ବିଜେଡି ସଂପତ୍ତି ବଢ଼ିଛି ୭,୭୨୧%

News Story - Posted on 2017-11-30

ଓଡ଼ିଶାର ଶାସକ ବିଜୁ ଜନତା ଦଳର ସଂପତ୍ତି ପରିମାଣ ଗତ ୧୦ ବର୍ଷରେ ୭,୭୨୧ ପ୍ରତିଶତ ବୃଦ୍ଧି ପାଇଛି । ଓଡ଼ିଶା ଇଲେକ୍ସନ ୱାଚ ତରଫରୁ ଏହି ତଥ୍ୟ ଏକ ରିପୋର୍ଟ ଆକାରରେ ପ୍ରକାଶ ପାଇଛି । ତେବେ ରିପୋର୍ଟ ଅନୁସାରେ ଦଳର ଦେୟଭାର ମଧ୍ୟ ଏହି ସମୟ ମଧ୍ୟରେ ୧୦,୨୦୦ ପ୍ରତିଶତ ବୃଦ୍ଧି ପାଇଛି ।

 

ନ୍ୟାସନାଲ ଇଲେକ୍ସନ ୱାଚର ସହଯୋଗୀ ସଂସ୍ଥା ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ଅନୁସାରେ ୨୦୦୫-୦୬ ବର୍ଷରେ ବିଜୁ ଜନତା ଦଳର ସଂପତ୍ତି ବ୍ୟୟ ପରେ ବଳକା ପରିମାଣ ଥିଲା ୨୪ ଲକ୍ଷ ଟଙ୍କା । ୨୦୧୫-୧୬ ବର୍ଷରେ ଏହା ୧୮.୭୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୦୦୫-୦୬ ବର୍ଷରେ ଦଳର ଦେୟଭାର ଥିଲା ୨୦ ହଜାର ଟଙ୍କା । ୨୦୧୫-୧୬ ବର୍ଷକୁ ଏହି ଦେୟଭାର ପରିମାଣ ୨୦.୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

 

ନିର୍ବାଚନ କମିଶନଙ୍କ ନିକଟରେ ବିଜୁ ଜନତା ଦଳ ଦାଖଲ କରିଥିବା ୧୦ ବର୍ଷର ଆୟବ୍ୟୟ ହିସାବ ଅନୁଶୀଳନ କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ରିପୋର୍ଟ ଅନୁସାରେ ୨୦୧୦-୧୧ରେ ଦଳର ସଂପତ୍ତି ପରିମାଣ ଥିଲା ୩.୧୭ କୋଟି ଟଙ୍କା । ୨୦୧୩-୧୪ ବର୍ଷକୁ ଏହା ୯.୨୬ କୋଟିକୁ ବୃଦ୍ଧି ପାଇଥିଲା । ୨୦୧୪-୧୫ରେ ଏହା ୧୭.୯୮ କୋଟି ଏବଂ ୨୦୧୫-୧୬ରେ ଏହା ୧୮.୭୭ କୋଟିକୁ ବୃଦ୍ଧି ପାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top