ମୁଣ୍ଡ ଟେକୁଛି ଭାରତ

News Story - Posted on 2017-08-23

ରାଜୀବ ରଞ୍ଜନ ରଏ

 

ବିଗତ ୭୦ ବର୍ଷ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଭାରତରେ ହୋଇଥିବା ପ୍ରଗତି ଅତ୍ୟନ୍ତ ଆକର୍ଷଣୀୟ। ଏହି ସମୟ ମଧ୍ୟରେ ଦେଶର ନୀତି ନିର୍ଦ୍ଧାରକମାନଙ୍କୁ ଏକାଧିକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ସେ ସବୁ ମଧ୍ୟରେ ଭିତ୍ତିଭୂମିର ଅଭାବ ଓ ଆର୍ଥିକ ବିକାଶ ନିମନ୍ତେ ଆବଶ୍ୟକ ପଡୁଥିବା ପ୍ରତିଟି ଜିନିଷର ଅଭାବ ଆଦି ଅନେକ ସମସ୍ୟା ଅନ୍ତଭୁର୍କ୍ତ। ଫଳରେ ଦେଶର ଆର୍ଥିକ ସ୍ୱାଧୀନତା ହାସଲ ପାଇଁ  ବହୁମୁଖୀ ଚାଲେଞ୍ଜ ସୃଷ୍ଟି ହୋଇଥିଲା। ଏହା ସତ୍ତ୍ବେ ଆମର ପ୍ରତି ତାମାନେ ସେମାନଙ୍କ ଦୃଢ ସଂକଳ୍ପ ବଳରେ ଗୋଟିଏ ଗୋଟିଏ ବିକାଶର ଇଟାକୁ ଯୋଡି ଦେଶ  ନିର୍ମାଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପଂଚ ବାର୍ଷିକ ଯୋଜନାର ସଠିକ‌୍‍ ପରିକଳ୍ପନା ଏକ ଉତ୍ତମ ଶୁଭାରମ୍ଭ ଥିଲା। ଯଦ୍ୱାରା ଚାଷୀ ସମସ୍ୟା ଓ ଦାରିଦ୍ର୍ୟର ନିରାକରଣ ପାଇଁ ଅଧିକ ଗୁରୁତ୍ୱ ଦିଆଗଲା।

 

ଏପରି ଅନେକ ସମସ୍ୟା ଥିଲା, ଯାହାକି କିଛି ବର୍ଷ ମଧ୍ୟରେ ଆର୍ଥିକ ବ୍ୟବସ୍ଥାରେ ଅନ୍ତରାୟ ସାଜିଥିଲା। ବ୍ୟବସାୟ ବାଣିଜ୍ୟ ପାଇଁ ମଧ୍ୟ ପରିବେଶ ଓ ପରିସ୍ଥିତି ଅନୁକୂଳ ନଥିଲା। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ପର୍ଯ୍ୟାପ୍ତ ନ ଥିଲା। ଯହା ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଆସ୍ଥା ଓ ଭରସା ସୃଷ୍ଟି କରିପାରୁଥିଲା। ସେହିପରି ଦେଶରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫଡିଆଇ)ର ପ୍ରବାହ ମଧ୍ୟ ଖୁବ‌୍‍ ଦୁର୍ବଳ ଥିଲା, ଫଳରେ ରାଜୀବ ଗାନ୍ଧୀ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ଆର୍ଥିକ ଉଦାରୀକରଣ ଦାବି ଦୃଢ ହେବାକୁ ଲାଗିଲା। ରାଜନୈତିକ ବିଶ‌୍‍ୃଙ୍ଖଳା କାରଣ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟ ଉତ୍ସାହଜନକ ନଥିଲା। ଏହି ପରିସ୍ଥିତି ଭିତରେ ଯେତେବେଳେ ପି.ଭି ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ କିଛି ପରିବର୍ତ୍ତନ ଆସିଥିଲା। ସେ ଆଇନରେ କିଛି ପରିବର୍ତ୍ତନ ଆଣି ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ଦ୍ୱାର ଉନ୍ମୁକ୍ତ କଲେ ଏବଂ ଏଥି ସହ ଦେଶରେ ଆର୍ଥିକ ଉଦାରୀକରଣର ଶୁଭାରମ୍ଭ ହେଲା। ତେବେ ରାଜନୈତିକ ଅସ୍ଥିରତା ଏବଂ କାର୍ଗିଲ ଯୁଦ୍ଧ କାରଣରୁୁ ୧୯୯୬ରୁ ୧୯୯୯ ମସିହା ମଧ୍ୟରେ ଦେଶରେ ବିଦେଶୀ ପୁଞ୍ଜି ନିବେଶ ସହ ଘରୋଇ ନିବେଶରେ ମଧ୍ୟ ମାନ୍ଦାବସ୍ଥା ପରିଲକ୍ଷିତ ହେଲା।

