ସ୍ୱଚ୍ଛ ସରକାରଙ୍କ ଖଣି ଦୁର୍ନୀତି

News Story - Posted on 2017-08-25

ସୁଧୀର କୁମାର ମହାନ୍ତି

 

ଓଡ଼ିଶାର ଜନମୁଖରେ ଶୁଣାଯାଏ ଓଡ଼ିଶା ଧନସମ୍ପଦ ପୂର୍ଣ୍ଣ ଅଥଚ ଗରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ସଦାସର୍ବଦା କେନ୍ଦ୍ରକୁ ଚିଠି ଲେଖିଛନ୍ତି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ । ପ୍ରଧାନମନ୍ତ୍ରୀ ଆଉ ଗୋଟିଏ ପାଦ ଆଗେଇ ଯାଇ କହିଲେ ଯଦି ଦାରିଦ୍ର୍ୟ କଅଣ ଦେଖାଇବାକୁ ·ହଁ ଓଡ଼ିଶାକୁ ଯାଇ ଦେଖିଆସ । ଏହିଭଳି ପରିସ୍ଥିତିରେ ଆମର ଓଡ଼ିଆମାନେ ଭାରତର ବିଭିନ୍ନ ପ୍ରଦେଶରେ ଦାଦନ ଶ୍ରମିକ ଭାବରେ କାମ କରି ନାନା ନିର୍ଯ୍ୟାତନାର ଶିକାର ହେବାର ବହୁ ନଜିର ରହିଆସିଛି ।

 

ଆମ ରାଜ୍ୟରେ ଦାଦନ ଏକ ସାମାଜିକ ଚଳଣି ହୋଇଯାଇଛି । ଷାଠିଏ ଦଶକରେ କଂଗ୍ରେସ ସରକାର ତଥା ବିଜୁ ପଟ୍ଟନାୟକଙ୍କର ଦୂରଦର୍ଶିତା ଯୋଗୁଁ ପାରାଦ୍ୱୀପ ବନ୍ଦର ଓ ଏକ୍ସପ୍ରେସ୍ ହାଇୱେ ପ୍ରତିଷ୍ଠା କରାଯାଇ କେନ୍ଦୁଝର ଓ ଯାଜପୁର ଅଂଚଳର ଖଣିଜ ଦ୍ରବ୍ୟ ବାହାର ଦେଶକୁ ରପ୍ତାନି କରି କିଛି ଅର୍ଥ ଆସିଲା । ସେତେବେଳେ ଆର୍ନ୍ତଜାତିକ ବଜାରରେ ଲୁହା, ବକ୍ସାଇଟ, ମାଙ୍ଗାନିଜ୍, କ୍ରେମାଇଟ୍ ପରି ଖଣିଜ ଦ୍ରବ୍ୟର ମୂଲ୍ୟ କମ୍ ଥିଲା । ଏକବିଂଶ ଶତାବ୍ଦୀର ଆରମ୍ଭରୁ ବିଦେଶରେ ଖଣିଜ ପଦାର୍ଥର ଦର ବଢି ·ଲିଲା । ତେଣୁ ଆନ୍ତର୍ଜାତିକ କମ୍ପାନୀମାନଙ୍କର ଲୋଲୁପ ଦୃଷ୍ଟି ଓଡ଼ିଶାର ଖଣି ଉପରେ ପଡ଼ିଲା ।

 

ସ୍ୱାଧୀନତା ପରେ ଖଣି ଆଇନ୍, ୧୯୫୭ ପ୍ରଣୀତ ହେଲା । ବିଭିନ୍ନ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ଦୀର୍ଘ ଓ ସ୍ୱଳ୍ପ ମିଆଦି ସୂତ୍ରରେ ଖଣି ଲିଜ୍ ଦିଆଗଲା । ଏମ୍.ସି. ଆଇନ୍ ୧୯୬୨ ଧାରା ୨୫ଏ (୬) ମୁତାବକ ଖଣି ଲିଜ୍ଧାରୀମାନେ ଲିଜ୍ ପାଇବା ସଙ୍ଗେ ସଙ୍ଗେ ସେହି ଲିଜ୍ ଏରିଆରେ ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁର ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ଠାରୁ ଆଣିବା ଆବଶ୍ୟକ ହେଲା । ତତ୍ସହିତ ଜଙ୍ଗଲ ବିଭାଗକୁ ଅନୁମତି ଓ ଜଳବାୟୁ ଆଇନ୍ ଅନୁଯାୟୀ ଅନୁମତି ଆବଶ୍ୟକ ପଡ଼ିଲା । ତାପରେ ମାଇନିଙ୍ଗ ପ୍ଲାନ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଅନୁମୋଦିତ ହେବା ପରେ ଖଣି ଉତ୍ତୋଳନ ପାଇଁ ଅନୁମତି ଦିଆଯାଏ ।

