କିପରି ରୁଟି ଖାଇବା କୁହ!

News Story - Posted on 2017-09-09

ଭେନସ୍‌ ରତନାନୀ

 

ଆଜିକୁ ୫ ହଜାର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା କାଳରେ ରୁଟିର ପ୍ରଚଳନ ଆରମ୍ଭ ହୋଇଥିଲା ବୋଲି ଖାଦ୍ୟ ଐତିହାସିକମାନଙ୍କ ମତ। ଭାରତୀୟ ଭୋଜନ ଶୈଳୀରେ ରୁଟି ଏକ ପ୍ରମୁଖ ଖାଦ୍ୟ। ରୁଟି ବିନା ଭୋଜନ ଅଧା ବୋଲି ବିଚାର କରାଯାଏ। ଅଟାରେ ପ୍ରସ୍ତୁତ ଏହି ରୁଟି ବା ଚପାତି ସଂପୂର୍ଣ୍ଣ ରୂପେ ସିଲେନିୟମ, ଭିଟାମିନ୍‌-ଇ ଏବଂ ତନ୍ତୁଯୁକ୍ତ ହୋଇଥିବାରୁ ଏଥିରେ ହୃଦରୋଗ ଓ କର୍କଟ ରୋଗର ସମ୍ଭାବନା କମ‌୍‍ ଥାଏ।

 

ଆପଣ ରୁଟି ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଓଜନ ବୃଦ୍ଧି ପାଇଁ ଭୟ କରନ୍ତି କି? ଆସନ୍ତୁ ସାଧା ରୁଟିକୁ କିପରି ଅଧିକ ପୌଷ୍ଟିକ ଏବଂ ସ୍ୱାଦ ଯୁକ୍ତ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରିବା। ରୁଟିକୁ ସ୍ୱାସ୍ଥ୍ୟ ବିକଳ୍ପ ଏବଂ ସନ୍ତୁଳିତ ଆହାର ରୂପେ ଗ୍ରହଣ କରାଯାଇପାରିବ।

 

ପିଲାମାନଙ୍କ ମଧ୍ୟରେ ରୁଟି ପ୍ରତି ଅନାଗ୍ରହ ଭାବ ଏବଂ କୋଷ୍ଠକାଠିନ୍ୟ ପରି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ରୁଟି ପ୍ରସ୍ତୁତ କରାଯାଇ ପିଲାଙ୍କ ଲଂଚବାକ୍ସରେ ଦିଆଯାଇ ପାରେ। ଏହି ରୁଟି ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୁକ୍ତ। ଏଥିରେ ଭିଟାମିନ୍‌ ଏବଂ ଖଣିଜ ଭରପୂର ରହିଛି।

 

ସବୁଜ ରୁଟି ପ୍ରତି ଆଗ୍ରହ

 

