ନଅଟି ପରାମର୍ଶ

News Story - Posted on 2016-02-09

ଉପସ୍ଥାପନା: ପ୍ରଶାନ୍ତ କୁମାର ଦାଶ

 

୧.

ଯଜ୍ଜାଗ୍ରତୋ ଦୂରମୁଦେତି ଦୈବଂ ତଦୁ ସୁପ୍ତସ୍ୟ ତଥୈବୈତି I
ଦୂରଙ୍ଗମଂ ଜ୍ୟୋତିଷାଂ ଜ୍ୟୋତିରେକଂ ତନ୍ମେ ମନଃ ଶିବସଂକଳ୍ପମସ୍ତୁ II (ଯଜୁର୍ବେଦ: ୩୪/୧)
ଦିବ୍ୟଶକ୍ତି ଯୁକ୍ତ ଯେଉଁ ମନ ଜାଗ୍ରତ ତଥା ସୁପ୍ତ ଅବସ୍ଥାରେ ବହୁ ଦୂର ପର୍ଯ୍ୟନ୍ତ ଗମନ କରିବାରେ 
ସମର୍ଥ, ଯେଉଁ ମନ ଜ୍ୟୋତିମାନଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ଜ୍ୟୋତି, ମୋର ସେହି ମନ
ଶୁଭ ସଂକଳ୍ପଯୁକ୍ତ ହେଉ I

 

୨.

ଯଂ ଯଂ ଲୋକଂ ମନସା ସଂବିଭାତି / ବିଶୁଦ୍ଧସତ୍ତ୍ବଃ କାମୟତେ ଯାଂଶ୍ଚ କାମାନ୍‌ I
ତଂ ତଂ ଲୋକଂ ଜୟତେ ତାଂଶ୍ଚ କାମାନ୍‌ / ତସ୍ମାଦାତ୍ମଜ୍ଞଂ ହ୍ୟର୍ଚ୍ଚୟେଦ୍‌ଭୂତିକାମଃ II(ମୁଣ୍ଡକୋପନିଷଦ୍‌)
ବିଶୁଦ୍ଧଚିତ୍ତ ଆତ୍ମବେତ୍ତା ମନେ ମନେ ଯେଉଁ ଯେଉଁ ଲୋକ (ସ୍ବର୍ଗ ଇତ୍ୟଦି) ଭାବନା କରେ ଏବଂ ଯେଉଁ ଯେଉଁ ଭୋଗ ଇଚ୍ଛା କରେ, ସେ ଅନୁରୂପ ଲୋକ ଓ ଭୋଗ ପ୍ରାପ୍ତି କରିଥାଏ I ଏଣୁ ଐଶ୍ବର୍ଯ୍ୟକାମୀ ମନୁଷ୍ୟ ଆତ୍ମଜ୍ଞାନୀଙ୍କର ପୂଜା କରିବା ଉଚିତ୍‌ I

 

୩.

ସବାସନଂ ମନୋ ଜ୍ଞେୟଂ ଜ୍ଞାନଂ ନିର୍ବାସନଂ ମନଃ I
ଜ୍ଞାନେନ ଜ୍ଞେୟମଭ୍ୟେତ୍ୟ ପୁନର୍ଜୀବୋ ନ ଜାୟତେ II (ଯୋଗବାଶିଷ୍ଠ)
ଏହା ଜାଣିବା ଉଚିତ୍‌ ଯେ ବାସନାମୟ ମନ ହେଉଛି ଜ୍ଞେୟ ଏବଂ ବାସନା ରହିତ ମନ ହେଉଛି ଜ୍ଞାନ I ଜ୍ଞାନଦ୍ବାରା ଜ୍ଞାତବ୍ୟ ବ୍ରହ୍ମ ପ୍ରାପ୍ତି ହୋଇଥାଏ I ଏହାପରେ ପ୍ରାଣୀ ପୁନର୍ଜନ୍ମ ଲାଭ କରେ ନାହିଁ I

 

୪.

ଇମଂ ସଂସାରମଖିଳଂ ଆଶାପାଶବିଧାୟକମ୍‌ I
ଦଧଦନ୍ତଃ ଫଳୈର୍ହୀନଂ ବନ୍ଧନାନାଂ ବଟଂ ଯଥା II (ଯୋଗବାଶିଷ୍ଠ)
ଅତି କ୍ଷୁଦ୍ର ବଟ ବୀଜରେ ପରିପୂର୍ଣ୍ଣ ବିଶାଳ ବଟ ବୃକ୍ଷ ଯେପରି ବିଦ୍ୟମାନ (ଅର୍ଥାତ୍‌ ବୀଜ ବିଶାଳ ବୃକ୍ଷର ବନ୍ଧନ ସ୍ବରୂପ), ସେହିପରି ଆଶା ରୂପକ ପାଶର ନିର୍ମାତା ଫଳହୀନ (ନଶ୍ବର ଫଳଦାତା) ଏହି ସମ୍ପୂର୍ଣ୍ଣ ସଂସାରକୁ ମନ ହିଁ ନିଜ ମଧ୍ୟରେ ଧାରଣ କରେ I

 

୫.