 

ଏମ୍.ସି. ଆଇନ୍ ୧୯୬୨ର ଧାରା୨୨ ମୁତାବକ ଖଣି ଲିଜ୍ ପାଇଁ ରାଜ୍ୟ ସରକାରଙ୍କୁ ଦରଖାସ୍ତ କରାଯାଏ । ଆଇନ୍ ୨୨ର ଉପଧାରା ୫ ମୁତାବକ ଖଣି ପ୍ଲାନ ପ୍ରସ୍ତୁତ କରାଯାଇ ଖଣି ଉତ୍ତୋଳନ ପାଇଁ ପାଂଚଞ୍ଚବର୍ଷ ପର୍ଯ୍ୟନ୍ତ ବର୍ଷିକିଆ ଲିଜ ଦିଆଯିବ । ଖଣି ଉତ୍ତୋଳନ ପାଇଁ ମାଇନିଙ୍ଗ ଲିଜ୍ ଆବଶ୍ୟକ ହୁଏ । ସେଥିପାଇଁ ମାଇନିଙ୍ଗ ସ୍କିମ୍ ଓ ମାଇନିଙ୍ଗ ପ୍ଲାନ ଆବଶ୍ୟକ । ଆଇନ୍ର ୨୭ ତାରା ମୁତାବକ ଲିଜ୍ରେ ଯେଉଁ ସର୍ତ୍ତ ରହିବ, ତାହା ଉଲ୍ଲେଖ ଥାଏ । ଏମ୍.ଏମ୍.ଡ଼ି.ଆର ଆଇନ୍ର ୧୮ ଧାରା ମୁତାବକ ମିନେରାଲ ସଂରକ୍ଷଣ ଆଇନ୍ ୧୯୮୮ ପ୍ରଣୀତ ହେଲା । ରାଜ୍ୟରେ ଥିବା ଖଣି ଓ ଖଣିଜ ପଦାର୍ଥର ଉତ୍ତୋଳନ ଓ ଆଗାମୀ ପିଢି ପାଇଁ ଏହାର ଆବଶ୍ୟକ ସଂରକ୍ଷଣ ଉଦ୍ଦେଶ୍ୟରେ ଏହି ଆଇନ୍ ସବୁ ପ୍ରସ୍ତୁତ କରାଯାଇଅଛି । ଖଣି ଅଂଚଳର ପ୍ରାୟତଃ ଜନଜାତି ଓ ଦଳିତମାନେ ବାସ କରନ୍ତି । ଖଣି ଉତ୍ତୋଳନ ସମୟରେ କମ୍ପାନୀମାନେ ପାଣି, ପବନ, ଜଙ୍ଗଲକୁ ଆବଶ୍ୟକ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଲା । ଯେମିତିକି ଜଙ୍ଗଲରେ ଖଣି ଉତ୍ତୋଳନ ଯୋଗୁଁ କ୍ଷୟ ହେଲା, ସେହି ଅନୁସାରେ ଜଙ୍ଗଲ ସୃଷ୍ଟି ପାଇଁ ଲିଜ୍ରେ ସର୍ତ୍ତ ରହିଲା । ଜଙ୍ଗଲ ନ ରହିଲେ ପ୍ରାକୃତିକ ଜଳଧାରା, ଝରଣା ଶୁଖିଯିବାର ଆଶଙ୍କା ଥିବାରୁ ଏବଂ ଆଦିବାସୀମାନେ ଝରଣା ଉପରେ ନିର୍ଭର କରୁଥିବାରୁ ନୂତନ ଜଙ୍ଗଲ ସୃଷ୍ଟି, ଜଳ ଉତ୍ସର ସଂରକ୍ଷଣ ଓ ଖଣିଜ ଉତ୍ତୋଳନ ସମୟରେ ଯେପରି ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ଓ ବୃକ୍ଷରାଜି ନଷ୍ଟ ନହେବ, ସେଥିପାଇଁ ବ୍ୟବସ୍ଥା ରହିଲା । ଖଣିରୁ ପ୍ରାପ୍ତ ଧନରୁ ଖଣି ଅଂଚଳରେ ବନୀକରଣ, ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ ପାଇଁ ଖର୍ଚ୍ଚ କରିବାକୁ ବ୍ୟବସ୍ଥା କରାଗଲା ।

