ଓଡ଼ିଶାର ସ୍କାମ ସରକାର!

News Story - Posted on 2017-08-21

ପ୍ରଦୀପ ପ୍ରଧାନ

 

ଗତ କିଛିଦିନ ତଳେ ପ୍ରଶାସନରେ ଏବଂ ସରକାରୀ ଯୋଜନା କାର୍ଯ୍ୟନ୍ୱୟନରେ ପିସି ସଂସ୍କୃତି ବା ଦୁର୍ନୀତି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟ ଭିଜିଲାନ୍ସ ଇନ୍ଦିରା ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା, ଅର୍ଥ ତୋଷାରପାତ ଉପରେ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଏସବୁ ସତ୍ତେ୍ୱ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ସେବା ପାଇଁ ଲାଂଚ କାରବାର ·ଲୁ ରହିଛି । କିନ୍ତୁ ଅପର ପକ୍ଷରେ ନବୀନ ପଟ୍ଟନାୟକଙ୍କ ୧୭ ବର୍ଷର ଶାସନରେ ଅନେକ ସଂଗଠିତ ଦୁର୍ନୀତି ହୋଇଛି, ଯାହାର ତଦନ୍ତ ହୋଇନାହିଁ କି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହିସବୁ ଦୁର୍ନୀତିର ତଦନ୍ତ ପାଇଁ ବାରମ୍ବାର ଦାବୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହିସବୁ ଦୁର୍ନୀତିକୁ ·ପି ଦେବାକୁ ଚେଷ୍ଟା କରି ଆସୁଛନ୍ତି ।

 

ଆମ ରାଜ୍ୟରେ ସବୁଠାରୁ ଭୟଙ୍କର ଦୁର୍ନୀତି ହେଉଛି ଖଣି ଦୁର୍ନୀତି । ଏହି ଖଣି ହରିଲୁଟ୍ରେ ୨୦,୦୦,୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ସର୍ବସାଧାରଣରେ ଅଭିଯୋଗ ହେଲା ପରେ କେନ୍ଦ୍ର ସରକାର ଜଷ୍ଟିସ ଏମ୍.ବି. ଶାହାଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇଥିଲେ । ଜଷ୍ଟିସ୍ ଶାହା କମିଶନ ଦୀର୍ଘ ଦୁଇବର୍ଷ ଧରି ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତିର ତଦନ୍ତ କରି ୨୦୧୩ ମସିହାରେ ତାଙ୍କର ତଦନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ । ରାଜ୍ୟରେ ଖଣି ଲିଜ୍ ପ୍ରଦାନରେ ଅନିୟମିତତା, ଖଣି କମ୍ପାନୀମାନଙ୍କ ଦ୍ୱାରା ଖଣିଜ ସମ୍ପଦର ମନଇଚ୍ଛା ଉତ୍ତୋଳନ, ଜଙ୍ଗଲ ଜମିରେ ବେଆଇନ୍ ଭାବେ ଖଣି ଉତ୍ତୋଳନ, ଖଣି ଲିଜ୍ଧାରୀମାନଙ୍କ ଦ୍ୱାରା ଶହ ଶହ କୋଟି ଟଙ୍କାର ଟିକସ ଫାଙ୍କି, ଖଣି ଅଂଚଳରେ ପରିବେଶ ନଷ୍ଟ ଏବଂ ସର୍ବୋପରି ମନିଟରିଙ୍ଗ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ, ଜଙ୍ଗଲ ବିଭାଗ ଏବଂ ଖଣି ବିଭାଗ ଅଧିକାରୀମାନଙ୍କର ଖଣି ମାଲିକଙ୍କ ସହିତ ଅସାଧୁ ମେଣ୍ଟ ଯୋଗୁଁ ଖଣିଜ ସମ୍ପଦର ବ୍ୟାପକ େ·ରୀ ହୋଇଥିବାର ଶାହା କମିଶନ ଦର୍ଶାଇବା ସହ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । କିନ୍ତୁ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଖଣିେ·ରୀର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିନାହାଁନ୍ତି । ଜଷ୍ଟିସ୍ ଶାହା କମିଶନ ରାଜ୍ୟରେ ଖଣିଜ ସମ୍ପଦର ଲୁଟ୍ ଯୋଗୁଁ ୬୦,୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହୋଇଥିବାର ଦର୍ଶାଇଥିଲେ । ଦୁର୍ନୀତି ବିରୋଧରେ ଆହ୍ୱାନ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ଦୁର୍ନୀତିକୁ ପ୍ରଶ୍ରୟ ଦେଇ ·ଲିଛନ୍ତି, ଏହା ସ୍ପଷ୍ଟ ଅନୁମେୟ ।

