ମହାଭାରତର ଶଲ୍ୟ ଓ ମୋଦୀ

News Story - Posted on 2017-10-14

ସୂର୍ଯ୍ୟମଣି ମିଶ୍ର

ସାମାଜିକ ଏବଂ ରାଜନୈତିକ ବି·ରର କଳ୍ପନା କରାଯାଇପାରେ । ଯେଉଁଠି ଗୋଟିଏ ପକ୍ଷରେ ବି·ର-ଅନ୍ୟପକ୍ଷରେ ଦଳ । ଦଳର ଜଣେ ସର୍ବୋଚ୍ଚ ନେତା ଥାଆନ୍ତି । କିନ୍ତୁ ଏହି ନେତା ଏକାକୀ କ୍ଷମତାକୁ ଗୋଟିଏ ଧାରାରେ ଗୋଟିଏ ରୂପରେ ବ୍ୟକ୍ତିଗତ ଏକଛତ୍ରବାଦୀ ତରିକାରେ ସବୁଦିନ ରଖିପାରନ୍ତି ନାହିଁ । ଦୁର୍ନୀତି ଯେତେବେଳେ ମହାଦୁର୍ନୀତିର ରୂପ ନିଏ । ନେତା ଯେତେବେଳେ ନିଜକୁ “ଏକୋ ଅହମ୍ ଦ୍ୱିତୀୟୋନାସ୍ତି” ଭାବରେ ଉପସ୍ଥାପିତ କରନ୍ତି ସେତେବେଳେ ଏହା ତାଙ୍କ ପତନର ପ୍ରାକ୍ ସୂଚନା ବୋଲି ଜଣାପଡ଼ିଯାଏ । ମିଛ କହି ସେବକ ଜଣେ ମାଲିକଙ୍କୁ କେତେଦିନ ଠକିବ? ଗଣତନ୍ତ୍ରରେ ଗଣମାନେହିଁ ତ ମାଲିକ । ଏହାକୁ ଯେଉଁ ନେତା ସଠିକ୍ ଭାବେ ବୁଝିଛନ୍ତି, ସିଏ ମାଲିକଙ୍କ ସମର୍ଥନ ପାଇଛନ୍ତି । ଭାରତର ଜନଗଣ ନେତୃତ୍ୱ ପରିବର୍ତ୍ତନ-ଶାସନ ପରିବର୍ତ୍ତନ କିପରି କରିପାରନ୍ତି । ଜରୁରୀ ପରିସ୍ଥିତିକୁ ଉଦାହରଣ ଭାବେ ନିଆଯାଇପାରେ । ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ଭଳି ଜନପ୍ରିୟ ପ୍ରଧାନମନ୍ତ୍ରୀ କ୍ଷମତାର ଦୁରୁପଯୋଗ କରିବା କାରଣରୁ ଏବଂ ଗଣତନ୍ତ୍ରର କଣ୍ଠରୋଧ କରିବାର ପରିଣାମରେ କିପରି କ୍ଷମତାଚ୍ୟୁତ ହେଲେ ତାହାର ଉଦାହରଣ ଆଜି ଦିନର ଶାସକ ଓ ବିରୋଧୀ ରାଜନେତାମାନେ ବେଶ୍ ଭଲଭାବରେ ଜାଣିଛନ୍ତି ।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଶ୍ୱପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଡଃ ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ ଉପା ସରକାର ଥିଲା । ଏ. ରାଜା, ଏସ. କାଲମାଡ଼ିଙ୍କ ଭଳି ମୁଷ୍ଟିମେୟ କେତେଜଣ ନେତାଙ୍କ ଦୁର୍ନୀତି ପାଇଁ ଉପା ସରକାର ଉପରେ ଜନତାଙ୍କ କୋପଦୃଷ୍ଟି ବଢ଼ିଲା । ସାଧାରଣ ନିର୍ବାଚନରେ କଂଗ୍ରେସ କେବଳ କ୍ଷମତା ହରାଇନଥିଲା ଅଧାରୁ ଅଧିକ ରାଜ୍ୟରେ ମାଟିକାମୁଡିବା ଏବଂ ଧୂଳି ·ଟିବା ସ୍ଥିତିରେ ପହଞ୍ôଚଲା । ପଶ୍ଚିମବଙ୍ଗରେ ସିପିଏମ୍ ନେତୃତ୍ୱାଧୀନ ବାମ ଫ୍ରଣ୍ଟ ସରକାର ୩ ଦଶନ୍ଧି ଧରି ଶାସନ କ୍ଷମତାରେ ଥାଇ ଟାଟା କଂପାନୀର ନାନୋ କାରଖାନା ପ୍ରତିଷ୍ଠା ପାଇଁ ଯେପରି ଲୋକଙ୍କ ଉପରେ ଯେପରି ବଳ ପ୍ରୟୋଗ କଲେ, ତାହାର ପରିଣତିରେ ସିପିଏମ୍ ସମେତ ଅନ୍ୟ ବାମଦଳ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି ।