 

ଏକବିଂଶ ଶତାବ୍ଦୀର ପ୍ରଥମରୁ ଖଣିଜ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ଯୋଗୁଁ ଖଣିଧାରୀମାନେ ବିଭିନ୍ନ ଉପାୟରେ ଲୁଣ୍ଠନ କରି·ଲିଲେ । ପ୍ରଥମତଃ ସେମାନେ ଲିଜ୍ରେ ଯେଉଁ ପରିମାଣର ଖଣିଜ ପଦାର୍ଥ ଉତ୍ତୋଳନ କରିବା ପାଇଁ ସର୍ତ୍ତ ରଖିଥିଲେ, ତାଠାରୁ ବହୁ ପରିମାଣରେ ଅଧିକ ଉତ୍ତୋଳନ କରି ଖଣି ଦାୟିତ୍ୱରେ ଥିବା ସରକାରୀ ଅଫିସରମାନଙ୍କ ସଲାସୁତୁରାରେ ବିକ୍ରି କରି·ଲିଲେ ।

 

ଦ୍ୱିତୀୟତଃ ସେମାନେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ଠାରୁ ଆବଶ୍ୟକ ଅନୁମତି ନ ଆଣି, ଜଙ୍ଗଲ ଅଧିକାରୀଙ୍କ ବିନା ଅନୁମତିରେ ଖଣି ଉତ୍ତୋଳନ ଜାରି ରଖିଲେ । ସବୁଠାରୁ ଉଦ୍ବେଗର ବିଷୟ ହେଲା, ଯେଉଁ ଅଂଚଳ ପାଇଁ ଲିଜ୍ ପ୍ରାପ୍ତ ହୋଇଛନ୍ତି, ତା’ ବାହାରେ କୋଟି କୋଟି ଟଙ୍କାର ଖଣିଜ ପଦାର୍ଥ ଉତ୍ତୋଳନ କରି ଖଣି ବିଭାଗ ଅଧିକାରୀମାନଙ୍କ ସହ ମିଶି ବିକ୍ରି କରି·ଲିଲେ । ରାଜସ୍ୱ ବିଭାଗର ଅଧିକାରୀ, ଜଙ୍ଗଲ, ବିଭାଗର ଅଧିକାରୀମାନେ ସେମାନଙ୍କର ପାଉଣା ପାଇ ସହଯୋଗ କରି·ଲିଲେ ।

 

