ଗ୍ରାମ୍ୟ ପରିବାରକୁ ପାଇପ ଜଳ କେବେ?

News Story - Posted on 2017-11-30

ଓଡ଼ିଶାର ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରଙ୍କ ମଧ୍ୟରୁ ଏଯାବତ୍ ୯୬ ପ୍ରତିଶତରୁ ଊଦ୍ଧ୍ୱର୍ଙ୍କ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ସଂଯୋଗ କରାଯାଇପାରିନାହିଁ । ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

 

ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ୮୧,୪୯,୧୦୨ ପରିବାରରେ ବସବାସ କରୁଛନ୍ତି ୩,୫୮,୯୬,୯୨୪ ଲୋକ । ଏହି ପରିବାରଗୁଡ଼ିକ ମଧ୍ୟରୁ ୩,୦୨,୦୪୮ ପରିବାରକୁ ପାନୀୟ ଜଳ ସଂଯୋଗ କରାଯାଇଛି । ତେବେ ରାଜ୍ୟର ସବୁ ପରିବାରକୁ କେବେସୁଦ୍ଧା ପାଇପ୍ ଜଳ ଯୋଗାଣ ହେବ ବୋଲି ବିଧାୟକ ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅବଶିଷ୍ଟ ସବୁ ପରିବାର ଲାଗି ସରକାରଙ୍କ ଆର୍ôଥକ ଅନୁଦାନକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ ।

 

ରାଜ୍ୟର ସମସ୍ତ ଗ୍ରାମକୁ କେବେସୁଦ୍ଧା ପାଇପ୍ ଜଳ ଯୋଗାଣ ଓ ସଡ଼କ ସୁବିଧା ହେବ ବୋଲି ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ୍ ୩୦ଟି ଜିଲ୍ଲାର ୬,୮୦୧ଟି ଗ୍ରାମ ପଞ୍ଚାୟତରେ ୧,୫୭,୭୭୩ଟି ଗ୍ରାମ ଓ ପଡ଼ାଗ୍ରାମ ରହିଛି । ସେଥିରୁ ୩୭,୭୧୧ଟିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିବା ବେଳେ ଅବଶିଷ୍ଟ ୧,୨୦,୦୬୨ଟି ଗ୍ରାମ ଓ ପଡ଼ାଗ୍ରାମକୁ ସରକାରଙ୍କ ଆର୍ôଥକ ଅନୁଦାନକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଉଛି । ଏହି ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲାର ୧୦,୧୧୨ଟି ଗ୍ରାମ ମଧ୍ୟରୁ ୭,୭୮୯ଟିକୁ ଏଯାବତ୍ ପାଇପ୍ ଜଳ ଯୋଗାଣ ହୋଇନାହିଁ ।

 

ଗ୍ରାମାଞ୍ଚଳରେ ଥିବା ପରିବାରଗୁଡ଼ିକ ମଧ୍ୟରୁ ଅଦ୍ୟାବଧି ୪୦,୮୮,୯୪୧ ପରିବାରରେ ଘରୋଇ ପାଇଖାନା ଥିବା ସୂଚନା ଦେଇ ୨୦୧୯ ସୁଦ୍ଧା ଗ୍ରାମାଞ୍ଚଳର ଅବଶିଷ୍ଟ ଯୋଗ୍ୟ ବିବେଚିତ ପରିବାରଙ୍କ ଘରେ ପାଇଖାନା ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ସୂ·ଇଛନ୍ତି । ସ୍ୱଚ୍ଛ ଭାରତ ମିଶନ୍ ଆରମ୍ଭ ହେବା ପରଠାରୁ ରାଜ୍ୟରେ ୩୦,୫୦,୮୧୪ଟି ଘରୋଇ ପାଇଖାନା ନିର୍ମିତ ହୋଇଛି ଏବଂ ଏ ବାବଦରେ କେନ୍ଦ୍ର ସରକାର ୧୬୫ କୋଟି ୨୧ ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ୧୦୮୪ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ୨୦୧୯ ମସିହା ସୁଦ୍ଧା ଏ ବାବଦରେ କେନ୍ଦ୍ର ସରକାର ୩୫୫୦ କୋଟି ୪୪ ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ୨୩୬୬ କୋଟି ୯୬ ଲକ୍ଷ ଟଙ୍କା ରାଜ୍ୟରେ ଖର୍ଚ୍ଚ କରିବାର ଆକଳନ ରହିଛି ବୋଲି ସେ ସୂ·ଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top