ପ୍ରତାପରୁଦ୍ରପୁରରେ ଚାଷୀ ସମ୍ବର୍ଦ୍ଧନା

News Story - Posted on 2017-08-22

ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ଗ୍ରାମ ପଂଚାୟତ ପରିସରରେ କୃଷକ ଓ ପୂର୍ବତନ ପଂଚାୟତ ପ୍ରତିନିଧି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତାପରୁଦ୍ରପୁର ଗ୍ରାମ ପଂଚାୟତର ସରପଂଚ ବାମନ ଚରଣ ଭୋଇ ପତାକା ଉତ୍ତୋଳନ କରିବା ପରେ ତାଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

 

ଏହି ସଭାରେ ପଂଚାୟତର ପୂର୍ବତନ ସରପଂଚ ଭଗବନା ପଣ୍ଡା, ଲିଙ୍ଗରାଜ ପଣ୍ଡା, ବାବୁଲି ନନ୍ଦ, କାଳନ୍ଦୀ ଭୋଇ, ରେଣୁବାଳା ଯେନା ଓ ମନୋରଂଜନ ଯେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବତନ ସମିତି ସଭ୍ୟ ବେଣୁଧର ଭୋଇ, ସଂକଟଲୋଚନ ବେହେରା, ଲକ୍ଷ୍ମଣ ପଟ୍ଟନାୟକ ଏବଂ ବାଲିଅନ୍ତା ବ୍ଲକର ପୂର୍ବତନ ଅଧ୍ୟକ୍ଷା କବିତା ମଂଜରୀ ପରିଡ଼ାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

 

ଏମାନଙ୍କ ବ୍ୟତିତ ପଂଚାୟତର ୨୫ ଜଣ ସଫଳ ଚାଷୀଙ୍କୁ ସରପଂଚ ଓ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବିର୍ଦ୍ଧିତ କୃଷକମାନଙ୍କ ମଧ୍ୟରେ ଅଛନ୍ତି ଜୟରାମ ପାଢ଼ୀ, ସମରେନ୍ଦ୍ର ଯେନା, ବ୍ରହ୍ମାନନ୍ଦ ପରିଡ଼ା ଏବଂ ପୁରୁଷୋତ୍ତମ ପ୍ରଧାନ । ଏହି ସଭାରେ ସ୍ଥାନୀୟ ହାଇସ୍କୁଲ, ଏମଇ ସ୍କୁଲ ଏବଂ ପ୍ରାଥମିକ ସ୍କୁଲର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ପଂଚାୟତର ଗ୍ରାମସଭା ଅନୁଷ୍ଠିତ ହୋଇ କେତେକ ବିକାଶମୂଳକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top