ଏହି ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନ, ଓ ସିଭିଲ୍ ସୋସାଇଟି ତରଫରୁ ଆପତ୍ତି କରାଗଲା । କେନ୍ଦ୍ର ସରକାର ଏମଏମଡିଆର ଆଇନ ୧୯୫୭ ନିୟମ ୨୧ (୫) ଧାରା ମୁତାବକ ବେଆଇନ୍ ଲିଜ ଅଂଚଳ ବାହାରେ ଖଣିଜ ଉତ୍ତୋଳନକୁ ବେଆଇନ ଘୋଷଣା କରିଥିବାରୁ ୨୦୧୨ ଓ ୨୦୧୩ ମସିହାରେ କମ୍ପାନୀମାନଙ୍କୁ କ୍ଷତିପୂରଣ / ମୂଲ୍ୟ / ଜୋରିମାନା ଆଦାୟ ପାଇଁ ରାଜ୍ୟ ସରକାର ଚିଠି ଲେଖିଲେ । କମ୍ପାନୀମାନେ ରାଜ୍ୟ ସରକାରଙ୍କ ଚିଠି ବିରୁଦ୍ଧରେ ୩୧.୩.୨୦୧୭ ସୁଦ୍ଧା ୨୪୮ଟି କେସ୍ ମାଇନିଙ୍ଗ୍ ଟ୍ରିବୁନାଲରେ ଦାଖଲ କଲେ ଓ ୬୪୯ଟି କେସ ମାନ୍ୟବର ହାଇକୋର୍ଟରେ ଦାଖଲ କଲେ । ତନ୍ମଧ୍ୟରୁ ମାତ୍ର ୭ଟି କେସ୍ରେ ହାଇକୋର୍ଟ ରହିତାଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ଖଣି ମାଲିକଙ୍କଠାରୁ ଧାର୍ଯ୍ୟ ଅର୍ଥ ଆଦାୟ କଲେ ନାହିଁ । କେବଳ ଶିବ ସିମେଣ୍ଟ (ଲାଇମ୍ ଷ୍ଟେନ୍ ମାଇନିିଂ) ୬୮ ଲକ୍ଷ ୮୯ ହଜାର ୧୪ ଟଙ୍କା ଏବଂ ଏ.ଏନ୍. ପଟ୍ଟନାୟକ ଡ଼ୋଲୋମାଇଟ୍ ଖଣି ୬୯ ଲକ୍ଷ ୫ ହଜାର ୬ ଶହ ଟଙ୍କା ରାଜ୍ୟ ତହବିଲ୍ରେ ଦାଖଲ ଦେଇଛନ୍ତି ।
ବିଭିନ୍ନ ସ୍ତରରୁ ପ୍ରତିବାଦର ସ୍ୱର ତୀବ୍ର ହେବାରୁ ଜଷ୍ଟିସ୍ ଶାହାଙ୍କୁ କେନ୍ଦ୍ର ସରକାର ଦେଶରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ନିଯୁକ୍ତ କରାଇଲେ । ମାନ୍ୟବର କମିଶନ ତାଙ୍କ ରିପୋର୍ଟରେ ଓଡ଼ିଶାରେ ପ୍ରାୟ ସତୁରୀ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବାର ପ୍ରକାଶ କରିଥିଲେ ଏବଂ ଯେଉଁ ଧଳା ହାତୀମାନେ ରାଜନେତା, ଖଣି ମାଫିଆମାନେ ଏଥିପାଇଁ ଦାୟୀ, ସେ ସମ୍ପର୍କରେ ସି.ବି.ଆଇ. ଦ୍ୱାରା ତଦନ୍ତ କରିବା ପାଇଁ ମତାମତ ଦେଇଥିଲେ । ସୁପ୍ରିମ କୋର୍ଟର ପୂର୍ବତନ ଜଷ୍ଟିସ୍ ଏମ୍.ବି. ଶାହାଙ୍କୁ ନଭେମ୍ବର ୨୨, ୨୦୧୦ରେ ନୋଟିଫିକେଶନ ମୁତାବକ ତଦନ୍ତ କମିଶନ ଆଇନ, ୧୯୫୨ ଅନୁଯାୟୀ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ । ୧ ଜୁଲାଇ, ୨୦୧୩ରେ କମିଶନ ତାଙ୍କ ପ୍ରଥମ ରିପୋର୍ଟରେ ଦର୍ଶାଇଲେ ଯେ, ମୁଖ୍ୟତଃ ବେଆଇନ୍ ଖଣିଜ ଉତ୍ତୋଳନ ଲିଜ୍ ଏରିଆ ମଧ୍ୟରେ ଓ ଖଣି ସୀମା ବାହାରେ ହୋଇଛି । ପରିବହନ ଓ ରପ୍ତାନୀ ସମ୍ପର୍କରେ କମିଶନଙ୍କର ଦ୍ୱିତୀୟ ରିପୋର୍ଟ ୨୦୧୩ ମସିହା ଅକ୍ଟୋବର ମାସରେ ଦାଖଲ ହେଲା ।

 