 

ଅନ୍ୟ ଏକ ମହାଦୁର୍ନୀତି ହେଉଛି ଜମି ଦୁର୍ନୀତି । ୨୦୧୦ ମସିହାରେ ସି.ଏ.ଜି. ରାଜ୍ୟରେ ଭୁବନେଶ୍ୱର ଏବଂ କଟକ ସହରରେ ୨୦୦୦ରୁ ୨୦୧୨ ମସିହାରେ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ, ସିଡ଼ିଏ ଏବଂ ଇଡ୍କୋ ଦ୍ୱାରା ହୋଇଥିବା ଜମି/ପ୍ଲଟ ଆବଣ୍ଟନ ଉପରେ ଅଡିଟ୍ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟରେ ଭୁବନେଶ୍ୱର ଏବଂ କଟକ ସହରରେ ଜମି ଆବଣ୍ଟନରେ ହୋଇଥିବା ବ୍ୟାପକ ଜାଲିଆତି, ବିଜେଡ଼ି ମନ୍ତ୍ରୀ, ବିଧାୟକ ଏବଂ ଅଫିସରମାନଙ୍କ ଦ୍ୱାରା ଏକାଧିକ ପ୍ଲଟ ଦାଖଲ, ପ୍ରଭାବଶାଳୀ ଲୋକମାନେ ମିଥ୍ୟା ସତ୍ୟପାଠ ଦାଖଲ କରି ଭୁବନେଶ୍ୱରରେ ପ୍ଲଟ ନେବା, ସମସ୍ତ ସରକାରୀ ନୀତିନିୟମକୁ ଉଲଘଂନ କରି ଏବଂ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ରାଜ୍ୟ ସରକାର ବହୁ ଶିକ୍ଷାନୁଷ୍ଠାନ ଏବଂ ବ୍ୟାବସାୟିକ ଅନୁଷ୍ଠାନଙ୍କୁ ନାମମାତ୍ର ଦରରେ ଜମି ବଣ୍ଟନ କରିବା, ଅଚ୍ୟୁତ ସାମନ୍ତଙ୍କ କିଟ୍ ସଂସ୍ଥା ସରକାରୀ ଅଧିକାରୀଙ୍କୁ ଧରାଧରି କରି ପଟିଆ ଏବଂ ଚନ୍ଦକା ଅଂଚଳରେ ୧୦୦ଏକର ଜମି ବେଆଇନ୍ ଭାବେ ମାଡ଼ି ବସିବା ଇତ୍ୟାଦି ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କୁ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଥିଲେ । ଏହାପରେ ସର୍ବସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ବରିଷ୍ଠ ପ୍ରଶାସକ ଡକ୍ଟର ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଟ୍ୟାକ୍ସ ଫୋର୍ସ କମିଟି ବସାଇଥିଲେ । ଟ୍ୟାକ୍ସ ଫୋର୍ସ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡ଼ ଦ୍ୱାରା ହୋଇଥିବା ଜମି/ପ୍ଲଟ ଆବଣ୍ଟନ, ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ଇତ୍ୟାଦି ତଦନ୍ତ କରି ରାଜ୍ୟ ସରକାରଙ୍କୁ ନଭେମ୍ବର, ୨୦୧୪ରେ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ଟ୍ୟାକ୍ସଫୋର୍ସ ଦ୍ୱାରା ହୋଇଥିବା ସମସ୍ତ ସୁପାରିଶକୁ ଡ଼ିସେମ୍ବର ୧୮, ୨୦୧୪ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗ୍ରହଣ କରିଥିଲେ ଏବଂ ବେଆଇନ୍ ଜବର ଦଖଲକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଜଣାଇଥିଲେ । କିନ୍ତୁ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଗୋଟିଏ ବି ପ୍ଲଟ/ଜମି ଫେରାଇ ଆଣିନାହାଁନ୍ତି କି କୌଣସି ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।