ଭାରତୀୟ ରାଜନୀତିରେ ନାରୀବାଦୀ, ପରିବେଶ, ଦଳିତ, ଆଦିବାସୀ, ଧାର୍ମିକ ସଂଖ୍ୟାଲଘୁଙ୍କୁ ନେଇ ଗୋଟିଏ ଗୋଟିଏ ଦଳ ପ୍ରତିନିଧିତ୍ୱ କରିପାରିବ ନାହିଁ । ଦଳ ଗଢ଼ିବା ଏହା ଦେଶବାସୀଙ୍କ ଦ୍ୱାରା ସଂଖ୍ୟାଗରିଷ୍ଠ ସମର୍ଥକ ପାଇପାରିବ ନାହିଁ । କାରଣ ଭାରତୀୟମାନେ ବିବିଧତାର ସଂସ୍କୃତିକୁ ବହୁକାଳରୁ ଆପଣେଇ ଆସିଛନ୍ତି । ଭାରତର ଜାତି-ଧର୍ମ-ଲିଙ୍ଗ ଏବଂ ଜାତୀୟତାରେ ପାର୍ଟି ଗଠନ କରିବା ସହଜ, କିନ୍ତୁ ସମର୍ଥନ ମିଳିବ ନାହିଁ । ଏହା ହେଉଛି ଭାରତୀୟ ଜାତୀୟ ରାଜନୀତିର ବିଶେଷତ୍ୱ । ହୁଏତ ରାଜ୍ୟସ୍ତରରେ କେତେକ ଦଳ ଜାତି ଆଧାରରେ ମୁଣ୍ଡ ଟେକିଛନ୍ତି । କ୍ଷମତାକୁ ଆସିଥିବାର ଉଦାହରଣ ରହିଛି ।

ବିବିଧତାର ଏକତାକୁ ଯେଉଁ ନେତା, ଯେଉଁ ଦଳ ଭାଙ୍ଗିବାପାଇଁ ଉଦ୍ୟମ କରିଛନ୍ତି, ତାଙ୍କ ଲକ୍ଷ୍ୟ ପୂରଣ ହୋଇପାରିନି । ଜାତୀୟ ରାଜନୀତିର ପୂର୍ବାପର ଉପରେ ଦୃଷ୍ଟିପକାଇବା ବେଳେ, ମହାଭାରତର ଯୋଦ୍ଧା “ଶଲ୍ୟ” ଉପାଖ୍ୟାନ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଇସିଏସ୍ଆଇର ସୁବର୍ଣ୍ଣଜୟନ୍ତୀ ସମାରୋହରେ ଯୋଗଦେଇ ବିରୋଧୀଙ୍କୁ ଶଲ୍ୟ ପ୍ରବୃତ୍ତିରେ ପୀଡିତ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ବିରୋଧୀଙ୍କ ପ୍ରତି ଏହି କଟାକ୍ଷକୁ ମହାଭାରତ ପଢ଼ିଥିବା ଓ ପଢ଼ୁଥିବା ବ୍ୟକ୍ତିମାନେ ସହଜରେ ଗ୍ରହଣ କରିପାରି ନାହିାଁନ୍ତି । ବ୍ୟାସଦେବଙ୍କ ରଚିତ ମହାଭାରତକୁ ବି. ଆର. େ·ପ୍ରା ସିରିଏଲ୍ ମାଧ୍ୟମରେ ଦର୍ଶକଙ୍କୁ ଦେଖାଇଛନ୍ତି । ଏହା ଦୂରଦର୍ଶନରେ ଏକ ଲୋକପ୍ରିୟ ସିରିଏଲ୍ ହୋଇପାରିଥିଲା ।

ପ୍ରଶ୍ନ ଉଠୁଚି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଶଲ୍ୟ ପ୍ରବୃତ୍ତିରେ ପୀଡିତ ବୋଲି କହିଲେ କାହିଁକି? ଶଲ୍ୟ କିଏ? ତାଙ୍କ ପ୍ରବୃତ୍ତି କ’ଣ ଥିଲା? ରାଷ୍ଟ୍ରପାଇଁ ତାଙ୍କ ପ୍ରବୃତ୍ତି କ୍ଷତିକାରକ କି?