ସମ୍ବିଧାନର ୩୨ ଧାରା ମୁତାବକ କମନ୍ କଜ ନାମକ ଏକ ସିଭିଲ୍ ସୋସାଇଟି ମାନ୍ୟବର ସୁପ୍ରିମ କୋର୍ଟରେ ଖଣି ଦୁର୍ନୀତିର ପର୍ଦ୍ଦାଫାଶ ଏବଂ ଏମଏମଡିଆର ଆଇନ୍ର ୨୧ (୫) ଧାରା ମୁତାବକ କ୍ଷତିପୂରଣ / ଜୋରିମାନା ଆଦାୟ ନ ହେବା ସମ୍ପର୍କରେ ମକଦ୍ଦମା କଲେ । ତାର ନମ୍ବର ରିଟ ପିଟିସନ ସିଭିଲ ୧୧୪/୨୦୧୪ । ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ, ସିଭିଲ୍ ସୋସାଇଟି ସଭ୍ୟ ଓ ଶ୍ରୀ ରବି ଦାସ, ସାମ୍ବାଦିକ ଯଥାକ୍ରମେ ଦାଖଲ କରିଥିବା ରିଟ ପିଟିସନ ୧୯୪/୨୦୧୪ ଆଇଏ ନମ୍ବର ୨୭୪୬-୨୭୪୮/ ୨୦୦୯ ଏକାସାଙ୍ଗରେ ଶୁଣାଣୀ କରି ମାନ୍ୟବର ସୁପ୍ରିମ କୋର୍ଟ ଗତ ଅଗଷ୍ଟ ୨ ତାରିଖ ୨୦୧୭ରେ ୧୧୪ ପୃଷ୍ଠାର ରାୟ ଦେଲେ । ପାରା ୪୩ରେ ମାନ୍ୟବର ସୁପ୍ରିମକୋର୍ଟ କମିଶନଙ୍କର କାର୍ଯ୍ୟଶୈଳୀ ଓ ରିପୋର୍ଟକୁ ଭୂୟସୀ ପ୍ରଶଂସା କରିଅଛନ୍ତି । ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କ ରାୟରେ ୫୪ ପାରାରେ ସି.ଇ.ସି.କୁ ପ୍ରାଧାନ୍ୟ ଦେଇନଥିବା ପରି ଜଣାପଡ଼େ । ପାରା ୨୫ ଏବଂ ୨୬କୁ ତର୍ଜମା କଲେ ଜଣାପଡ଼େ ସି.ଇ.ସି. କେବଳ ପରିବେଶ କ୍ଲିୟରାନ୍ସ ନଥାଇ ଲିଜ୍ ପାଇଁ ପାଇଥିବା ଅନୁମତିଠାରୁ ଅଧିକ ଉତ୍ତୋଳନ କରିଥିବା ଖଣିଜ ଦ୍ରବ୍ୟ ମୋଟ ୧୭,୫୭୬.୧୫ କୋଟି ଟଙ୍କା ଆଦାୟ ହେବା ସପକ୍ଷରେ ମତ ଦେଇଥିଲେ । କିନ୍ତୁ ଖଣି ଲିଜ୍ ଏରିଆ ବାହାରେ ଲୁଟ୍ ହୋଇଥିବା କ୍ଷତିର ପରିମାଣ ଏହାର ଅନ୍ତର୍ଭୁକ୍ତ ନୁହେଁ । ବ୍ୟୁରୋ ଅଫ୍ ମାଇନ୍ସ ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ଦେଇଅଛନ୍ତି । ଖଣି ଲିଜ୍ ବାହାରେ ଏବଂ ଖଣିରେ ଚୁକ୍ତି ଥିବା ପରିମାଣଠାରୁ ଅଧିକ ଉତ୍ତୋଳନ ବି·ର କରିନାହାଁନ୍ତି ଯାହାକି ମାନ୍ୟବର ଜଷ୍ଟିସ୍ ଶାହାଙ୍କ ରିପୋର୍ଟରେ ଉଲ୍ଲେଖ ଅଛି । ତେଣୁ ୨୦୧୨-୧୩ ମସିହାରେ ରାଜ୍ୟ ସରକାରଙ୍କର ୨୧(୫) ଧାରା ମୁତାବକ ଚଠି ଯାହାକି ତକ୍ରାଳୀନ ଖଣି ସଚିବ ଡ଼ି.କେ. ସିଂ, ଆଇ.ଏ.ଏସ୍.ଙ୍କ ଦ୍ୱାରା ପଠାଯାଇଥିଲା ସେଥିରେ ୬୦ ହଜାରରୁ ଉଦ୍ଧ୍ୱର୍ କ୍ଷତିପୂରଣ ଓ ୨୪% ସୁଧ ସହ ଆଦାୟ ପାଇଁ ଉଲ୍ଲେଖ ଥିଲା । ଏହି ଚିଠି ଦେବାର ଖୁବ୍ କମ୍ ଦିନ ପରେ ଖଣି ବେପାରୀଙ୍କ ·ପରେ ରାଜ୍ୟ ସରକାର ମାତ୍ର ଦୁଇମାସ ରହଣି ପରେ ତାଙ୍କୁ ସେ ବିଭାଗରୁ ବଦଳି କରିଥିଲେ ।

