା ବେଳେ ଖୋଲା ବଜାରରୁ ଉଠାଯାଇଥିବା ଋଣ ବାବଦରେ ୧୯,୦୯୨ କୋଟି ୯୦ ଲକ୍ଷ ଟଙ୍କା ଶୁଝିବାକୁ ଅଛି । ସେହିପରି ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିରୁ ଆଣିଥିବା ଅର୍ଥ ବାବଦରେ ରାଜ୍ୟ ସରକାରଙ୍କୁ ୧୦,୫୨୫ କୋଟି ୧୯ ଲକ୍ଷ ଟଙ୍କା ପରିଶୋଧ କରିବାକୁ ରହିଛି । ନାବାର୍ଡକୁ ରାଜ୍ୟ ସରକାର ୯,୨୨୭ କୋଟି ୫୧ ଲକ୍ଷ ଟଙ୍କାର ଋଣ ସୁଝିବାକୁ ବାକି ଥିବା ବେଳେ କେନ୍ଦ୍ର ସରକାରଙ୍କୁ ଋଣ ବାବଦରେ ପରିଶୋଧ କରିବାକୁ ରହିଛି ୭,୬୩୮ କୋଟି ୫୦ ଲକ୍ଷ ଟଙ୍କା ।

 

ଗ୍ରାମ୍ୟ ବିଦ୍ୟୁତୀକରଣ ନିଗମକୁ ରାଜ୍ୟ ସରକାରଙ୍କର ଋଣ ବାବଦରେ ୮୬ କୋଟି ୫୪ ଲକ୍ଷ ଟଙ୍କା ସୁଝିବାକୁ ଥିବା ବେଳେ ଜାତୀୟ ସମବାୟ ଉନ୍ନୟନ ନିଗମକୁ ୧୪ କୋଟି ୯୦ ଲକ୍ଷ, ଜୀବନବୀମା ନିଗମକୁ ୮୧ ଲକ୍ଷ, ସାଧାରଣ ବୀମା ନିଗମକୁ ୧୦ କୋଟି ୩୪ ଲକ୍ଷ ଓ ଅନ୍ୟାନ୍ୟ ସଂସ୍ଥାଙ୍କୁ ୪୨ ଲକ୍ଷ ଟଙ୍କାର ଋଣ ପୈଠ କରିବାକୁ ରହିଛି । ରାଜ୍ୟ ସରକାରଙ୍କ ଋଣ ଭାର ଯେପରି ବଢ଼ି ବଢ଼ି ·ଲୁଛି ତାହା ଚିନ୍ତାଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରି ରାଜ୍ୟବାସୀଙ୍କର ତଥା ରାଜ୍ୟର ଉତ୍ପାଦନଭିତ୍ତିକ ଆୟ ସହିତ ରାଜସ୍ୱ ସମାନୁପାତିକ ଭାବେ କିଭଳି ବୃଦ୍ଧି ପାଇ ରାଜ୍ୟକୁ ଋଣ ଯନ୍ତାରୁ ରକ୍ଷା କରିବାକୁ ହେବ ସେଥିଘେନି ଦୀର୍ଘମିଆଦି ତଥା ବାସ୍ତବ ଯୋଜନା ଚଳାଯିବା ଆବଶ୍ୟକ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top