ମହାଭାରତର ବର୍ଣ୍ଣନା ଅନୁଯାୟୀ, ପାଣ୍ଡବ-କୌରବ ମଧରେ ଯୁଦ୍ଧ ହୋଇଥିଲା । ପାଣ୍ଡବମାନେ ପଣ୍ଡୁଙ୍କ ପୁତ୍ର । କୌରବମାନେ ଧ୍ରୁତରାଷ୍ଟ୍ରଙ୍କ ପୁତ୍ର । ପଣ୍ଡୁଙ୍କର ଦୁଇଜଣ ପତ୍ନୀ ଥିଲେ । ଜଣେ କୁନ୍ତି ଅନ୍ୟଜଣେ ମାଦ୍ରୀ । ମାଦ୍ରୀ (ନକୁଳ-ସହଦେବଙ୍କ ମାଆ) । ମାଦ୍ରୀଙ୍କ ଭାଇ ଥିଲେ ଶଲ୍ୟ । ସେ ମଦ୍ର ଦେଶର ରାଜା ଥିଲେ । ଶଲ୍ୟ ସଂପର୍କରେ ପାଣ୍ଡବମାନଙ୍କର ମାମୁଁ । ଶଲ୍ୟ ଏକାଧାରରେ ଜଣେ ସଠିକ୍ ମାର୍ଗର ସାରଥି ଏବଂ ପ୍ରବୀଣ ଯୋଦ୍ଧା ଥିଲେ ।

ମହାଭାରତ ଯୁଦ୍ଧର ସମୟ ଆସିଗଲା ବୋଲି ସୂଚନା ପାଇଲେ ଯୋଦ୍ଧା ଶଲ୍ୟ । ପାଣ୍ଡବଙ୍କ ସପକ୍ଷରେ ଏବଂ କୌରବଙ୍କ ବିପକ୍ଷରେ ଲଢିବା ପାଇଁ ଶଲ୍ୟ ନିଜ ଯୁଦ୍ଧ ସରଞ୍ଜାମ ଏବଂ ସୈନିକଙ୍କୁ ଧରି ନିଜ ରାଜ୍ୟ ମଦ୍ରରୁ ବାହାରିପଡିଲେ । ଶଲ୍ୟଙ୍କର ବୀରତ୍ୱ ସଂପର୍କରେ ଜାଣିଥିଲେ ଦ୍ୟୁର୍ଯୋଧନ । ପାଣ୍ଡବ ବାହିନୀଙ୍କ ଅଜାଣତରେ ଶଲ୍ୟ ଆସୁଥିବା ରାସ୍ତାରେ ତାଙ୍କୁ ସୁସ୍ୱାଗତ କରିବାର ବନ୍ଦୋବସ୍ତ କଲେ । ଦ୍ୟୁର୍ଯୋଧନଙ୍କ କୌରବ ସେନା ଏପରି ସୁସ୍ୱାଗତ- ଏବଂ ଭବ୍ୟ ସମ୍ବର୍ନ୍ଧନା ଶଲ୍ୟଙ୍କୁ ଜଣାଇଲେ ଯେ ଶଲ୍ୟ ଧରିନେଲେ ନିଜ ଭଣଜା(ପାଣ୍ଡବ)ଙ୍କ ପକ୍ଷରୁ ତାଙ୍କୁ ଏପରି ସମ୍ମାନ ମିଳିଲା । ତାଙ୍କୁ ଜଣାପଡିଲା ତାଙ୍କୁ ମିଳିଥିବା ସମ୍ମାନ ପାଣ୍ଡବଙ୍କ ପକ୍ଷରୁ କରାଯାଇଛି । ଦ୍ୟୁର୍ଯୋଧନଙ୍କ ସ୍ୱାଗତକୁ ସ୍ୱୀକାର କଲେ ଶଲ୍ୟ । ଦ୍ୟୁର୍ଯୋଧନ ଶଲ୍ୟଙ୍କ ସହାୟତା ମାଗିଲେ । ଯୋଦ୍ଧା ଶଲ୍ୟ ବିବେକର ବାଧ୍ୟବାଧକତାକୁ ଆଧାରକରି ଦ୍ୟୁର୍ଯୋଧନଙ୍କ କୌରବ ବାହିନୀଙ୍କୁ ସହାୟତା ଦେବାକୁ ସମ୍ମତି ଦେଲେ ।