 

ରାଜ୍ୟ ସରକାର ସି.ଇ.ସି.ଙ୍କ ରିପୋର୍ଟକୁ ଆଧାର କରି ୧୭ ହଜାର କୋଟି ଆଦାୟ ପାଇଁ କହୁଥିବା ବେଳେ ଶାହା କମିଶନଙ୍କ ରିପୋର୍ଟ ତଥା ରାଜ୍ୟ ସରକାରଙ୍କ ପତ୍ର ୬୦ ହଜାର କୋଟି ଟଙ୍କାରୁ ଅଧିକ ଜଣାପଡ଼େ । ବିଭିନ୍ନ ସିଭିଲ୍ ସୋସାଇଟିମାନେ ୬୮ ହଜାର କୋଟି ଟଙ୍କା ଖଣି ବେପାରୀଙ୍କ ଠାରୁ ୧୨% ସୁଧ ୪ ବର୍ଷ ସହିତ ମିଶି ଲକ୍ଷ ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ କରିବାକୁ ଦାବୀ କରୁଥିଲେ । ହେଲେ ବିଜେଡ଼ି ଦଳର ପ୍ରବକ୍ତାମାନେ ୧୭ ହଜାର କୋଟି ଆଦାୟ କରିବାକୁ ଦାବି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ସରକାରଙ୍କର ପୂର୍ବ ଚିଠି ଶାହା କମିଶନଙ୍କର ରିପୋର୍ଟ ଏବଂ ଅନ୍ୟାନ୍ୟ ବହୁ ନଥିପତ୍ର ମୁତାବକ ବିଜୁ ଜନତା ଦଳ ଦାବୀ ନ କରି ୧୭ ହଜାର କୋଟି ମାତ୍ର ଦାବୀ କରିବାର ରହସ୍ୟ କ’ଣ? ବିଜୁ ଜନତା ଦଳର ସାଂସଦ ପିନାକୀ ମିଶ୍ର ଖଣି ବେପାରୀମାନଙ୍କର ଓକିଲ ଅଛନ୍ତି । ବିଜୁ ଜନତା ଦଳକୁ ବିଗତ ବର୍ଷମାନଙ୍କରେ କ୍ଷମତାକୁ ଆଣିବା ପାଇଁ ବେଆଇନ୍ ଆୟରୁ ନିର୍ବାଚନରେ ଖର୍ଚ୍ଚ କରି କ୍ଷମତା ଅଧିକାର କରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଭାବେ ନିର୍ମଳ ଭାବମୂର୍ତ୍ତୀ ଦାବୀ କରୁଛନ୍ତି ।

 