 

ସେହିପରି ରାଜ୍ୟ ଅମଲାଙ୍କ ଚକ୍ରାନ୍ତରେ ଏସ୍.ଆଇ.ଇ.ଟି.ଙ୍କୁ ମନଇଚ୍ଛା ବନ୍ଦ କରିଦେବା ଏବଂ ଓ.କେ.ସି.ଏଲ୍. ନାମକ ଏକ ଭଣ୍ଡ କମ୍ପାନୀ ପ୍ରତି । କରି କେନ୍ଦ୍ରୀୟ ଅର୍ଥ ହରିଲୁଟ୍କୁ ମୁଖ୍ୟମନ୍ତ୍ରୀ ନୀରବରେ ସମର୍ଥନ କରି ଆସୁଛନ୍ତି । ୨୦୧୩ ମସିହାରେ କେନ୍ଦ୍ର ଅନୁଦାନ ବନ୍ଦ ହେବାର ମିଛ କଥା କହି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏସ୍.ଆଇ.ଇ.ଟିକୁ ବନ୍ଦ କରି ଦିଆଗଲା । ଏଠାରେ ସୂଚନାଯୋଗ୍ୟ ଯେ, ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ କମ୍ପୁଟର ମାଧ୍ୟମରେ ଶିକ୍ଷା ଦେବାପାଇଁ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ସହାୟତାରେ ଏସ୍.ଆଇ.ଇ.ଟି. ଅନୁଷ୍ଠାନ ଗଠନ କରାଯାଇଥିଲା । ତେଣୁ ଏସ୍.ଆଇ.ଇ.ଟି. ନାମରେ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ହଡ଼ପ କରିବା ପାଇଁ ରାଜ୍ୟ ଅମଲାମାନଙ୍କର ଏକ ଚକ୍ରାନ୍ତ ଥିଲା । ଇତିମଧ୍ୟରେ ରାଜ୍ୟରେ ୪୦୦୦ ବିଦ୍ୟାଳୟରେ କମ୍ପୁଟର ଶିକ୍ଷା ଦେବା ପାଇଁ କେନ୍ଦ୍ର ସରକାର ୫ ବର୍ଷ ପାଇଁ ୮୦୦ କୋଟି ଟଙ୍କାର ବଜେଟ୍ କରି ଦେଇଥିଲେ । ତେଣୁ ଉକ୍ତ ଅର୍ଥକୁ ହଡ଼ପ କରିବା ପାଇ ମହାରାଷ୍ଟ୍ର ନଲେଜ କର୍ପୋରେସନ ଲିମିଟେଡ୍ କମ୍ପାନୀ ସହିତ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗକୁ ନେଇ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ ନାମରେ ଏକ ଠକ କମ୍ପାନୀ କରି ଏହାକୁ ସରକାରୀ କମ୍ପାନୀ ଦର୍ଶାଇ ବିନା ଟେଣ୍ଡରରେ କମ୍ପୁଟର ଶିକ୍ଷା ଦେବା ପାଇଁ ଆସିଥିବା ୨୦୦କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନକୁ ଏହି କମ୍ପାନୀକୁ ପ୍ରଦାନ କଲେ । ଏହି କମ୍ପାନୀର ପରି·ଳନା କମିଟି ଏପରି କରାଗଲା ଯେପରି ବାହାରକୁ ଏହା ଜଣାପଡ଼ିବ ସରକାରୀ । କିନ୍ତୁ ବାସ୍ତବରେ ଏହାର ପରି·ଳନା ଏବଂ କର୍ତ୍ତୃତ୍ୱ ବେସରକାରୀ ସଂସ୍ଥା ବା ମହାରାଷ୍ଟ୍ର ନଲେଜ କର୍ପୋରେସନ ଅଧୀନରେ ରହିଲା । ତକ୍ରାଳୀନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ସଂପୃକ୍ତିରେ ଏପରି ଚକ୍ରାନ୍ତ ହୋଇଥିବାର ସିଭିଲ୍ ସୋସାଇଟି ତରଫରୁ ଏହାର ତଦନ୍ତ ଦାବି କରାଯାଇ ଉଚ୍ଚ ନ୍ୟାୟାଳୟରେ ଏକ ରିଟି ପିଟିସନ ଫାଇଲ୍ ହୋଇଛି ।