ଯୁଦ୍ଧ ଆରମ୍ଭରେ ପାଣ୍ଡବ ପାଞ୍ଚଭାଇ ଯେତେବେଳେ ଶଲ୍ୟଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, କୌରବ ପକ୍ଷରୁ ଲଢିବା ପାଇଁ ପ୍ରସ୍ତୁତ ହେଉଥିବା ଶଲ୍ୟ ଯୁଧିଷ୍ଠିରଙ୍କୁ ବିଜୟର ଆଶୀର୍ବାଦ ଦେଇଥିଲେ । ଶଲ୍ୟ ଯୁଦ୍ଧ ସମୟରେ କୌରବ ଏବଂ କର୍ଣ୍ଣଙ୍କୁ ହତୋତ୍ସାହିତ କରୁଥିଲେ; କିନ୍ତୁ ସତ୍ୟ ଆଧାରରେ । ମହାଭାରତର ବାର୍ତ୍ତା ହେଲା କୌରବ ପକ୍ଷ ଅନ୍ୟାୟ ସହ ଛିଡା ହେଉଥିବାବେଳେ, ପାଣ୍ଡବ ପକ୍ଷ ନ୍ୟାୟ ଏବଂ ଧର୍ମ ସହ ଛିଡା ହେଉଥିଲେ । ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଧର୍ମ ହାତରେ ଅଧର୍ମର ପରାଜୟ ଆବଶ୍ୟକ । ଯାହା ଯୋଦ୍ଧା ଶଲ୍ୟ ଯୁଦ୍ଧ ସମୟରେ କରି ଦେଖାଇଥିଲେ । ସେ ସତ୍ୟକୁ ହତୋତ୍ସାହିତ କରି ନଥିଲେ । ସେ ଥିଲେ ସତ୍ୟର ପକ୍ଷଧର । ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କୁ ମାରି ଦିଆଗଲା, ଶଲ୍ୟ କୌରବଙ୍କ ସେନାପତି ଭାବେ ପାଣ୍ଡବଙ୍କ ବିରୁଦ୍ଧରେ ଯୁଦ୍ଧକଲେ, ସେ ଯୁଧିଷ୍ଠିରଙ୍କ ହାତରେ ମୃତ୍ୟୁବରଣ କରିଥିଲେ । ଶେଷରେ ଧର୍ମର ବିଜୟ- ଅଧର୍ମର ପରାଜୟ ହେଲା । ଯାହା ଯୁଦ୍ଧ ପୂର୍ବରୁ ଯୁଧିଷ୍ଠିରଙ୍କୁ ଆଶୀର୍ବାଦ ଦେଇ ଶଲ୍ୟ କହିଥିଲେ । ଶଲ୍ୟଙ୍କ ପ୍ରବୃତ୍ତି ଥିଲା ସତ୍ୟ କହିବାର ପ୍ରବୃତ୍ତି । ଧର୍ମ ସହ ସ୍ଥିତ ହେବାର ପ୍ରବୃତ୍ତି । ଧର୍ମ ରକ୍ଷାପାଇଁ ଜୀବନ ଦେବାର ପ୍ରବୃତ୍ତି ।

ତେବେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଶଲ୍ୟ ପ୍ରବୃତ୍ତିର ପୀଡିତ ବୋଲି କହିଲେ କାହିଁକି? ନିଜ ଦଳର ଯଶୋବନ୍ତ ସିଂହ, ଅରୁଣ ସୌରୀ, ରାମଜେଠମାଳିନୀଙ୍କ ଭଳି ୧୦ରୁ ଅଧିକ ନେତା ଯେଉଁ ସମୟରେ ମୋଦିଜୀଙ୍କ ସରକାରଙ୍କ ବିଫଳତା ବଖାଣୁଛନ୍ତି, ଯେଉଁ ସମୟରେ ଦେଶର ଅର୍ଥବ୍ୟବସ୍ଥା ସଂକଟରେ, ରୋଜଗାର ସୃଷ୍ଟି ହେଉନି, ସେହି ସମୟରେ ମୋଦିଜୀ ଶଲ୍ୟ ଉପାଖ୍ୟାନ ଶୁଣାଇ ବିରୋଧୀଙ୍କୁ ଆକ୍ରମଣାତ୍ମକ ହେବାକୁ ଆହ୍ୱାନ ଜଣାଇଛନ୍ତି କି? ୧୯ ଜାନୁୟାରୀ ୨୦୧୪ରେ ଦିଲ୍ଲୀର ରାମଲୀଳା ମଇଦାନ ମଞ୍ଚରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦିଜୀ କହିଥିଲେ ଯେ ଗୋଟିଏ ଦଳକୁ ୬୦ ବର୍ଷ ଶାସନ କରିବାର ସୁଯୋଗ ଦେଲେ ଆପଣମାନେ । ମୋତେ ଓ ମୋ ଦଳକୁ ୬୦ ମାସ ସମୟ ଦିଅନ୍ତୁ, ୬୦ ବର୍ଷରେ ଯାହା ଦେଶରେ ବିକାଶ ହୋଇପାରିନି, ୬୦ ମାସରେ ବିକାଶ କ’ଣ ତାହା ଦେଶବାସୀଙ୍କୁ ଦେଖାଇଦିଆଯିବ । ଏହା ମଧ୍ୟରେ ଶାସନର ୬୦ ମାସରୁ ୪୦ ମାସ ବିତିଗଲାଣି । କ’ଣ ବିକାଶ ହେଇଛି? ବିମୁଦ୍ରାକରଣ ଓ ଜିଏସ୍‍ଟିର ମାଡ଼ରେ ଦେଶର ଜନତା ଘାଇଲା । ବଢ଼ୁଛି ବ୍ୟାଙ୍କର ଅଚଳ ସଂପତ୍ତି (ଏନ୍‍ପିଏ) । ବଢିଛି ଆର୍ଥିକ ଅସାମାନତା । ଦରଦାମ ହ୍ରାସ ପାଇଲା ନାହିଁ । କଂଗ୍ରେସ ଶାସନ ବେଳର ରବର୍ଟ ଭଦ୍ରାଙ୍କ ଜମି କେଳେଙ୍କାକୁ ନେଇ ଜାତୀୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଥିଲା । ଏବେ ମୋଦୀଙ୍କ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପୁଅ ଜୟ ଶାହାଙ୍କ ସଂପତ୍ତି ୧୬ ହଜାର ଗୁଣ ବୃଦ୍ଧିକୁ ନେଇ ଦେଶର ରାଜନୀତିରେ ଦେଖାଦେଇଛି ବିତର୍କ ।

ମହାଭାରତର ମହାପୁରାଣ ଶଲ୍ୟ ଉପାଖ୍ୟାନ ଶୁଣାଇ ନିଜ ଶାସନର ବିଫଳତାକୁ ଘୋଡ଼ାଇ ଦେଲେ ଦେଶର ମାଲିକମାନେ ପ୍ରଧାନ ସେବକଙ୍କୁ ସମର୍ଥନ କରିବେ ଏପରି ଚିନ୍ତାକରିବା ଦ୍ୱାରା ନିର୍ବାଚନୀ ସଫଳତା ଆଣିଦେବ ନାହିଁ । ୬୦ ମାସ ପାଇଁ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି, କେତେ ସଫଳତା ମିଳିଛି, ସେନେଇ ସମୀକ୍ଷା କରିବା ଉଚିତ୍‍ । ନିଜ ମନକଥା ନକହି ଲୋକଙ୍କ ମନକଥାକୁ ବୁଝିବାର ସମୟ ଆସିଛି ।

ମଠ-ମନ୍ଦିର, ମସ୍‍ଜିଦି, ଗୀର୍ଜା ନିର୍ମାଣ- ସେଠାକୁ ଯିବା ପୂଜାର୍ଚ୍ଚନା କରିବା ଅବା ଏସବୁର କେତେକକୁ ଭାଙ୍ଗି ନୂଆକଲେ ଲୋକଙ୍କର-ଦେଶର ବିକାଶ ହେବନାହିଁ, ଭୋକିଲାଙ୍କ ଭୋକ ମେଣ୍ଟିବନି, ବେକାରଙ୍କୁ ନିଯୁକ୍ତି ମିଳିବନି, ଅବା ମହାଭାରତର ଉପାଖ୍ୟାନ ଶୁଣାଇଲେ ବରଂ ସତ୍ୟ-ଧର୍ମର ବିଜୟ ଯେ ସବୁ ଦେଶରେ-ସବୁ ସମୟରେ ହୋଇଥିଲା ଏହାକୁ ବୁଝିବା ଦେଶପାଇଁ ଆଜିଦିନରେ ସବୁଠୁ ବଡ ଆବଶ୍ୟକତା । କାରଣ ସମଗ୍ର ଏସିଆ ଦେଶରେ ସମୂହରେ ଭାରତ ଭୋକିଲାରେ ଶତକ ହାସଲ କରିଛି ।

ସାମ୍ବାଦିକ, ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top