ନିର୍ମିତ ହୋଇଛି କେତେ ସେତୁ ଓ ସଡ଼କ?

News Story - Posted on 2017-11-30

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ କ୍ରମେ ଓଡ଼ିଶାରେ ୨୧୩ଟି ସେତୁ ଓ ୪୨,୦୫୮ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଦ୍ୟାବଧି ଆମ ରାଜ୍ୟରେ ୭ଟି ସେତୁର କାର୍ଯ୍ୟ ·ଲୁ ରହିଛି ଓ ୧୦୪୨ କିଲୋମିଟର ଦୈର୍ଘ୍ୟର ସଡ଼କ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବିଧାୟକ ଦିଲିପ ରାୟଙ୍କ ଦୁଇଟି ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

 

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆରମ୍ଭରୁ ଗତ ଅକ୍ଟୋବର ଶେଷ ସୁଦ୍ଧା କେନ୍ଦ୍ର ସରକାର ଓଡ଼ିଶାରେ ୬୪୬ଟି ସେତୁ ଓ ୫୬,୮୨୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ୨୧୩ଟି ସେତୁ ଓ ୪୨,୦୫୮ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ମଞ୍ଜୁରୀ ମିଳିଥିବା ପ୍ରକଳ୍ପ ମଧ୍ୟରୁ ୨୩୩ଟି ସେତୁ ଓ ୧୪,୭୬୮ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବାକି ରହିଛି । ଏହାଛଡ଼ା ଆଉ ୧୫ଟି ସେତୁ ଓ ୩,୨୧୯ କିଲୋମିଟର ରାସ୍ତାର ପ୍ରସ୍ତାବ କେନ୍ଦ୍ରୀୟ ଅନୁମୋଦନ ପ୍ରତୀକ୍ଷାରେ ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ ଓଡ଼ିଶା ପାଇଁ ସମୁଦାୟ ୧୮,୫୪୪ କୋଟି ୭୫ ଲକ୍ଷ ଟଙ୍କା ବନ୍ଦୋବସ୍ତ ହୋଇଥିବା ବେଳେ ସେଥିରୁ ୧୮,୧୪୩ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ଏହି ପ୍ରକଳ୍ପ ପାଇଁ ୨୦୦୯-୧୦ରୁ ଏଯାବତ୍ ରାଜ୍ୟ ସରକାର ୩,୦୪୪ କୋଟି ଟଙ୍କା ମଧ୍ୟ ବରାଦ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ୧୧୦୭ କିଲୋମିଟର ଦୈର୍ଘ୍ୟର ରାସ୍ତା ଓ ୪୧ଟି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ବାକି ରହିଛି । ୨୦୧୭-୧୮ ବର୍ଷ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ୨୮୬ କିଲୋମିଟର ଦୈର୍ଘ୍ୟର ୬୯ଟି ରାସ୍ତା ଓ ୧୨ଟି ସେତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଦ୍ୟାବଧି ୬୩୪ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯୋଜନାରେ ଚଳିତବର୍ଷ ୭ଟି ସେତୁ ଓ ୧୧୩୮ କିଲୋମିଟର ରାସ୍ତା ବ୍ରିକ୍ସ ଆର୍ôଥକ ସହାୟତାରେ କରିବା ପାଇଁ ପ୍ରସ୍ତାବ ଥିବା ବେଳେ ଏଯାବତ୍ ୭ଟି ସେତୁର ନିର୍ମାଣ କାର୍ଯ୍ୟ ·ଲୁ ରହିଛି ଓ ୧୦୪୨ କିଲୋମିଟର ସଡ଼କ ନିର୍ମାଣ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୩ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟରେ ୧୦୪ କିଲୋମିଟର ଦୈର୍ଘ୍ୟର ସଡ଼କ ନିର୍ମାଣ ସରିଥିବା ବେଳେ ଗୋଟିଏ ସେତୁ ନିର୍ମାଣାଧୀନ ରହିଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୪୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୭୭ କିଲୋମିଟର ରାସ୍ତା ନିର୍ମିତ ହୋଇଥିବା ଜଣାପଡ଼ିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top