ତିଥି ବାର ବେଳା- ଅକ୍ଟୋବର ୨-୮, ୨୦୧୭

News Story - Posted on 2017-10-03

୨.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୬ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨ ତାରିଖ, ସୋମବାର, ଆଶ୍ୱିନ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଅଦ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ଶରଣପଂଚକ । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୭/୩୪ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨ା୩୦ରୁ ଘ୪ା୨୩, କାଳବେଳା - ଦିବା ଘ୭/୨୩ରୁ ଘ୮/୩୦, କାଳରାତ୍ରି - ଘ୧୦/୩୬ରୁ ଘ୧୧ା୪୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ଶରଣପଂଚକ, ତୃଣକାଷ୍ଠ ଛେଦନ ନିଷେଧ । ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୦ରୁ ଘ୧୦ା୩୬, ରାତ୍ରି ଘ୧୧ା୪୩ରୁ ଘ୧ା୩୬, ଘ୨ା୧୬ରୁ ଘ୩ା୩୩ । ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୨୩, ଦିବାଘ୧୨ା୧୦ରୁ ଘ୨ା୩୦, ଘ୪ା୨୩ରୁ ଘ୭ା୪୩, ରାତ୍ରି ଘ୪/୨୩ରୁ ନିଶାନ୍ତ ।

 

୩.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୭ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୩ ତାରିଖ, ମଙ୍ଗଳବାର, ଆଶ୍ୱିନ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଗଳଗ୍ରହ ତିଥି । ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମକର ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬ା୩୬ରୁ ଘ୭ା୧୬, କାଳବେଳା - ଦିବା ଘ୧/୧୦ରୁ ଘ୨/୧୬, କାଳରାତ୍ରି - ସଂଧ୍ୟା ଘ୬/୪୬ରୁ ଘ୭ା୪୩ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୯ା୪୧ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଂଚକ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୬ରୁ ଘ୪ା୨୩, ରାତ୍ରି ଘ୧୦ା୧୬ରୁ ଘ୧୨ା୨୩ । ଅମୃତ-ଦିବା ଘ୭ା୧୬ରୁ ଘ୯ା୩୬, ଘ୧୧ା୩୦ରୁ ଘ୧ା୧୦, ରାତ୍ରି ଘ୧୨/୨୩ରୁ ଘ୪ା୨୩ ।

 

୪.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୮ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୪ ବୁଧବାର, ଆଶ୍ୱିନ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଅଦ୍ୟ ଶିବଚତୁର୍ଦ୍ଦଶୀ ଓ ଶରଣ ଶେଷ । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । କର୍କଟ ରାଶିର ଘାତବାର, ଧନ ରାଶିର ଘାତଚନ୍ଦ୍ର । ଦିବା ଘ୪ା୧୦ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୩୦ରୁ ଘ୧ା୨୩, କାଳବେଳା - ଦିବା ଘ୯/୧୬ରୁ ଘ୧୦/୨୩, କାଳରାତ୍ରି - ଘ୩/୧୬ରୁ ଘ୪ା୨୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଂଚକ, ଦିବା ଘ୪/୧୦ ମଧ୍ୟେ ତୃଣକାଷ୍ଠ ଛେଦନ ନିଷେଧ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୬, ଦିବା ଘ୪ା୨୩ରୁ ଘ୭ା୩୬, ରାତ୍ରି ଘ୮ା୧୬ରୁ ଘ୧୦ା୨୩, ଘ୪ା୨୩ରୁ ଘ୭ା୩୬, ଘ୮ା୧୬ରୁ ଘ୧୦ା୨୩, ଘ୪ା୨୩ରୁ ନିଶାନ୍ତ । ଅମୃତ-ଦିବା ଘ୭ା୩୬ରୁ ଘ୯ା୧୬, ଘ୨ା୩ରୁ ଘ୪ା୨୩, ରାତ୍ରି ଘ୧୨/୩ରୁ ଘ୨ା୨୩ ।

 