ରାଜ୍ୟରେ ଥିବା ଖଣି, ଜଙ୍ଗଲ, ସମୁଦ୍ର ରାଜ୍ୟବାସୀଙ୍କର ସମ୍ପତ୍ତି । ବିଜୁ ଜନତା ଦଳ ଏସବୁକୁ ନଷ୍ଟ କରି ଦୁର୍ନୀତି ଉପାୟରେ ଅର୍ଥ ସଂଗ୍ରହ କରି ଗରିବ ରାଜ୍ୟବାସୀଙ୍କୁ ଗରିବ କରି ରଖି ଭିକ୍ଷାବୃତ୍ତି କରିବାକୁ ଉତ୍ସାହିତ କରୁଛନ୍ତି । ରାଜ୍ୟର ରାଜସ୍ୱ ବୃତ୍ତି କରି ରାଜ୍ୟବାସୀଙ୍କର କର୍ମସ୍ଥାନ ନକରି ମାଗଣା ଭିକ୍ଷା ନେଇ କ୍ଷମତାରେ ରହିବାକୁ ଚେଷ୍ଟା କରଉଥିବା ବେଳେ ବିରୋଧୀ ଦଳମାନେ ରାଜ୍ୟକୋଷକୁ ଲୁଣ୍ଠନରୁ ରକ୍ଷା କରିପାରୁ ନାହାଁନ୍ତି । ଖଣି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ବିଷୟ ହୋଇଥିଲେ ମଧ୍ୟ ଖଣି େ·ରିକୁ ରାଜ୍ୟ ସରକାର ବନ୍ଦ କରିପାରିବେ ଓ ଖଣିକୁ ଠିକ୍ ଭାବରେ ପରି·ଳନା କଲେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଅର୍ଥଭିକ୍ଷା କରିବା ଆବଶ୍ୟକ ପଡ଼ିବ ନାହିଁ । କେବଳ ଖଣି ଆୟରୁ ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁବିଧା ସୃଷ୍ଟି କରାଯାଇପାରିବ ଓ ଆମ ରାଜ୍ୟ ଦେଶରେ ଏକ ଉନ୍ନତ ରାଜ୍ୟ ଭାବେ ପରିଗରିତ ହେବ । ମଦରୁ ରାଜ୍ୟକୁ ବାର୍ଷିକ ୩ ହଜାର କୋଟି ମିଳୁଥିବା ବେଳେ ସମାଜ ନଷ୍ଟ ହେବା ସଙ୍ଗେ ସଙ୍ଗେ ଯୁବ ସମାଜ ଅବାଟରେ ଯାଉଛନ୍ତି । ଏକଲକ୍ଷ କୋଟି ଆଦାୟ ହେଲେ ତା ସୁଧରୁ ପ୍ରାପ୍ତ ଆୟରେ ମଦ ବନ୍ଦ ଜନିତ କ୍ଷତିପୂରଣ କରାଯାଇପାରିବ । ମାନ୍ୟବର ସୁପ୍ରିମକୋର୍ଟ ସି.ବି.ଆଇ. ତଦନ୍ତ ସମ୍ପର୍କରେ ବର୍ତ୍ତମାନ ନୀରବ ଥିଲେ ମଧ୍ୟ ଏହାକୁ ମନାକରି ନାହାଁନ୍ତି । ମାନ୍ୟବର ସୁପ୍ରିମ କୋର୍ଟ ପ୍ରଥମେ ଜୋରିମାନା ଆଦାୟକୁ ପ୍ରାଧାନ୍ୟ ଦେଇଛନ୍ତି । ପରେ କେସ୍କୁ ଶୁଣାଣି କରି ସି.ବି.ଆଇ. ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ·ହିଁଛନ୍ତି । ସି.ବି.ଆଇ. ତଦନ୍ତ ଦ୍ୱାରା ଦାୟୀ ଖଣି ବ୍ୟବସାୟୀ ସରକାରୀ କର୍ମ·ରୀ, ରାଜନେତାଙ୍କର ସମ୍ପୃକ୍ତି ଓ ସେ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ । ନବୀନ ପଟ୍ଟନାୟକଙ୍କ ସରକାର ପ୍ରକୃତରେ ସମୃଦ୍ଧ କରିବାକୁ ·ହୁଁଥିଲେ ଖଣିମାଲିକମାନଙ୍କୁ ସୁରକ୍ଷା ନଦେଇ ରାଜ୍ୟର ଆୟ ବୃଦ୍ଧି କରି ଓଡ଼ିଶାକୁ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ କରି ଭିକ୍ଷାବୃତ୍ତିରୁ ଉଦ୍ଧାର କରିବାକୁ ·ହାଁନ୍ତି, ତେବେ ସିବିଆଇ ତଦନ୍ତ କରାଇବା ଆବଶ୍ୟକ ।

ଆଡ଼ଭୋକେଟ୍, ସମ୍ପାଦକ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚ,
ମୋ-୯୮୬୧୦୬୩୨୯୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top