ବ୍ୟାଙ୍କରେ ଲାଗିବ ୨.୧୧ ଲକ୍ଷ କୋଟି

News Story - Posted on 2017-10-24

ଆର୍ôଥକ ଅଭିବୃଦ୍ଧିକୁ ଅଧିକ ସୁଦୃଢ଼ ଓ ତ୍ୱରାନ୍ୱିତ କରିବା ପାଇଁ ଜାତୀୟକୃତ ବା ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକୁ ସରକାର ୨.୧୧ ଲକ୍ଷ କୋଟି ଟଙ୍କାର ପୁଂଜି ସହାୟତା ଦେବେ । ଆଜି କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏକଥା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସୁଦୃଢ଼ ଅଛି ଏବଂ ସ୍ଥୁଳ ଅର୍ଥନୀତିର ମୌଳିକ ସ୍ଥିତି ମଧ୍ୟ ସୁଦୃଢ଼ ରହିଛି । ସରକାରଙ୍କ ଆର୍ଥନୀତିକ ସଂସ୍କାର ପ୍ରକ୍ରିୟାକୁ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ସମର୍ଥନ କରିଛନ୍ତି ।

 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସରକାର ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମୋଟ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବେ । ଏଥିରୁ ୧.୫୫ ଲକ୍ଷ କୋଟି ଟଙ୍କା ବଣ୍ଡ ବିକ୍ରିରୁ ଆଦାୟ ହେବ ବୋଲି ଆର୍ôଥକ ସେବା ବିଭାଗର ସଚିବ ରାଜୀବ କୁମାର କହିଛନ୍ତି । ଆଉ ୭୬ ହଜାର କୋଟି ଟଙ୍କା ସରକାର ବଜେଟରେ ମଂଜୁର କରିବେ । ଦରକାର ହେଲେ ଖୋଲା ବଜାରରୁ ମଧ୍ୟ ଋଣ ଉଠାଇ ବ୍ୟାଙ୍କକୁ ଦିଆଯିବ ।

 

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆର୍ଥନୀତିକ ବ୍ୟାପାର ବିଭାଗର ସଚିବ ଏସ. ସି. ଗର୍ଗ କହିଛନ୍ତି ଯେ ୨୦୧୪ ମସିହାଠାରୁ ଦେଶରେ ମୁଦ୍ରାସ୍ଫୀତ ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଆଗାମୀ ବର୍ଷରେ ମଧ୍ୟ ଏହା ୪ ପ୍ରତିଶତ ଟପିବାର କୌଣସି ଆଶଙ୍କା ନାହିଁ । ଚଳିତ ବର୍ଷ ଚଳନ୍ତି ହିସାବ ନିଅଣ୍ଟ ପରିମାଣ ଜିଡିପିର ୨ ପ୍ରତିଶତରେ ସୀମୀତ ରହିଛି । ଏବେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୪୦,୦୦୦ କୋଟି ଡଲାରକୁ ବୃଦ୍ଧି ପାଇଛି । ସେହିପରି ଚଳିତ ବର୍ଷ ସରକାର ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୩.୨ ପ୍ରତିଶତ ମଧ୍ୟରେ ସୀମୀତ ରଖିବାକୁ ଦୃଢ଼ ପରିକର ଅଛନ୍ତି ବୋଲି ଗର୍ଗ କହିଛନ୍ତି । ଆସନ୍ତା ଡିସେମ୍ବର ମାସରେ ଏ ସଂପର୍କରେ ସମୀକ୍ଷା ହେଲେ ପ୍ରକୃତ ସ୍ଥିତି ଜଣାପଡ଼ିବ । ଚଳିତ ଆର୍ଥକ ବର୍ଷରେ ସରକାର ପୁଂଜି ବିନିବେଶ କାର୍ଯ୍ୟକ୍ରମ ଜରିଆରେ ୭୨,୫୦୦ କୋଟି ଟଙ୍କା ଅର୍ଜନ କରିବାର ଲକ୍ଷ୍ୟ ନିଶ୍ଚିତ ହାସଲ କରିବେ ବୋଲି ମଧ୍ୟ ଗର୍ଗ କହିଛନ୍ତି ।

 

ଅର୍ଥ ସଚିବ ଅଶୋକ ଲଭସା କହିଛନ୍ତି ଯେ ଚଳିତ ବର୍ଷ ସରକାରଙ୍କ ଖର୍ଚ୍ଚ ପରିମାଣ ୧୧.୪୭ ଲକ୍ଷ କୋଟି ଟଙ୍କା ଛୁଇଁଲାଣି । ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୧.୪୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବଜେଟ ବ୍ୟବସ୍ଥା ରହିଛି । ବଜେଟରେ ପୁଂଜି ଖର୍ଚ୍ଚ ପରିମାଣ ୩.୦୯ ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଥିଲା । ଏବେ ସୁଦ୍ଧା ୧.୪୬ ଲକ୍ଷ କୋଟି ଟଙ୍କାର ପୁଂଜି ଖର୍ଚ୍ଚ କରାଗଲାଣି । ସେହିପରି ସାଧାରଣ ଉଦ୍ୟୋଗଗୁଡ଼ିକ ୩.୮୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଥିଲାବେଳେ ଏବେ ସୁଦ୍ଧା ୧.୩୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।

 

ଆସନ୍ତା ୫ ବର୍ଷରେ ଦେଶରେ ୮୩,୬୭୭ କିଲୋମିଟର ସଡ଼କ ନିର୍ମାଣ କରିବାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଥିବା କଥା ଲଭସା ଘୋଷଣା କରିଛନ୍ତି । ଏହା ଫଳରେ ଦେଶର ଅର୍ଥନୀତି ଅଧିକ ସୁଦୃଢ଼ ହେବ ।

 

ଏହି ସାମ୍ବାଦିକ ସମ୍ମିଳନୀରେ ଆର୍ଥିକ ସେବା ବିଭାଗର ସଚିବ ରାଜୀବ କୁମାର କହିଛନ୍ତି ଯେ ୨୦୧୫ ମାର୍ଚ୍ଚରେ ବ୍ୟାଙ୍କଗୁଡ଼ିକର ଏନପିଏ ୨.୭୫ ଲକ୍ଷ କୋଟି ଟଙ୍କା ଥିଲାବେଳେ ୨୦୧୭ ବେଳକୁ ତାହା ୭.୩୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ମାତ୍ର ୧୨ଟି ଋଣ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ଟଙ୍କାର ଏପିଏ ହୋଇଯାଇଛି ବୋଲି ସେ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top