୫.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୯ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୫ ତାରିଖ, ଗୁରୁବାର, ଆଶ୍ୱିନ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଅଦ୍ୟ କୁମାରପୂର୍ଣ୍ଣିମା, ଗୁରୁପୂର୍ଣ୍ଣିମା ବ୍ରତ, ଗଜଲକ୍ଷ୍ମୀ ପୂଜା, ଶ୍ରୀଲିଙ୍ଗରାଜ ଦେବଙ୍କ ଦାମୋଦର ବେଶ, ବୈଷ୍ଣବ ପାଣି ଜୟନ୍ତୀ । ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪ା୨୩ରୁ ଘ୫ା୪୩, କାଳବେଳା - ଦିବା ଘ୩/୧୬ରୁ ଘ୪/୨୩, କାଳରାତ୍ରି - ଘ୧୨/୪୩ରୁ ଘ୧ା୫୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ କୁମାରପୂର୍ଣ୍ଣିମା ଓ ଗୁରୁପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ସର୍ବତ୍ର କର୍ତ୍ତବ୍ୟ । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ମତ୍ସ୍ୟମାସ ଓ ସ୍ତ୍ରୀତୈଳ ବର୍ଜନୀୟ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୦, ଦିବା ଘ୧୧ା୪୩ରୁ ଘ୧ା୩୬, ସଂଧ୍ୟା ଘ୫ା୪୩ରୁ ଘ୭ା୫୦, ରାତ୍ରି ଘ୧ା୫୦ରୁ ଘ୩ା୪୩, ଘ୪ା୨୩ରୁ ନିଶାନ୍ତ । ଅମୃତ-ଦିବା ଘ୧ା୩୬ରୁ ଘ୩ା୧୬, ରାତ୍ରି ଘ୭/୫୦ରୁ ଘ୧୧ା୫୦ ।

 

୬.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୦ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୬ ତାରିଖ, ଶୁକ୍ରବାର, କାର୍ତ୍ତିକ କୃଷ୍ଣପକ୍ଷ, ପ୍ରତିପଦ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ଅଦ୍ୟ କାର୍ତ୍ତିକ ବ୍ରତାରମ୍ଭ । ଗଳଗ୍ରହ ତିଥି । ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ବିଛା ଓ ମୀନ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର । ରାତ୍ରି ଘ୮ା୧୦ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯ା୫୬ରୁ ଘ୧୧ା୩୬, କାଳବେଳା - ଦିବା ଘ୧୧/୩୬ରୁ ଘ୧/୫୬, କାଳରାତ୍ରି - ଘ୮/୫୬ରୁ ଘ୧୦ା୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ କାର୍ତ୍ତିକ ବ୍ରତାରମ୍ଭ । ଅଦ୍ୟ ଦିନଠାରୁ ମତ୍ସ୍ୟମାଂସ ଭକ୍ଷଣ ନିଷେଧ । ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪ରୁ ଘ୯ା୫୭, ଘ୧୨ା୪୪ରୁ ଘ୨ା୫୦ । ଅମୃତ-ସୂର୍ଯ୍ୟୋଦୟରୁ ଘ୮ା୪, ସଂଧ୍ୟା ଘ୫ା୪୪ରୁ ଘ୯ା୨୪, ରାତ୍ରି ଘ୨/୪୪ରୁ ନିଶାନ୍ତ ।

 

୭.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୧ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୭ ତାରିଖ, ଶନିବାର, କାର୍ତ୍ତିକ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୫୧ରୁ ଘ୨ା୪୪, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୫୧, ଦିବା ଘ୪/୨୪ରୁ ଘ୬/୫୧, କାଳରାତ୍ରି - ଘ୪/୨୪ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ରାତ୍ରି ଘ୭ା୫୪ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୧ରୁ ଘ୮ା୪୪ । ଅମୃତ-ଦିବା ଘ୧୦ା୩୧ରୁ ଘ୧୨ା୫୧, ଘ୨ା୪୪ରୁ ଘ୪ା୨୪, ରାତ୍ରି ଘ୧୧/୩୧ରୁ ଘ୩ା୩୧ ।

 

୮.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୨ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୮ ତାରିଖ, ରବିବାର, କାର୍ତ୍ତିକ କୃଷ୍ଣପକ୍ଷ, ତୃତୀୟା ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ମେଷ ରାଶିର ଘାତବାର ଓ ଘାତଚନ୍ଦ୍ର, ଧନୁ ରାଶିର ଘାତନକ୍ଷତ୍ର । ରାତ୍ରି ଘ୧୧ା୪୨ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦ା୩୭ରୁ ଘ୧୨ା୧୭, କାଳବେଳା - ଦିବା ଘ୧୨/୧୭ରୁ ଘ୧/୨୪, କାଳରାତ୍ରି - ଘ୧/୨୪ରୁ ଘ୨ା୩୧ । ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୫ା୪୬ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୪ରୁ ଘ୧୦ା୩୭, ଘ୧ା୨୪ରୁ ଘ୩ା୩୧, ସଂଧ୍ୟା ଘ୬ା୨୪ରୁ ଘ୮ା୩୧, ରାତ୍ରି ଘ୨ା୩୧ରୁ ଘ୪ା୨୪ । ଅମୃତ-ପ୍ରାତଃ ଘ୬ା୨୪ରୁ ଘ୮ା୪୪, ରାତ୍ରି ଘ୮/୩୧ରୁ ଘ୧୦ା୧୧ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top