 

ତେବେ କାର୍ଗିଲ ଯୁଦ୍ଧ ପରେ ଦେଶର ଆର୍ଥିକ ବ୍ୟବସ୍ଥା ପୁଣି ଚଳଚଂଚଳ ହୋଇ ଉଠିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଯୋଗୁଁ  ଦେଶରେ ଉତ୍ସାହଜନକ ଆର୍ଥିକ ଦୃଶ୍ୟ ପରିଲକ୍ଷିତ ହେଲା। ଉଦାରୀକରଣର ‘ଫିଲ ଗୁଡ ଫାକ୍ଟର’ ଦୃଷ୍ଟି ଗୋଚର ହେଲା। ପୁଞ୍ଜି ନିବେଶର ପ୍ରବାହ ବଢିଲା। ଏଥି ସହ ସଡକ ଓ ବିଦ୍ୟୁତ‌୍‍ ପ୍ରକଳ୍ପଗୁଡିକରେ ପୁଞ୍ଜି ନିବେଶ ସହ ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀରୁ ପୁଞ୍ଜି  ପ୍ରତ୍ୟାହାରରେ ନୂତନ ଧାରା ସୃଷ୍ଟି ହେଲା। ଏହା ପରଠାରୁ ଭାରତର ଅର୍ଥ ବ୍ୟବସ୍ଥା ଆଉ ପଛକୁ ଫେରି ଚାହିଁ ନାହିଁ। ସବୁଠୁ ବାସ୍ତବ କଥା ହେଲା, ୨୦୦୮ରେ ଯେତେବେଳେ ସମଗ୍ର ବିଶ୍ୱ ଆର୍ଥିକ ସଂକଟ ଦେଇ ଗତି କରୁଥିଲା, ସେତେବେଳେ ମଧ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥା ଦୃତ ଗତିରେ ନିରନ୍ତର ବିକାଶ ଆଡକୁ ଆଗେଇ ଚାଲିଥିଲା। ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାର ଯୋଗୁଁ ସମଗ୍ର ବିଶ୍ୱରେ ଭାରତ ନିବେଶକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୁଞ୍ଜି ନିବେଶର ଏକ ପ୍ରମୁଖ ସ୍ଥାନ ରୂପେ ପରିଗଣିତ ହେଲା।

 

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ବିକାଶ କ୍ଷେତ୍ରରେ ବିଶ୍ୱରେ ଚୀନକୁ ପଛରେ ପକାଇ ବିକାଶମୁଖୀ ଅର୍ଥ ବ୍ୟବସ୍ଥା ହୋଇ ପାରିଛି। ଆର୍ଥିକ ସୁଧାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଦ୍ୱାରା ଦେଶରେ ବ୍ୟବସାୟ  ବାଣିଜ୍ୟର ପରିବେଶ ଅଧିକ ସହଜ ହୋଇ ପାରିଛି। ଏହି କାରଣରୁ ଆଜି କମ୍ପାନୀମାନଙ୍କ ପାଇଁ ଏକ ଆକର୍ଷଣ କେନ୍ଦ୍ର ପାଲଟି ଯାଇଛି। ସ୍ୱାଧୀନ ଭାରତ ଇତିହାସରେ ଏହା ସମ୍ଭବତଃ ପ୍ରଥମ ଥର ଦେଖା ଯାଇଛି ଯେ, ବିଶ୍ୱର ଶ୍ରେଷ୍ଠ ସିଇଓମାନେ ଭାରତରେ ବିପୁଳ ପରିମାଣର ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ସଠିକ‌୍‍ ଭାବେ କହିବାକୁ ଗଲେ ଏହା ଏକ ଆଦୃତ ପରିବେଶ ସୃଷ୍ଟି କରିପାରିଛି।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମୁଦ୍ରୀକରଣ ନିଷ୍ପତି ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଏକ ଦୃଢ ଭିତ୍ତିଭୂମି  ନିର୍ମାଣ କରିପାରିଛି। ଅନୌପଚାରିକ ଏକ ଅସଂଗଠିତ କ୍ଷେତ୍ର ଉପରେ ଭାରତୀୟ ଅର୍ଥ ବ୍ୟବସ୍ଥା ଅଧିକ ମାତ୍ରାରେ ନିର୍ଭରଶୀଳ ହେବା କାରଣରୁ ଖରାପ ପ୍ରଭାବର ଶିକାର ହୋଇ ଆସୁଥିଲା। ଯାହାକି ଆୟର ବହୁତ ବଡ ସ୍ରୋତ ହୋଇ ପାରିଥାନ୍ତା। ମାତ୍ର ସମୟ ସହ ତାଳ ଦେଇ ଏହା ହୋଇ ପାରିଲା ନାହିଁ। ଯଦ୍ୱାରା ଟିକସ ଚୋରୀ ଏବଂ ଶ୍ରମ ଆଇନର ଉଲଙ୍ଘନ ଫଳରେ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଲା। ଫଳରେ ଅନ୍ତିମ ଉତ୍ପାଦରେ ଶ୍ରମବଳ ଉପରେ ଏହା ନକରାତ୍ମକ ପ୍ରଭାବ ପକାଇଲା। ଏହି ପରିପ୍ରେକ୍ଷୀରେ ଯୁଗାନ୍ତକାରୀ ବସ୍ତୁ ଓ ସେବାକର (ଜିଏସ‌୍‍ଟି) ଦେଶର ଅର୍ଥ ବ୍ୟବସ୍ଥାକୁ ନୂତନ ଗତି ପ୍ରଦାନ କରିବ। ଏହା ମଧ୍ୟ ପୁଞ୍ଜି ନିବେଶ ବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଅନୁଯାୟୀ ରାଜସ୍ୱ ବୃଦ୍ଧିର ପରିସୀମାକୁ ପରିବ୍ୟାପ୍ତ କରିବା ପାଇଁ ଟିକସ ସଂସ୍କାର ଏବଂ ସବସିଡ ଉଚ୍ଛେଦର ଆବଶ୍ୟକତା ରହିଛି ଏବଂ ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ  ନିବେଶର ଜରୁରୀ ଆବଶ୍ୟକତା ରହିଛି।

