ଝଡ଼ିିବ କି ଭାଇଭଉଣୀଙ୍କ ଭବିଷ୍ୟତ?

News Story - Posted on 2017-11-30

ମହାନଗର ବ୍ରହ୍ମପୁରର ପ୍ରଥମ ନାଗରିକ ମେୟରଙ୍କ ନାମରେ ଲାଗିଥିବା କାଳିମାକୁ ଛଡ଼।।ଇବାର ପ୍ରୟାସ କରୁ କରୁ ପୁଣି ଛନ୍ଦି ହୋଇଗଲା ତାଙ୍କ ଭାଇଦ୍ୱୟଙ୍କ ମାନଭଂଜନ କାହାଣୀ । ପ୍ରଥମେ ମେୟର ମାଧବୀଙ୍କ ସ୍ୱାମୀ ଉପାଖ୍ୟାନ ବେଶ୍ ରୋଚକ ଥିଲା ଏବଂ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଚାଲେଞ୍ଜ ମଧ୍ୟ ଯଥାର୍ଥ ଥିଲା । ସହରରେ ବହୁ ଗୁରୁତର ସମସ୍ୟାର ସମାଧାନ ସହଜ ହୋଇ ନଥିବା ସମୟରେ ମେୟର ମାଧବୀ ଓ ତାଙ୍କ ଅନୀଲ ଭାଇଙ୍କୁ ନେଇ ଆଜି ସମଗ୍ର ସହରରେ ଯେଉଁ ଚର୍ଚ୍ଚା ତାକୁ ଲିଭାଇବା ପାଇଁ ଗଣ ଓ ଗଣମାଧ୍ୟମର ନୈତିକତା ଓ ଚରିତ୍ର ସର୍ବଶ୍ରେଷ୍ଠ ସଂପଦ । ଯିଏ ସର୍ବୋଚ୍ଚ ଆସନରେ ବସି ଜନତା ଜନାର୍ଦ୍ଦନର ଦୁଃଖସୁଖ ବୁଝିବ ତା’ର ବିଚାର ଆଚାର ଜୀବନଶୈଳୀ ଅନୁରୂପ ପ୍ରଭାବ ପକାଇବା ସ୍ୱାଭାବିକ । କିନ୍ତୁ ଯଦି ବ୍ୟତିକ୍ରମ ଚରିତ୍ରଙ୍କ ଦ୍ୱାରା ସର୍ବୋଚ୍ଚ ପଦ ହାତରେ ପଡ଼ିଯାଏ ନିଶ୍ଚୟ ନିନ୍ଦନୀୟ ।

 

ବ୍ରହ୍ମପୁରରେ ବିଜୁ ଜନତା ଦଳର ରାଜ ଚାଲିଛି । ଦୁଇ ଦଶନ୍ଧି ଧରି ବିଧାୟକଙ୍କ ପ୍ରତିିନିଧି ଅନୀଲ କୁମାରଙ୍କ ପୁରୀ କାଣ୍ଡର ରୋଚକ କାହାଣୀ ସୂଚାଇ ଦେଉଛି ଯେ ଏଠାରେ ପ୍ରକୃତ ଦେଶର ସଂଜ୍ଞାକୁ ଏକ କଳଙ୍କର ଛିଟା ଲାଗିନି ବରଂ ସହରର ତ୍ରିକୋଣୀୟ ଶାସନ ବ୍ୟବସ୍ଥାରେ ଅସହାୟତାର ସ୍ୱରଟିଏ ସହ ଉତ୍ତରଦାୟୀ ମଣିଷଙ୍କ ନୈତିକତା ପାଇଁ ପ୍ରଶ୍ନ ଠିଆ କରିଛି । ବିଧାୟକ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଲୋକ ପ୍ରତିନିଧି ଭାବରେ ଜଣେ ଅମଳିନ ଚରିତ୍ର । ନିଷ୍କଳଙ୍କ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା । ବିଧାୟକଙ୍କ ପ୍ରତିନିଧି କେ. ଅନୀଲ କୁମାରଙ୍କ ଏତାଦୃଶ କାଣ୍ଡ ପ୍ରତ୍ୟକ୍ଷ ଭାବରେ ବିଧାୟକଙ୍କର ମୁହଁକୁ ବି କଳା କରିଦେଇକ୍ତି । ବିଜେଡ଼ି ହାଇକମାଣ୍ଡ ତକ୍ରାଳ କିଛି ପଦକ୍ଷେପ ନେଇଥିଲେ ହୁଏତ ମର୍ଯ୍ୟାଦା କେବଳ ବିଧାୟକଙ୍କର ନୁହଁ ଦଳର ବି ବଢ଼ିଥାନ୍ତା । କିନ୍ତୁ ହେଲା ନାହିଁ ବୋଲି ବିରୋଧୀ ଦଳ ହାତକୁ ସୁଯୋଗ ଚାଲିଗଲା ।

 

ଅନୀଲ କୁମାର ପୁରୀର ପଂଚତାରକା ହୋଟେଲରେ ଯେଉଁ କାଣ୍ଡରେ ସଂଶ୍ଲୀଷ୍ଟ ଥିଲେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଆଲୋଚନାକୁ କିଏ ଅଟଳାଇ ପାରିବ ନାହିଁ । ମେୟର ମାଧବୀଙ୍କ ସ୍ୱାମୀ ଉପାଖ୍ୟାନର ଝଡ଼ ଭିତରେ ଭାଇ ଅନୀଲ କୁମାରଙ୍କ ଝଡ଼ଟି ଆସି ପିଟି ହୋଇଯାଇଛି ବ୍ରହ୍ମପୁରର ଜନମନ ଭାବନାରେ । ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ଝଡ଼଼ରେ ଝଡ଼ିିପାରେ କି ଭାଇଭଉଣୀର ରାଜନୈତିକ ଭବିଷ୍ୟତ । କ୍ଷମତା ଅଳିନ୍ଦର ସତଗୁଣ ସଂପନ୍ନ ମଣିଷଟିଏ ଉନ୍ମୋଚନ କରିବା କାଠିକାର ପାଠ । କିନ୍ତୁ ଯେଉଁମାନେ ଅର୍ଥରୁ ପଦ ଓ କ୍ଷମତା ଏବଂ କ୍ଷମତାରୁ ନିଜ ସ୍ୱାର୍ଥସୁଖ ଲୋଡ଼ି ଏପରି କିଛି କର୍ମରେ ନିଜକୁ ଯୋଡ଼ି ଦିଅନ୍ତି ତା’ର ପ୍ରତିବିମ୍ବ ନିର୍ବାଚନରେ ଜଳଜଳ ହୋଇ ଦିଶିବ । ହୁଏତ ବ୍ରହ୍ମପୁରରେ ପୁଣି ଏକ ସରସ ସାରଗର୍ଭ ଆଲୋଚନା ପାଇଁ ବିଜେଡ଼ିର ଛାମୁଆ ସଂଗଠନ ଡ଼େରା ପକାଇ ପାରନ୍ତି ଆଗାମୀ ମହାନଗର କ୍ଷୀଣପଦ କୋଳେଇ ନେବାକୁ । କିନ୍ତୁ ମେୟର ମାଧବୀ ଓ ତାଙ୍କର ଭାଇଙ୍କୁ ନେଇ ଉଠିଥିବା ଝଡ଼କୁ ସମ୍ମୁଖୀନ ହେବାରେ ଶଂଖ ମଧ୍ୟ ଅସମର୍ଥ ହେବା ସୁନିଶ୍ଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top