ରୁଟି ସହ ଶାଗ ବେଶ୍‌ ସ୍ୱାଦିଷ୍ଟ। ଦେଶର ବିଭିନ୍ନ ପ୍ରଦେଶରେ ବିଭିନ୍ନ ପ୍ରକାରର ଶାଗ ମିଳିଥାଏ ଏବଂ ଏହି ସବୁ ଶାଗ ଆମ ଦେଶର ପାକ-ଶୈଳୀରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଡାଲ୍‌-ସବ୍‌ଜି କିମ୍ୱା ଖେଚୁଡି ସାଧାରଣତଃ ପ୍ରସ୍ତୁତ କରାଯାଇପାରେ। ଖାଦ୍ୟରେ ଅନିବାର୍ଯ୍ୟ ଥିବା ରୁଟି ସହ ଏହି ସବୁ ଖାଦ୍ୟକୁ ସାଧାରଣତଃ କମ୍‌ ସାମିଲ କରାଯାଇଥାଏ। ସବୁଜ ରୁଟି ପ୍ରସ୍ତୁତ ପାଇଁ ଅମରନାଥପତ୍ର (ଚାଉଲାଇ ଶାଗ), ମେଥି, ପାଳଙ୍ଗ, ସବୁଜ ଧନିଆ, ପୋଦିନା, ସବୁଜ ପିଆଜ ଆଦିକୁ ସାମିଲ କରାଯାଇ ସବୁଜ ରୁଟି ପ୍ରସ୍ତୁତ ହୋଇଥାଏ। ଏହି ରୁଟିରେ ଲୌହ, ଭିଟାମିନ‌୍‍-ସି, ବିଟାକେରୋଟିନ (ଭିଟାମିନ୍‌-ଏ) ଏବଂ ପଟାସିୟମ ପରି ଅନେକ ଖଣିଜ ଭରପୂର ଥାଏ। ପୌଷ୍ଟିକତା କ୍ଷେତ୍ରରେ ମେଥି ଏବଂ ପାଳଙ୍ଗରେ ବହୁତ ଗୁଣ ଭରି ରହିଛି। ଯଦି ଆମେ ସବୁଜ ପନିପରିବା କଥା କହିବା ତେବେ ଏପରି ଅନେକ ସବୁଜ ପରିବା ରହିଛି, ଯାହାକୁ ଏପର୍ଯ୍ୟନ୍ତ ଉପଯୁକ୍ତ ଶ୍ରେୟ ମିଳିପାରି ନାହିଁ। ପୌଷ୍ଟିକ ଆହାର ସମ୍ପର୍କରେ ଗବେଷଣାକାରୀମାନେ କହନ୍ତି ଯେ, ଅମରନାଥ ପତ୍ରରେ କୋଲେଷ୍ଟ୍ରଲ‌୍‍ ହ୍ରାସ କରିବାରେ ଶକ୍ତି ରହିଛି। ଏହା ମଧ୍ୟ ରକ୍ତହୀନତା ଦୂର କରିଥାଏ। ଏହା ଡାଇରିଆ ବନ୍ଦ କରିବା ସହ କ୍ୟାନସର ପରି ରୋଗରୁ ବଂଚାଇଥାଏ। ସେଥି ପାଇଁ ମୁଁ ଖାଦ୍ୟ ସୂଚୀରେ ‘ଚୋଲାଇ ଶାଗ’କୁ ସାମିଲ କରିଛି।

 

ରୁଟି ପାଇଁ ପ୍ରତିଦିନ ମଲ୍ଟିଗ୍ରେନ‌୍‍ ଅଟା ଘରେ ଘରେ ପ୍ରସ୍ତୁତ କରାଯାଇଥାଏ, ଯେପରି ଜଅ, ବାଜରା, ରାଗି, କଳାଚଣା, ମକା, ସୋୟାରୁ ପ୍ରସ୍ତୁତ ଅଟାକୁ ଗହମ ଅଟାରେ ମିଶାଇ ରୁଟି ପ୍ରସ୍ତୁତ ହୁଏ। ଏଥିରେ ଲୌହ, କ୍ୟାଲସିୟମ, ଫସ‌୍‍ଫରସ‌୍‍ ଥିବା ଏକ ଚମତ୍କାର ରୁଟି ଓ ପୌଷ୍ଟିକ ଯୁକ୍ତ ହୋଇଥାଏ। ବାଜରାରେ କ୍ୟାଲସିୟମ ଏବଂ ଲୌହ ଭରପୂର ଥିବାରୁ ଏହା ହାଡକୁ ମଜଭୂତ କରିଥାଏ। ରାଗିରେ ପ୍ରଚୁର ମାତ୍ରାରେ ଲୌହ ଓ ତନ୍ତୁ ଥିବାରୁ ଏହା ଶିଶୁମାନଙ୍କ ପାଇଁ ଉପଯୁକ୍ତ ଏବଂ ସହଜରେ ହଜମ ହୋଇଥାଏ। ଏହି ଅଟାରୁ ପ୍ରସ୍ତୁତ ରୁଟି ହାଡ, ଦାନ୍ତକୁ ସୁସ୍ଥ ରଖେ ଏବଂ ରକ୍ତହିନତା ଦୂର କରିବାରେ ସହାୟକ ହୋଇଥାଏ। ଭଜାଯାଇଥିବା ଅତସୀ ମଞ୍ଜିର ଗୁଣ୍ଡ ମିଶାଇ ରୁଟି ପ୍ରସ୍ତୁତ କଲେ ଏଥିରେ ଉଚ୍ଚଗୁଣ ଯୁକ୍ତ ତନ୍ତୁ, ଆଂଟିଅକ୍ସିଡାଂଟ ଏବଂ ଓମେଗା-୩ ଏସିଡର ମାତ୍ରା ଭରପୂର ରୁହେ। ଏହା ହୃଦରୋଗ, ଆର୍ଥରାଇଟ୍ସ, ଆଜ‌୍‍ମା, ମଧୁମେହ ଓ କ୍ୟାନସର ରୋଗରୁ ରକ୍ଷା କରିଥାଏ। ଅତସୀ ମଞ୍ଜିରେ ଦ୍ରବଣୀୟ ଏବଂ ଅଦ୍ରବଣୀୟ ତନ୍ତୁ ଥିବାରୁ ଏହା କୋଲେଷ୍ଟ୍ରାଲ‌୍‍ ସ୍ତର କମ‌୍‍ କରିଥାଏ। ରକ୍ତ ସର୍କରାର ସ୍ତର ସ୍ଥିର ରଖେ ଏବଂ ପାଚନରେ ସହାୟକ ହୋଇଥାଏ। ଅତସୀ ମଞ୍ଜିରେ ଫାଇଟୋକେମିକାଲ୍ସ ଏବଂ ଲିଗନାନ୍ସର ମାତ୍ରା ପ୍ରଚୁର ଥିବାରୁ ଏହା ପ୍ରଜନନରେ ସହାୟକ ହୋଇଥାଏ। ଏହାଛଡା ସ୍ତନ କର୍କଟ ଏବଂ ମଧୁମେହରୁ ରକ୍ଷା କରିଥାଏ।

