ରୁଚି ପ୍ରତିଭାପୂଜନ

News Story - Posted on 2017-08-19

ଶୁଭେନ୍ଦୁ କୁମାର ଭୂୟାଁ

 

ଓଡ଼ିଶା ମାଟିରେ ଜନ୍ମ ନେଇଥିବା ‘ରୁଚି’ - ସାଧାରଣ ଜନମାନସରେ କେବଳ ଏକ ସଫଳ ଉଦ୍ୟୋଗ ନୁହେଁ, ୪୨ ବର୍ଷର ସ୍ମୃତି, ସ୍ଥିତି ଓ ସଂଭାବନାକୁ ନେଇ ଏକ ସାମାଜିକ ଅନୁଷ୍ଠାନରେ ଆଜି ପରିଣତ। ଗୋଟିଏ ସଫଳ ଉଦ୍ୟମର ଏକ ସାମଗ୍ରିକ ପ୍ରତିଛବି - କିଛି ସ୍ୱପ୍ନ, ସାଧନା ଓ ସଂକଳ୍ପର ଅଙ୍ଗୀକାରବଦ୍ଧତା ହେଉଛି ‘ରୁଚି’। ଖାଦ୍ୟରୁଚିର ମହକ ସହିତ ସାମାଜିକ ରୁଚିବୋଧର ଉନ୍ନତି ଏବଂ ପୂଜ୍ୟପୂଜା ଓ ପ୍ରତିଭା ପୂଜନର ପରମ୍ପରାକୁ ନେଇ ଆଗକୁ ଆଗକୁ ବାଟ ଚାଲିଛି ଏହି ଉଦ୍ୟୋଗର ସାମାଜିକ ଅନୁଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେସନ।

 

ସମୟର ଛନ୍ଦପତନ ଭିତରେ ୪୨ ବର୍ଷରେ ପାଦ ଦେଇଥିବା ପୂର୍ବ ଭାରତର ଅନ୍ୟତମ ଏହି ଶୀର୍ଷ ଉଦ୍ୟୋଗ ସହିତ ରୁଚି ଫାଉଣ୍ଡେସନର ଯାତ୍ରା ଏକବିଂଶ ବର୍ଷରେ ଉପନୀତ। ଯାତ୍ରାର ମାର୍ଗରେ ରୁଚି ପାଲଟିଛି ସମସ୍ତଙ୍କ ପାଇଁ ଆକର୍ଷଣ, ଏକ ମୁଗ୍ଧ ଶିହରଣ। ରୁଚି ପ୍ରତିଭା ଫାଉଣ୍ଡେସନ ଜରିଆରେ ଏହି ପ୍ରତିଭା ପୂଜନର ପରମ୍ପରା ସେଇ ଅସୁମାରୀ ଆଶା ଓ କଳ୍ପନାର ଗୋଟିଏ ଗୋଟିଏ ଅନ୍ତରଙ୍ଗ ଉଚ୍ଚାରଣ। ପୂଜ୍ୟ ଓ ପ୍ରତିଭାମଣ୍ଡିତ ସମାରୋହର ଅଙ୍ଗନ ଅତୀତରୁ ଏଯାବତ‌୍‍ ଅନେକ ଗୁଣୀ, ଜ୍ଞାନୀ, ପ୍ରାଜ୍ଞ ବ୍ୟକ୍ତିତ୍ୱ ଓ ମୋଧାମଣ୍ଡିତ ଯୁବପ୍ରତିଭୂମାନଙ୍କ ଅବିସ୍ମରଣୀୟ ଉପସ୍ଥିତି ଓ ଅନୁଭବରେ ଅଭିମନ୍ତ୍ରିତ ହୋଇ ଆସିଛି।

 

