ଗ୍ରାମୋଦ୍ୟୋଗ ଭବନ କେବେ?

News Story - Posted on 2017-09-14

ରାଜଧାନୀରେ ଥିବା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୩ ମସିହା ଅକ୍ଟୋବର ୧୦ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭିତ୍ତିପ୍ରସ୍ତର ସ୍ଥାପନର ଇତିମଧ୍ୟରେ ୧୪ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ଲାଗି ମଧ୍ୟ କୌଣସି ବ୍ୟୟବରାଦ କରାଯାଇନାହିଁ।

 

ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଇତିମଧ୍ୟରେ ଖଦି ବୋର୍ଡ ଉକ୍ତ ଜାଗାରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ଇନ‌୍‍ଟାକ‌୍‍ ଦ୍ୱାରା ୨୦ କୋଟି ୭୦ ଲକ୍ଷ ଟଙ୍କାର ଅଟକଳ ୨୦୧୫ ମସିହାରେ ପ୍ରସ୍ତୁତ କରିଛି। ଏଥିସହିତ ଏଠାରେ ଦିଲ୍ଲୀ ହାଟ ଢାଞ୍ଚାରେ ୪୦ଟି ସ୍ଥାୟୀ ପ୍ରଦର୍ଶନୀ ମଣ୍ଡପ ଓ ଜାତୀୟ ସ୍ତରର ଗାନ୍ଧୀ ସଂଗ୍ରହାଳୟ ନିର୍ମାଣ ବାବଦରେ ଯଥାକ୍ରମେ ୪.୧୪ କୋଟି ଓ ୧.୪୪ କୋଟି ଏହିପରି ମୋଟ‌୍‍ ୨୬ କୋଟି ୨୮ ଲକ୍ଷ ଟଙ୍କାର ଅଟକଳ ହୋଇଛି। କିନ୍ତୁ ଅଦ୍ୟାବଧି ଏ ସମ୍ପର୍କରେ କୌଣସି ବ୍ୟୟବରାଦ କରାଯାଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ସାମଲ ଉଲ୍ଲେଖ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top