୭୭% ଲୋକ ପାଉଛନ୍ତି ଶସ୍ତା ଚାଉଳ

News Story - Posted on 2017-09-15

ରାଜ୍ୟ ଜନସଂଖ୍ୟାର ୭୭ ପ୍ରତିଶତ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଟଙ୍କିକିଆ ଚାଉଳ ଓ ଗହମ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର କିଲୋଗ୍ରାମ୍ ପ୍ରତି ମାତ୍ର ୩ ଟଙ୍କା ଦରରେ ଚାଉଳ ଓ ୨ ଟଙ୍କା ଦରରେ ଗହମ ପ୍ରଦାନ କରୁଛନ୍ତି । ତେବେ ରାଜ୍ୟ ସରକାର ହିତାଧିକାରୀମାନଙ୍କୁ କିଲୋ ଟଙ୍କାଏ ଦରରେ ଚାଉଳ ଓ ଗହମ ଯୋଗାଉଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

 

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୬,୩୨,୮୮୪ ପରିବାରର ୩,୨୩,୬୮,୯୩୬ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଯାହା କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସଂଖ୍ୟାର ୯୯.୦୨ ପ୍ରତିଶତ । ରାଜ୍ୟର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୪,୧୯,୭୪,୨୧୮ ହୋଇଥିବା ବେଳେ ଏହାର ୭୭ ପ୍ରତିଶତ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ ହୋଇଛନ୍ତି । ଅଦ୍ୟାବଧି ରାଜ୍ୟରେ ୬,୮୦,୮୫୩ ସଂଖ୍ୟକ ରେସନ୍ କାର୍ଡ ବାତିଲ କରାଯାଇଛି । ଏହି କାର୍ଡ ମାଧ୍ୟମରେ ୨୪,୬୦,୪୯୫ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା ହୋଇଥିଲା ।

 

ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆଧାରରେ ଓଡ଼ିଶାରେ ହିତାଧିକାରୀଙ୍କୁ ମୁଣ୍ଡପିଛା ମାସିକ ୫ କିଲୋ ଚାଉଳ/ଗହମ ଯୋଗାଇଦେବାର ବ୍ୟବସ୍ଥା ଅଛି । ଏହାଛଡ଼ା ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ କିଲୋ ଟଙ୍କାଏ ଦରରେ ମାସିକ ୩୫ କିଲୋ କରି ଚାଉଳ ଦେବାର ବ୍ୟବସ୍ଥା ଅଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top