 

ଦେଶର ଅର୍ଥ ବ୍ୟବସ୍ଥାକୁ ଅଧିକ ନମନୀୟ କରିବା ପାଇଁ ଦେବାଳିଆ ସଂପର୍କୀତ ନୂତନ କର୍ପୋରେଟ‌୍‍ ଢାଂଚା ନିମନ୍ତେ ଆର୍ଥିକ ଓ ଅନ୍ୟ ସବସିଡକୁ ନିୟୋଜିତ ଉତ୍ପାଦନ ଅଧିନିୟମ ୨୦୧୬, ସବ‌୍‍ସିଡକୁ ଯୁକ୍ତି ସଂଗତ କରିବା, ଦେବାଳିଆ ଓ ଦେବାଳିଆ ପଣ କୋଡ ୨୦୧୬ର ଅଧିନିୟମ ଓ ଜାତୀୟ କମ୍ପାନୀ ଆଇନ ନ୍ୟାୟାଧିକରଣର ପରିଚାଳନା ଆଦି କିଛି ଅନ୍ୟ ଉପାୟ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।

 

ଭାରତର ଅଭିବୃଦ୍ଧି ହାର ୨୦୧୭-୧୮ ବର୍ଷରେ ୭.୭ ପ୍ରତିଶତ ରହିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି। ଫଳରେ ଭାରତୀୟ ଅର୍ଥ ବ୍ୟବସ୍ଥା ଅଧିକ ସୁଦୃଢ ହୋଇ ପାରିବା ସହ ନୀତିଗତ ପ୍ରତିବନ୍ଧକ ଗୁଡିକ ମଧ୍ୟ ଦୂର ହୋଇ ପାରିବ ବୋଲି ଆଶା କରାଯାଉଛି। କେନ୍ଦ୍ର ଯଦି ଓୗଦ୍ୟୋଗିକ ବିକାଶ ଏବଂ ବିନିର୍ମାଣ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଏ ତେବେ ଭାରତ ନିକଟରେ ଦ୍ରୁତ ଗତିରେ ଆଗକୁ ବଢିବାର ଅନେକ ସମ୍ଭାବନା ରହିଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ମଧ୍ୟ ଦୀର୍ଘ ଦିନର ଢାଂଚାଗତ ଅସୁବିଧାଗୁଡିକ ଦୂର କରିବା ପାଇଁ ଗୁରୁତ୍ୱ ଦେଇଛି। ଯଦ୍ୱାରା ବଜାର କ୍ଷମତାରେ ସୁଧାର ଆସି ପାରିବ। ୨୦୧୫-୧୬ ରେ ଭାରତର ଅର୍ଥ ବ୍ୟବସ୍ଥା ୭.୬ ପ୍ରତିଶତ ଅଭିବୃଦ୍ଧି ହାରରେ ଆଗକୁ ବଢିଥିଲା। ୨୦୧୭ରେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦନ (ଜିଡିପି) ୭.୭ ପ୍ରତିଶତ ହେବ ବୋଲି ବିଶ୍ୱ ବ୍ୟାଙ୍କ ଆଶା ରଖିଛନ୍ତି। ବର୍ତ୍ତମାନ ଭାରତର ବାର୍ଷିକ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଛି। ଯାହାକି ଜି-୨୦ ଦେଶ ଗୁଡିକ ମଧ୍ୟରେ ସବୁଠୁ ସୁଦୃଢ।

