୧୭ ଅର୍ଜୁନ, ୭ ଦ୍ରୋଣାଚାର୍ଯ୍ୟ, ୩ ଧ୍ୟାନଚାନ୍ଦ

News Story - Posted on 2017-08-22

ଆଜି ୨୦୧୭ ବର୍ଷ ପାଇଁ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି । ଦେବେନ୍ଦ୍ର (ପାରାଆଥଲେଟ) ଓ ସର୍ଦ୍ଦାର ସିଂ (ହକି)ଙ୍କୁ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଚେତେଶ୍ୱର ପୂଜାରା ଓ ହରମନପ୍ରୀତ କୌରଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏଥିସହିତ ମୋଟ ୧୭ ଜଣ କ୍ରୀଡାବିତଙ୍କୁ ଅର୍ଜୁନ, ୭ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୩ ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ଲାଗି ଚୟନ କରାଯାଇଛି ।

 

ଚଳିତ ବର୍ଷ ଏହି ପୁରସ୍କାର ଗୁଡ଼ିକ ଲାଗି ପୂର୍ବତନ ଅଲିମ୍ପିଆନ, ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡ଼ାବିତ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ, କ୍ରୀଡ଼ା ସାମ୍ବାଦିକ/ ବିଶେଷଜ୍ଞ, ଉଦଘୋଷକ ଏବଂ କ୍ରୀଡ଼ା ପ୍ରଶାସକଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଲାଗି ଗଠିତ ଚୟନ କମିଟିର ମୁଖ୍ୟ ଥିଲେ ଜଷ୍ଟିସ ସିକେ ଠାକ୍କର (ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଏବଂ ହିମାଚଳ ଓ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି) । ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ଲାଗି ଗଠିତ ଚୟନ କମିଟିର ମୁଖ୍ୟ ଥିଲେ ପୁଲେଲା ଗୋପୀଚାନ୍ଦ ।

 

କମିଟିର ସୁପାରିଶ ଆଧାରରେ ଏବଂ ଆବଶ୍ୟକ ଯାଂଚ କରାଯିବା ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ/ପ୍ରଶିକ୍ଷକ/ସଂଗଠନମାନଙ୍କୁ ପୁରସ୍କାର ପ୍ରଦାନ କରିବା ଲାଗି ନିଷ୍ପତି ଗ୍ରହଣ କରିଛନ୍ତି ।

 

(କ) ରାଜୀବ ଗାନ୍ଧୀ ଖେଳରତ୍ନ ୨୦୧୭ ପୁରସ୍କାର ବିଜେତା
୧) ଶ୍ରୀ ଦେବେନ୍ଦ୍ର (ପାରା ଆଥଲେଟ)
୨) ଶ୍ରୀ ସର୍ଦ୍ଦାର ସିଂ (ହକି)

 

(ଖ) ଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୧୭
୧) ସ୍ୱର୍ଗତ ଡଃ ଆର ଗାନ୍ଧୀ (ଆଥଲେଟିକ୍ସ)
୨) ହୀରାନନ୍ଦ କଟାରିଆ (କବାଡି)
୩) ଜିଏସଏସଭି ପ୍ରସାଦ (ବ୍ୟାଡମିଂଟନ) ଲାଇଫଟାଇମ
୪) ବ୍ରିଜ ଭୁଷଣ ମହାନ୍ତି (ବକ୍ସିଂ) ଲାଇଫଟାଇମ
୫) ପିଏ ରାଫେଲ (ହକି) ଲାଇଫଟାଇମ
୬) ସଞ୍ଜୟ ଚକ୍ରବର୍ତୀ (ସୁଟିଂ) ଲାଇଫଟାଇମ
୭) ରୋଶନ ଲାଲ (କୁସ୍ତି) ଲାଇଫଟାଇମ

 