 

ଅନ୍ୟ ଏକ ପ୍ରମୁଖ ଦୁର୍ନୀତି ହେଉଛି ଡ଼ାଲି ଦୁର୍ନୀତି । ୨୦୧୧ ମସିହାରେ ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ଆଇ.ସି.ଡ଼ି.ଏସ୍. ଯୋଜନାରେ ପିଲାମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ପାଇଁ ନିମ୍ନମାନର ଡ଼ାଲି ଯୋଗାଇ ଦିଆଯାଇ କୋଟି କୋଟି ଟଙ୍କାର ହଡ଼ପ ହୋଇଛି । ଏହି ଅଭିଯୋଗ ଆସିଲା ପରେ ତକ୍ରାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ଏହି ସମୟରେ ରାଜ୍ୟ ଭିଜିଲାନ୍ସ ଏହାର ତଦନ୍ତ ଭାର ନେଇ ୭୦୦କୋଟି ଟଙ୍କାର ଡ଼ାଲି ଦୁର୍ନୀତି ହୋଇଥିବା ଦର୍ଶାଇ ତିନିଜଣ ଜିଲ୍ଲାପାଳ ପ୍ରମୋଦ ମେହେର୍ଦ୍ଦା, ମନିଷ ବର୍ମା, ଅମ୍ବିକା ପ୍ରସାଦ ଦାସଙ୍କ ନାମରେ କେସ୍ ରୁଜୁ କରିବା ସହ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡ଼ିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁମତି ନ ଦେବାରୁ ଭିଜିଲାନ୍ସ ତଦନ୍ତ କରିପାରିନଥିଲେ ।

 

ସେହିପରି ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ମେଧାବୃତ୍ତି ପ୍ରଦାନ କରି ଆସୁଛନ୍ତି । ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଏହି ମେଧାବୃତ୍ତି ପ୍ରଦାନ କରିଆସୁଛନ୍ତି । କିନ୍ତୁ ୨୦୧୧-୧୨ରୁ ୨୦୧୪-୧୫ ମଧ୍ୟରେ ହୋଇଥିବା ଅଡ଼ିଟ୍ରୁ ଜଣାପଡ଼ିଛି ଯେ, ଅଣଛାତ୍ର ଏବଂ ଅଯୋଗ୍ୟ ଛାତ୍ରମାନଙ୍କ ନାମରେ ମେଧାବୃତ୍ତି ପ୍ରଦାନ କରାଯାଇ କୋଟି କୋଟି ଟଙ୍କା ହଡ଼ପ ହୋଇଛି । ଏହି ଦୁର୍ନୀତିରେ ଉଚ୍ଚଶିକ୍ଷା ବିଭାଗର ତକ୍ରାଳୀନ ଶାସନ ସଚିବ ଗଗନ ବିହାରୀ ଧଳ ସମ୍ପୃକ୍ତ । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଏହି ମେଧାବୃତ୍ତି ଦୁର୍ନୀତିରେ ୫୦ କୋଟି ଟଙ୍କା ହଡ଼ପ ହୋଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ, ଏହାର ତଦନ୍ତ କରାଯାଇ ନାହିଁ ।

 

