ନବମ ଗ୍ରହ ମିଛ ନୁହେଁ!

News Story - Posted on 2017-10-17

ଆମ ସୌର ମଣ୍ଡଳରେ ଏକ ନବମ ଗ୍ରହ ରହିଥିବା ନେଇ ବହୁ ବର୍ଷ ତଳୁ ଅନୁମାନ କରାଯାଉଥିଲା । ଏବେ କିନ୍ତୁ ଆମେରିକାର ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେଶ ଆଡ଼ମିନିଷ୍ଟ୍ରେସନ ବା ନାସା ବିଶ୍ୱାସ କରିବା ଆରମ୍ଭ କରିଛି ଯେ ସତରେ ଏମିତି ଏକ ଗ୍ରହ ଅଛି । ନାସାର ବିଶ୍ୱାସ ଅନୁସାରେ ଆମ ସୌର ମଣ୍ଡଳର ବାହ୍ୟ ପରିଧିରେ ଏହି ଗ୍ରହ ରହିଛି ।

 

ଏହି ନବମ ଗ୍ରହର ଉପସ୍ଥିତି ଯୋଗୁଁ ଆମ ସୌର ବ୍ୟବସ୍ଥା ଗୋଟିଏ ପଟକୁ ଢଳି ରହିଛି ବୋଲି ନାସାର ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି । ବୈଜ୍ଞାନିକମାନଙ୍କର ଆକଳନ ଅନୁସାରେ ଏହି ନବମ ଗ୍ରହର ଆକାର ପୃଥିବୀର ଆକାରଠାରୁ ୧୦ ଗୁଣ ବଡ଼ । ସୂର୍ଯ୍ୟଠାରୁ ଏହାର ଦୂରତା ଅଷ୍ଟମ ଗ୍ରହ ନେପଚ୍ୟୁନର ଦୂରତାଠାରୁ ୨୦ ଗୁଣ ଅଧିକ ।

 

କାଲିଫର୍ଣ୍ଣିଆ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବା କାଲ୍ଟେକର ବୈଜ୍ଞାନିକ କନଷ୍ଟାଣ୍ଟାଇନ୍ ବାତିଜିନ୍ କହିଛନ୍ତି ଯେ ଏହି ନବମ ଗ୍ରହ ସଂପର୍କରେ ଅତି କମରେ ୫ ପ୍ରକାର ପାରିପାଶ୍ୱିର୍କ ପ୍ରମାଣ ମିଳିଛି । ତାଙ୍କ ମତରେ ଯଦି ସୌର ମଣ୍ଡଳରେ ନବମ ଗ୍ରହର ଉପସ୍ଥିତି ନଥିବ ତେବେ ଆମ ଆଗରେ ୫ ପ୍ରକାର ରହସ୍ୟ ଉଭା ହେବ ଯାହାକୁ ବୁଝାଇବା ପାଇଁ ୫ ପ୍ରକାର ତତ୍ତ୍ୱର ଆବଶ୍ୟକତା ପଡ଼ିବ । ସେହି ପରିସ୍ଥିତିରେ ବିଶ୍ୱର ପ୍ରତ୍ୟେକ ରହସ୍ୟ ଅବୋଧ୍ୟ ହୋଇଯିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top