ସର୍ବାପଦାଂ ପଦଂ ପାପା ଭାବା ବିଭବଭୂମୟଃ I
ଅୟଃଶଳାକାସଦୃଶାଃ ପରସ୍ପରମସଙ୍ଗିନଃ I
ଶ୍ଳିଷ୍ୟନ୍ତେ କେବଳା ଭାବା ମନଃକଳ୍ପନୟାନୟା II (ମହୋପନିଷଦ୍‌)
ଏହି ଐଶ୍ବର୍ଯ୍ୟଯୁକ୍ତ ସମସ୍ତ ପଦାର୍ଥ ବିପତ୍ତିର କାରଣ I ଏ ସମସ୍ତ ଲୌହ କଣ୍ଟକ ସଦୃଶ ପରସ୍ପରଠାରୁ ପୃଥକ୍‌ ଥାଇ ସୁଦ୍ଧା ମାନସିକ କଳ୍ପନାରୂପୀ ଚୁମ୍ବକଦ୍ବାରା ଏକତ୍ରିତ ହୋଇଥାନ୍ତି I ମାନସିକ କଳ୍ପନା ଚୁମ୍ବକ ସଦୃଶ କାର୍ଯ୍ୟକ୍ଷମ ହୋଇ ପ୍ରପଞ୍ଚ ଓ ପଦାର୍ଥ ସମୂହକୁ ଏକତ୍ର କରେ I

 

୬.

ଶରୀରଶକଟାନାଂ ହି କର୍ଷଣେ ପରମାତ୍ମନା I
ମନଃ ପ୍ରାଣାଦୟୌ ବ୍ରହ୍ମନ୍‌ କୃତୌ କର୍ମକୃତୌ ଦୃଢ଼ୌ II (ଯୋଗବାଶିଷ୍ଠ)
ପରମାତ୍ମା ଏହି ଦେହରୂପୀ ଶକଟକୁ ଚଳାଇବା ନିମନ୍ତେ ମନ ଓ ପ୍ରାଣ ରୂପରେ ଦୁଇ 
ବଳବାନ୍‌ କର୍ମଚାରୀଙ୍କୁ ସୃଷ୍ଟି କରିଛନ୍ତି I

 

୭.

ଜାୟତେ ମ୍ରିୟତେ ଲୋକୋ ମ୍ରିୟତେ ଜନନାୟ ଚ I
ଅସ୍ଥିରାଃ ସର୍ବ ଏବେମେ ସଚରାଚର ଚେଷ୍ଟିତାଃ II
ଏହି ବିଶ୍ବ ଉତ୍ପନ୍ନ ହୋଇ ନଷ୍ଟ ହୋଇଯାଏ, ଉତ୍ପନ୍ନ ହେବା ଲାଗି ହିଁ ନଷ୍ଟ ହୋଇଯାଏ I ତେଣୁ 
ଚରାଚର ଜୀବଙ୍କର ଚେଷ୍ଟା ସଂଯୁକ୍ତ ଏହି ପ୍ରପଞ୍ଚ ଅସ୍ଥିର, ଏହାର ଜୀବନ କ୍ଷଣମାତ୍ର I (ମହୋପନିଷଦ୍‌)

 

୮.

ଶରୀରପୁରପାଳସ୍ୟ ମନେସୋ ରଥଚକ୍ରୟୋଃ I
ଅହଂକାରଃ ନୃପସ୍ୟାସ୍ୟ ପ୍ରଶସ୍ୟଦ୍ବିତୁରଙ୍ଗୟୋଃ II (ଯୋଗବାଶିଷ୍ଠ)
ଦେହରୂପୀ ପୁରର ରକ୍ଷକ ହେଉଛି ମନ I ସେ ରଥ ସ୍ବରୂପ I ଅହଂକାର ହେଉଛି ରାଜା I ଏ ଦୁହେଁ -
(ପ୍ରାଣ ଓ ଅପାନ ବାୟୁ) ଇଚ୍ଛାନୁସାରେ ଚଳନଶୀଳ ଦୁଇ ସୁନ୍ଦର ଅଶ୍ବ I

 

୯.

ଅବିଦ୍ୟୟାମନ୍ତରେ ବର୍ତମାନାଃ ସ୍ବୟଂ ଧୀରାଃ ପଣ୍ଡିତମ୍ମନ୍ୟମାନାଃ I
ଦନ୍ଦ୍ରମ୍ୟମାଣାଃ ପରିୟନ୍ତି ମୂଢ଼ା ଅନ୍ଧେନୈବ ନୀୟମାନା ଯଥାନ୍ଧାଃ II (କଠୋପନିଷଦ୍‌: ୧/୨/୫)
ଜଣେ ଅନ୍ଧଦ୍ବାରା ପଥ ଦେଖାଇ ନିଆଯାଉଥିବା ଅନ୍ଧର ଯେପରି ଅବସ୍ଥା ହୋଇଥାଏ, ଅବିଦ୍ୟା 
ମଧ୍ୟରେ ଥାଇ ମଧ୍ୟ ନିଜେ ନିଜକୁ ଅତି ବିଦ୍ବାନ୍‌ ବୋଲି ଯେଉଁମାନେ ଉପଲବ୍‌ଧି କରନ୍ତି, ସେହି ମୂଢ଼ମାନେ ନାନା ଯୋନିରେ ଭ୍ରମଣ କରି ସେପରି ଧୋକା ଖାଆନ୍ତି I


ପ୍ରତିକ୍ରିୟା

Brundaban Panigrahy - Email: bpanigrahy@hotmail.com - Posted on 2016-03-07 10:31:58

Informative, educational and joyful reading. Thanks.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top