ସେହିପରି ରାଜ୍ୟରେ ଆଇ.ସି.ଡ଼ି.ଏସ୍. ଯୋଜନାରେ ନିମ୍ନମାନର ଛତୁଆ ଯୋଗାଣରେ ୧୦୦୦କୋଟି ହରିଲୁଟ୍, କିଟ୍ ଜମି ଜାଲିଆତିରେ ୧୦୦୦ କୋଟି ରାଜସ୍ୱ କ୍ଷତି, କମ୍ପାନୀମାନଙ୍କ ଦ୍ୱାରା ବର୍ଷ ବର୍ଷ ଧରି ଜଳକର ନଦେବା ଯୋଗୁଁ ୨୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି, ଏନ୍.ଆର.ଇ.ଜି.ଏ. କାମରେ ଶ୍ରମିକମାନଙ୍କୁ କାମ ନ ଦେଇ ମେସିନ୍ ଲଗାଇ କାମ କରି ୫୦୦୦ କୋଟି ଟଙ୍କାର ରାଜସ୍ୱ ଲୁଟ୍, ରାଜ୍ୟ ସମବାୟ ବ୍ୟାଙ୍କ ଜାଲିଆତିରେ ୫୦୦ କୋଟି ଟଙ୍କାର ଦୁର୍ନୀତି ଓମ୍ଫେଡ଼୍ ଜରି କିଣାରେ ଦୁର୍ନୀତି ଇତ୍ୟାଦି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଏହାର ତଦନ୍ତ କରାଇ ନାହାଁନ୍ତି, ବରଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଇ ·ଲିଛନ୍ତି । ରାଜ୍ୟର ସମସ୍ତ ମହାଦୁର୍ନୀତିର ତଦନ୍ତ ମୁଖ୍ୟମନ୍ତ୍ରୀ ଇଙ୍ଗିତରେ ·ପି ଦିଆଯାଇଛି । ଦୁର୍ନୀତିଗ୍ରସ୍ତ ଆଇ.ଏ.ଏସ୍. ଅଫିସରମାନଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହା କରିଛନ୍ତି ।
ଦୁର୍ନୀତିକୁ ପ୍ରଶୟ ହେବାର ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ଅଭିନବ କୌଶଳ ହେଉଛି ଲୋକାୟୁକ୍ତ ଗଠନ ନ କରିବା । ୨୦୧୪ ମସିହାରେ ବିଧାନ ସଭାରେ ଓଡ଼ିଶା ଲୋକାୟୁକ୍ତ ବିଲ୍ ପାସ୍ କରାଇ ଦେଶରେ ଏପରି ଏକ ଆଇନ୍ କରିବା ଓଡ଼ିଶା ପ୍ରଥମ ବୋଲି କହି ବ୍ୟାପକ ପ୍ର·ର କରାଇବା ସହ ଦୁର୍ନୀତି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପ୍ରମାଣ କରାଇଥିଲେ । କିନ୍ତୁ ଦୀର୍ଘ ତିନିବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଲୋକାୟୁକ୍ତ ଗଠନ ହେଲା ନାହିଁ । ତେଣୁ ଦୁର୍ନୀତି ବିରୁଦ୍ଧରେ କହି ଗଣମାଧ୍ୟମରେ ବ୍ୟାପକ ପ୍ର·ର କରାଇ ମୁଖ୍ୟମନ୍ତ୍ରୀ ନିଜର ତଥାକଥିତ ଦୁର୍ନୀତି ବିରୋଧୀ ଭାବମୂର୍ତ୍ତୀ ଗଢିଛନ୍ତି । କିନ୍ତୁ ବାସ୍ତବତା ଭିନ୍ନ । ରାଜ୍ୟରେ ହୋଇଥିବା ସମସ୍ତ ମହାଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ ·ପି ଦେଇଛନ୍ତି ବା ଭିଜିଲାନ୍ସ ତଦନ୍ତ ନାମରେ ସମୟ ଗଡ଼ାଇ ·ଲିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କର ଦୁର୍ନୀତି ବିରୋଧୀ ସ୍ଲୋଗାନ ପ୍ରତାରଣାପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବନାହିଁ ।

ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top