ବିସିସିଆଇ ଉପରେ ୫୨କୋଟିର ଜରିମାନା

News Story - Posted on 2017-11-30

ପେସାଦାର ଘରୋଇ କ୍ରିକେଟ ଲିଗ/ପ୍ରତିଯୋଗିତା ଆୟୋଜନ ପାଇଁ ବଜାର ଗ୍ରହଣୀୟତାକୁ ବାସନ୍ଦ କରିବା ଭଳି କଟକଣା ଜାରି କରିବା ନିମନ୍ତେ କ୍ଷମତାର ଦୂରୁପଯୋଗ କରିଥିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବିରୋଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତୀୟ ପ୍ରତିଦ୍ୱନ୍ଦିତା ଆୟୋଗ(ସିସିଆଇ) ।

 

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରତିଦ୍ୱନ୍ଦିତା ଅଧିନିୟମ, ୨୦୦୨ର ଧାରା ୪(୨) ସି ସହିତ ଧାରା ୪(୧)ର ବ୍ୟବସ୍ଥା ଉଲ୍ଲଙ୍ଘନ କରିଥିବା ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗ (ସିସିଆଇ)ଙ୍କର ହୃଦବୋଧ ହୋଇଛି । ଦଶ ବର୍ଷର ନିରନ୍ତର ଅବଧି ନିମନ୍ତେ ଆଇପିଏଲ ପାଇଁ ପ୍ରତିଦ୍ୱନ୍ଦିତାମୂଳକ ହୋଇଥିବା ଅନ୍ୟ କୌଣସି ଘରୋଇ ଭାରତୀୟ ଟି-ଟ୍ୱେଂଟି ପ୍ରତିଯୋଗିତାର ଆୟୋଜନ, ସ୍ୱୀକୃତି ଏବଂ ସମର୍ଥନ କରିବ ନାହିଁ ବୋଲି ଆଇପିଏଲ ପ୍ରସାରକଙ୍କୁ ବିସିସିଆଇ ଆଶ୍ୱାସନା ଦେଇ ଉପରୋକ୍ତ ନିୟମ ଉଲ୍ଲଙ୍ଘନ କରିଛି ।

 

ସିସିଆଇର ମହାନିର୍ଦ୍ଦେଶକ ଏ ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ ଭାରତରେ ପେସାଦାର ଘରୋଇ କ୍ରିକେଟ ଲିଗ/ପ୍ରତିଯୋଗିତା ଆୟୋଜନ ପାଇଁ ବିସିସିଆଇ ନିଜ ପ୍ରଭାବଶାଳୀ ସ୍ଥିତିର ବଜାରରେ ଏକଚାଟିଆ ଉପଯୋଗ କରୁଛି । ଗତବିଧି ପ୍ରଦର୍ଶନର ପ୍ରକୃତି ଆଧାରରେ ବିସିସିଆଇକୁ ଏକ ଉଦ୍ୟୋଗ ଭାବେ ଧରାଯିବା ଉଚିତ । ତେଣୁ ଏହା ଅଧିନିୟମର ଅଧୀନରେ ଆସୁଛି । କ୍ରୀଡ଼ାର ଅଖଣ୍ଡତା ଏବଂ ବିକାଶ ନିମନ୍ତେ କ୍ରୀଡ଼ା ସଂଘର ଭୂମିକାକୁ ବିବେଚନା କରି, ସିସିଆଇ ଏହା ହୃଦବୋଧ କରିଛନ୍ତି ଯେ ଦେଶରେ କ୍ରିକେଟର ସ୍ୱାର୍ଥ ପାଇଁ କୌଣସି ପ୍ରତିବନ୍ଧକ ଜାରି କରାଯିବା ଉଚିତ୍ ନଥିଲା । ବରଂ, ପ୍ରତିବନ୍ଧକ ଏଥିପାଇଁ ଲାଗୁ କରାଯାଇଥିଲା ଯାହାଦ୍ୱାରା ଆଇପିଏଲର ପ୍ରସାରଣ ଅଧିକାର ନିଲାମ ପାଉଥିବା ଲୋକମାନଙ୍କ ବ୍ୟବସାୟିକ ସ୍ୱାର୍ଥକୁ ପ୍ରୋତ୍ସାହନ ମିଳିପାରିବ । ଏହାଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ଅଧିନିୟମ, ୨୦୦୨ର ଧାରା ୪(୧) ଏବଂ ଧାରା ୪(୨)ର ଉଲ୍ଲଙ୍ଘନ ହୋଇଥିବା ଧରାଯାଇଛି । ଏଥିପାଇଁ ସିସିସିଆଇ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

 

୧. ବିସିସିଆଇ ଅଧିନିୟମର ଧାରା ୪ ଉଲ୍ଲଙ୍ଘନ କରୁଥିବା ଗତିବିଧି କରିବ ନାହିଁ ।
୨. ବିସିସିଆଇ ଅଣ-ସଦସ୍ୟଙ୍କ ଦ୍ୱାରା ପେସାଦାର ଘରୋଇ କ୍ରିକେଟ ଲିଗ/ପ୍ରତିଯୋଗିତାର ଆୟୋଜନ ନିମନ୍ତେ ପ୍ରତିବନ୍ଧକ ଲାଗୁ କରିବ ନାହିଁ । ବର୍ତ୍ତମାନ, ବିସିସିଆଇ କ୍ରୀଡ଼ାର ସ୍ୱାର୍ଥକୁ ଧ୍ୟାନରେ ରଖି ନିୟମ କରିବା ଏବଂ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାର ଅଧିକାର ହାସଲ କରିବ ।
୩. ବିସିସିଆଇ ଭାରତରେ ପେସାଦାର ଘରୋଇ କ୍ରିକେଟ ଲିଗ/ପ୍ରତିଯୋଗିତାର ଆୟୋଜନ ନିମନ୍ତେ ଲାଗୁ ନିୟମକୁ ଦୃଷ୍ଟିରେ ରଖି ଉଚିତ ସ୍ପଷ୍ଟିକରଣ ଜାରି କରିବ । ଏହାବ୍ୟତୀତ ବିସିସିଆଇ ଦେଶରେ କ୍ରିକେଟର ବିକାଶ ଲାଗି ଯଥାସମ୍ଭବ ପଦକ୍ଷେପ ସୁନିଶ୍ଚିତ କରିବ ।
୪. ବିସିସିଆଇ ଆୟୋଗ ଦ୍ୱାରା ଦିଆଯାଉଥିବା ସମସ୍ତ ନିର୍ଦ୍ଦେଶ ସମ୍ପର୍କରେ ୬୦ ଦିନ ମଧ୍ୟରେ ନିଜର ରିପୋର୍ଟ ଉପସ୍ଥାପନ କରିବ ।
ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଉପରେ ପ୍ରତିଦ୍ୱନ୍ଦିତା ନିରୋଧୀ ଆଭିମୁଖ୍ୟ ପାଇଁ ୫୨.୨୪ କୋଟି ଟଙ୍କାର ଜରିମାନା ମଧ୍ୟ ଲାଗୁ କରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top