ବିଦ୍ୟୁତ୍ କମ୍ପାନୀଙ୍କ ଋଣ ବାକି ୫୮୦୫ କୋଟି

News Story - Posted on 2017-09-12

ବିଦ୍ୟୁତ୍ ବ୍ୟବସ୍ଥାରେ ସଂସ୍କାର ସହିତ ବିଦ୍ୟୁତ୍ ପରିବହନଜନିତ କ୍ଷତି ହ୍ରାସ ଓ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗ୍ରୀଡ୍କୋ ଓ ୪ଟି ବିଦ୍ୟୁତ୍ ବିତରଣକାରୀ ସଂସ୍ଥାଙ୍କୁ ଯେତେ ଋଣ ଯୋଗାଇଛନ୍ତି ସମୂଳ ସୁଧରେ ତାହାର ପରିମାଣ ୫୮୦୫ କୋଟି ଟଙ୍କାରୁ ଅଧିକ ହେଲାଣି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ବିସ୍ତୃତ ହିସାବରୁ ଏହା ଜଣାପଡ଼ିଛି ।

 

ଶକ୍ତିମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୧୯୯୮-୯୯ରୁ ୨୦୧୫-୧୬ ମଧ୍ୟରେ ସେସୁକୁ ୫୯୫ କୋଟି ୫୮ ଲକ୍ଷ ଟଙ୍କା ରାଜ୍ୟ ସରକାର ଋଣ ଦେଇଛନ୍ତି । ଏହା ଉପରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସୁଧର ପରିମାଣ ୧୧୪୨ କୋଟି ୪୫ ଲକ୍ଷ ଟଙ୍କା ହୋଇଥିବା ବେଳେ ବାକିଥିବା ସମୂଳ ସୁଧର ପରିମାଣ ୧୭୩୮ କୋଟି ୩ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏହାସତ୍ତେ୍ୱ ସେସୁର ବିଦ୍ୟୁତ୍ ପରିବହନ ଓ ପରିବଣ୍ଟନ କ୍ଷତିର ପରିମାଣ ହ୍ରାସ ପାଇ ୨୦୧୬-୧୭ ବର୍ଷରେ ୩୨.୫୭ ପ୍ରତିଶତ ହୋଇଛି । ସେହିପରି ନେସ୍କୋ ରାଜ୍ୟ ସରକାରଙ୍କ ଠାରୁ ପ୍ରାୟ ୨୩୪ କୋଟି ଟଙ୍କା ଋଣ ନେଇଥିବା ବେଳେ ଏହା ଉପରେ ୧୪୦ କୋଟି ୨୯ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ସୁଧ ହେଲାଣି । ମୋଟାମୋଟି ଭାବେ ନେସ୍କୋ ନେଇଥିବା ଋଣରୁ ସମୂଳ ସୁଧ ବକେୟା ୩୭୪ କୋଟି ୩୮ ଲକ୍ଷ ଟଙ୍କାରୁ ଅଧିକ ରହିଛି । ତେବେ ନେସ୍କୋର ବିଦ୍ୟୁତ୍ ପରିବହନ ଓ ବଣ୍ଟନ ଜନିତ କ୍ଷତି ପରିମାଣ ୨୩.୫୦ ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି ।

 

ସେହିପରି ଅନ୍ୟତମ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ୱେସ୍କୋକୁ ସରକାର ୨୩୭ କୋଟି ୧୯ ଲକ୍ଷ ଟଙ୍କା ଋଣ ଦେଇଥିବା ବେଳେ ଏହାର ସମୂଳ ସୁଧ ବକେୟା ଏବେ ୩୭୫ କୋଟି ୭୯ ଲକ୍ଷ ଟଙ୍କା ହେଲାଣି । ୱେସ୍କୋର ବିଦ୍ୟୁତ୍ ପରିବହନ ଓ ବଣ୍ଟନଜନିତ କ୍ଷତିର ପରିମାଣ ୩୧.୨୨ ପ୍ରତିଶତ ରହିଛି । ସାଉଥ୍କୋକୁ ସରକାର ୨୦୩ କୋଟି ୨୦ ଲକ୍ଷ ଟଙ୍କା ଋଣ ଦେଇଥିବା ବେଳେ ଏ ବାବଦରେ ସମୂଳ ସୁଧର ପରିମାଣ ଏବେ ୩୦୯ କୋଟି ୫୫ ଲକ୍ଷ ଟଙ୍କାକୁ ଟପିଛି । ସାଉଥ୍କୋର ବିଦ୍ୟୁତ୍ ପରିବହନ ଓ ବଣ୍ଟନଜନିତ କ୍ଷତି ପରିମାଣ ଗତ ଆର୍ôଥକ ବର୍ଷରେ ୩୪ ପ୍ରତିଶତ ରହିଥିଲା ।

 

ଏହାଛଡ଼ା ଗ୍ରୀଡ୍କୋକୁ ରାଜ୍ୟ ସରକାର ୨୦୦୦ ମସିହାରୁ ଏଯାବତ୍ ଯେତେ ଋଣ ଦେଇଛନ୍ତି ତାହାର ସମୂଳ ସୁଧ ପରିମାଣ ଗତ ମାର୍ଚ୍ଚ ଶେଷ ସୁଦ୍ଧା ୩୦୦୭ କୋଟି ୩୩ ଲକ୍ଷ ଟଙ୍କାରେ ପହଞ୍ଚିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ହିସାବରୁ ଜଣାପଡ଼ିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top