(ଗ) ଅର୍ଜୁନ ପୁରସ୍କାର
୧) ଭି ଜେ ସୁରେଖା (ତୀରନ୍ଦାଜ)
୨) ଖୁସବୀର କୌର (ଆଥଲେଟିକ୍ସ)
୩) ଆରୋକିଆ ରାଜୀବ (ଆଥଲେଟିକ୍ସ)
୪) ପ୍ରଶାନ୍ତି ସିଂ (ବାସ୍କେଟବଲ)
୫) ଲାଇସାରାମ ଦେବେନ୍ଦ୍ରୋ ସିଂ (ବକ୍ସିଂ)
୬) ଚେତେଶ୍ୱର ପୁଜାରା (କ୍ରିକେଟ)
୭) ହରମନପ୍ରୀତ କୌର (ମହିଳା କ୍ରିକେଟ)
୮) ଓଇନାମ ବେମବେମ ଦେବୀ (ମହିଳା ଫୁଟବଲ)
୯) ଏସଏସପି ଚୌରାସିଆ (ଗଲ୍ଫ)
୧୦) ଏସ ଭି ସୁନିଲ (ହକି)
୧୧) ଯଶବୀର ସିଂ (କବାଡି)
୧୨) ପିଏନ ପ୍ରକାଶ (ସୁଟିଂ)
୧୩) ଏ ଅମଲରାଜ (ଟେବୁଲ ଟେନିସ)
୧୪) ସାକେଥ ମିନେନି ( ଟେନିସ)
୧୫) ସତ୍ୟବ୍ରତ କାଡିଆନ (କୁସ୍ତି)
୧୬) ମାରିଆପ୍ପାନ (ପାରା-ଆଥଲେଟ)
୧୭) ବରୁଣ ସିଂ ଭଟି (ପାରା-ଆଥଲେଟ)

 

(ଘ) ଧ୍ୟାନଚାନ୍ଦ ପୁରସ୍କାର
୧) ଭୁପିନ୍ଦର ସିଂ (ଆଥଲେଟିକ୍ସ)
୨) ସୟଦ ସହିଦ ହକିମ (ଫୁଟବଲ)
୩) ସୁମାରି ତେତେ (ହକି)

 

୨୦୧୭ ଅଗଷ୍ଟ ୨୯ ତାରିଖରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ଉତ୍ସବରେ ପୁରସ୍କାର ଲାଗି ଯୋଗ୍ୟ ବିବେଚିତ କ୍ରୀଡ଼ାବିତମାନେ ରାଷ୍ଟ୍ରପତିଙ୍କଠାରୁ ସେମାନଙ୍କ ପୁରସ୍କାର ଗ୍ରହଣ କରିବେ ।

 

ଏକ ମେଡାଲ ଓ ମାନପତ୍ର ବ୍ୟତୀତ ରାଜୀବଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ୭.୫ ଲକ୍ଷ ଟଙ୍କା ଏବଂ ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ଲାଗି ପ୍ରତ୍ୟେକଙ୍କୁ ଏକ ପ୍ରତିକୃତି, ପ୍ରମାଣପତ୍ର ଓ ୫ ଲକ୍ଷ ଟଙ୍କା ନଗଦ ରାଶି ପ୍ରଦାନ କରାଯିବ ।

 

କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତାକୁ ସ୍ୱୀକୃତି ସ୍ୱରୂପ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ । ଚାରି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସବୁଠାରୁ ଚମକ୍ରାର ଓ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କ୍ରୀଡ଼ାବୀତଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଏ । ଚାରିବର୍ଷ ମଧ୍ୟରେ ନିୟମିତ ଭାବେ ଉତମ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଥାଏ । ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ମେଡାଲ ବିଜୟୀ ଖେଳାଳିଙ୍କୁ ପ୍ରସ୍ତୁତ କରିଥିବା ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଏ । ସେହିପରି କ୍ରୀଡା ଉନ୍ନୟନ କ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ଲାଗି ଧ୍ୟାନଚାନ୍ଦ ପୁରସ୍କାର ଦିଆଯାଏ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top