 

ଢାଂଚାଗତ ସୁଧାରରେ ବୃଦ୍ଧି ଏବଂ ନିୟମ ଆଧାରିତ ମାଇକ୍ରୋ ଇକୋନୋମିକ ଫ୍ରେମ  ୱାର୍କ ଦ୍ୱାରା ଦୀର୍ଘକାଳୀନ ଦ୍ରୁତ ଆର୍ଥିକ ସଂପ୍ରସାରଣ ପାଇଁ କାଯ୍ର୍ୟ ହୋଇଛି ବୋଲି ଓଇସିଡି ଆର୍ଥିକ ସର୍ଭେ ୨୦୧୭ରୁ ଜଣାଯାଇଛି। ପ୍ରତ୍ୟକ୍ଷ ନିବେଶୀ ପୁଞ୍ଜି ନିବେଶକୁ ବ୍ୟାପକ କରିବା ନିମନ୍ତେ ନିୟମକୁ ଉଦାର କରାଯିବା ଫଳରେ ଚାକିରୀ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁବିଧା ସୃଷ୍ଟି ହେବ। ଲଘୁ ନକାରାତ୍ମକ ସୂଚୀକୁ ବାଦ ଦେଇ ପ୍ରଧାନମନ୍ତ୍ରୀ ଏହା ସୁନିଶ୍ଚିତ କରି ଦେଇଛନ୍ତି ଯେ, ସ୍ୱୟଂ ଗତିଶୀଳ ସ୍ୱୀକୃତି ମାର୍ଗ ଜରିଆରେ ପ୍ରତିଟି କ୍ଷେତ୍ରରେ ଏଫଡିଆଇର ଫାଇଦା ମିଳିପାରିବ। ଏକ ଅନୁମାନ ଅନୁଯାୟୀ ୨୦୧୬-୧୭ ବର୍ଷର ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ଏଫଡିଆଇ ପରିମାଣ ବୃଦ୍ଧି ପାଇ ୩୧.୧୮ ନିୟୁତ ଆମେରିକା ଡଲାରରେ ପହଁଚିଥିଲା, ଯାହା ଗତ ବର୍ଷ ଏହି ସମୟ ମଧ୍ୟରେ ୨୭.୨୨ ନିୟୁତ ଆମେରିକୀୟ ଡଲାର ଥିଲା। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୧୭ ମାର୍ଚ୍ଚ ୨୪ରେ ୩୬୭.୯୩ ନିୟୁତ ଅମେରୀକୀୟ ଡଲାର ଥିଲା ଯେଉଁ ଥିରେ କରେଂଟ ଆକାଉଂଟ ଡେଫିସିଟ (ସିଏଡି) ୨୦୧୪-୧୫ ଓ ୨୦୧୫-୧୬ରେ ୧.୩ ପ୍ରତିଶତ ଓ ୧.୧ ପ୍ରତିଶତ ସ୍ତରରେ ଥିଲା।

 

ଯଦି ଆମେ ଅନ୍ୟ ଆର୍ଥିକ ସଂକେତକୁ ଦେଖିବା, ତେବେ ଏହା ସନ୍ତୋଷ ଜନକ ଅନୁଭବ ହେବ। ୨୦୧୬-୧୭ ଭାରତର ଗ୍ରସ ଫିସକାଲ  ଡେଫିସିଟ  ୩.୫ ପ୍ରତିଶତରେ ସୀମିତ ଥିଲା। ୨୦୧୭-୧୮ ବର୍ଷରେ ଆର୍ଥିକ ନିଅଂଟ ୩.୨ ପ୍ରତିଶତରେ ସ୍ଥିର ଥିଲା। ଯାହାକୁ  ଆଗାମୀ ବର୍ଷ ୩ ପ୍ରତିଶତରେ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗୁଣବତ୍ତା ସହ ବ୍ୟୟ ଓ ଅଧିକ କର ତଥା ରାଜସ୍ୱ ହାସଲ ପାଇଁ ନିରନ୍ତର ଦୃଷ୍ଟି  ଦେବା ସହ ଆର୍ଥିକ ନମନୀୟତା ବୃଦ୍ଧି ପାଇଁ ଅଙ୍ଗୀକାରବଦ୍ଧ। ଆର୍ଥିକ କ୍ଷେତ୍ରରେ ଆହୁରି କେତେକ ସଫଳତା ହାସଲ ନିମନ୍ତେ ଭାରତ ପ୍ରସ୍ତୁତି ଚଳାଇଛି  ଏବଂ ଆର୍ଥିକ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ ଦିଗରେ ଆଗକୁ ବଢିଚାଲିଛି। (ପିଆଇବି)

 

(ଲେଖକଙ୍କ ମତାମତ ନିଜସ୍ୱ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top