 

କଳାରାଶି ଏବଂ ଧଳାରାଶିରେ ପ୍ରସ୍ତୁତ ରୁଟିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଥାଏ। କଳା ରାଶିରେ କ୍ୟାଲସିୟମ ଏବଂ ଧଳା ରାଶିରେ ଲୌହ ଅଂଶ ଅଧିକ ରହିଥାଏ। ତରଭୁଜ ମଞ୍ଜି ଚୂର୍ଣ୍ଣକୁ ଅଟାରେ ମିଶ୍ରଣ କରି ରୁଟି ପ୍ରସ୍ତୁତ କଲେ ଏହା ଅଧିକ ସ୍ୱାଦଯୁକ୍ତ ହୋଇଥାଏ।

 

ଔଷଧୀୟ ମଶଲା ଯୁକ୍ତ ରୁଟି

 

ଭାରତୀୟ ମଶଲାରେ ଔଷଧୀୟ ଗୁଣ ରହିଛି। ଯାହାଦ୍ୱାରା କ୍ଷତ ଉପଚାର କାଶ ଓ ସର୍ଦ୍ଦିରୁ ରକ୍ଷା, ପାଚନ ପ୍ରକ୍ରିୟାରେ ସହାୟତା ଏବଂ ହୃଦରୋଗ ଆଦିରୁ ରକ୍ଷା ମିଳିଥାଏ। ଏହି ମଶଲା ମଧ୍ୟରେ ହଳଦୀ, ଗୋଲମରିଚ, ଜିରା, ପାନମଧୁରୀ, ଶୁଖିଲା କସ୍ତୁରି, ମେଥି ଇତ୍ୟାଦି ରହିଛି। ସାଧା ରୁଟି ଅପେକ୍ଷା ଏହି ସବୁର ମିଶ୍ରଣରେ ରୁଟି ପ୍ରସ୍ତୁତ କଲେ, ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ସୁଗନ୍ଧଯୁକ୍ତ ମଶାଲାଦାର ହୋଇପାରିବ।

 

ପୂର୍ଣ୍ଣାଙ୍ଗ ରୁଟି

 

କାର୍ବୋହାଇଡ୍ରୋଟ‌୍‍ ଏବଂ ପ୍ରୋଟିନ‌୍‍ରେ ସନ୍ତୁଳିତ ଆହାର ନଥିବା ଖାଦ୍ୟକୁ ପୂର୍ଣ୍ଣାଙ୍ଗ ଖାଦ୍ୟ କୁହାଯାଇ ପାରିବ ନାହିଁ। ଏହି ରୁଟିରେ ସବୁ ଭରପୁର ଥିବାରୁ ଏହାକୁ ଏକକ ଖାଦ୍ୟ ବୋଲି କୁହାଯାଏ। ତେଣୁ ଏ ପ୍ରକାର ରୁଟି ତୁରନ୍ତ ପ୍ରସ୍ତୁତ ହୋଇପାରୁଥିବା ପୂର୍ଣ୍ଣ ଭୋଜନ ଭାବେ ଉପଲବ୍ଧ। ପନିର, ସୋୟାପନିର, ମୁଗଡାଲି, ମସୁର ଡାଲି ଏବଂ ଚୁର ଡାଲି ଦ୍ୱାରା ରୁଟିକୁ ପ୍ରୋଟିନ‌୍‍ ଯୁକ୍ତ କରାଯାଇପାରିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top