ବିଗତ ବର୍ଷମାନଙ୍କରେ ସାମ୍ୱାଦିକତା ଜଗତର ଭୀଷ୍ମ ପିତାମହ ସଦୃଶ ‘ସମାଜ’ର ପ୍ରାକ୍ତନ ସଂପାଦକ ଡଃ. ରାଧାନାଥ ରଥଙ୍କ ସମେତ ଭାରତର ଶ୍ୱେତବିପ୍ଳବର ଜନକ ‘ଅମୂଲ’ର ପ୍ରତିଷ୍ଠାତା ଭର୍ଗିଜ‌୍‍ କୁରିଏନ‌୍‍, ପ୍ରାଜ୍ଞ କୁଟନୀତିଜ୍ଞ ଲଳିତ ମାନସିଂହ, ନାଟ୍ୟକାର ଗୋପାଳ ଛୋଟରାୟ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ବିଖ୍ୟାତ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, ଖ୍ୟାତନାମା ଭାସ୍କର୍ଯ୍ୟଶିଳ୍ପୀ ବିପ୍ରଚରଣ ମହାନ୍ତି, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଆଇ.ଏ.ଏସ‌୍‍. ଟପ୍ପର ରୂପା ମିଶ୍ର, ବିଖ୍ୟାତ କବି ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ପଦ୍ମଶ୍ରୀ ପ୍ରତିଭା ରାୟ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସୁରମଣି ରଘୁନାଥ ପାଣିଗ୍ରାହୀ, ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ, ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ନାରୀନେତ୍ରୀ ବୈଦେହୀ ପଣ୍ଡା, ପ୍ରଫେସର ବିଦ୍ୟୁତ ଦାସ, ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ବହୁ ସୁଖ୍ୟାତି ଓଡ଼ିଆଙ୍କୁ ସମ୍ମାନିତ କରାଯାଇଛି ପ୍ରତିଭା ସମ୍ମାନରେ। ସମାଜରେ ପ୍ରତିଷ୍ଠା ଲାଭ କରିଥିବା ଏବଂ ସଫଳତାର ପ୍ରଥମ ପାହାଚରେ ଥିବା ପ୍ରତିଭାମାନଙ୍କୁ ପ୍ରେରଣା ଦେବାଲାଗି ଫାଉଣ୍ଡେସନର ପ୍ରଚେଷ୍ଟା ନିଶ୍ଚିତ ରୂପେ ପ୍ରେରଣା ଦାୟକ।

 

ଚଳିତବର୍ଷର ଏହି ଭବ୍ୟ ସମାରୋହରେ ବିଗତବର୍ଷମାନଙ୍କ ଭଳି ଯୋଗ ଦେଉଛନ୍ତି ବହୁ ବିଶିଷ୍ଟ ଅତିଥିମଣ୍ଡଳୀ। ଏ ବର୍ଷର ମୁଖ୍ୟଅତିଥି ଆସନ ଅଳଂକୃତ କରୁଛନ୍ତି ଲୋକସେବକ ମଣ୍ଡଳର ସଭାପତି ତଥା ବିଶିଷ୍ଟ ସାମାଜିକ କର୍ମୀ ଦୀପକ ମାଲବ୍ୟ। ମୁଖ୍ୟବକ୍ତା ଭାବେ ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୁଭୂଷଣ ମହାନ୍ତି ଓ ବରେଣ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଳାବ୍ୟକ୍ତିତ୍ୱ ଅକ୍ଷୟ କୁମାର ପରିଜା। ଏକବିଂଶତମ ସମାରୋହରେ ଓଡ଼ିଶାର ଆଇ.ଏ.ଏସ‌୍‍. ଟପ୍ପର ସୁମନ ସୌରଭ ମହାନ୍ତିଙ୍କୁ ପ୍ରଦାନ କରାଯାଉଛି ରୁଚି ବିଦ୍ୟାସାଗର ସମ୍ମାନରେ। ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସେ ସାରା ଭାରତରେ ନବମ ସ୍ଥାନ ଅର୍ଜନ କରି ରାଜ୍ୟପାଇଁ ଗୌରବ ଆଣିଦେଇଛନ୍ତି।

 

ଚଳିତବର୍ଷ ରାଜ୍ୟର ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାରେ ଶ୍ରେଷ୍ଠ କୃତି ଛାତ୍ରଛାତ୍ରୀମାନଙ୍କୁ ରୁଚି ପ୍ରତିଭା ସମ୍ମାନ ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରାଯାଉଅଛି। ସେଇଭଳି ଭୁବନେଶ୍ୱରର ଏକ ନାଁ ଅଜଣା ବସ୍ତିରୁ ଯାଇ ସୁଦୂର ଜର୍ମାନୀରେ ଫୁଟବଲ‌୍‍ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିବା କିଶୋର କ୍ରୀଡ଼ାବିତ‌୍‍ ଚନ୍ଦନ ନାୟକ, ଇଣ୍ଡିଆନ‌୍‍ ଜୁନିୟର ଆଇଡଲ ବିଜୟିନୀ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଓ ପ୍ରତିଶ୍ରୁତିବଦ୍ଧ କିଶୋର ଭାଓଲିନ‌୍‍ ବାଦକ ରାକେଶ ବିଶ୍ୱାଳଙ୍କୁ ମଧ୍ୟ ବିଶେଷ ସମ୍ମାନ ପ୍ରଦାନ କରାଯାଉଅଛି। ଜୀବନରେ ସଂକଳ୍ପ ଓ ସଫଳତାକୁ ଛୁଇଁବାପାଇଁ ସ୍ୱପ୍ନ ଦେଖୁଥିବା ଯୁବଛାତ୍ର ପ୍ରତିଭାମାନଙ୍କୁ ସମ୍ମାନିତ କରି ରୁଚି ନିଜେ ଗୌରବାନ୍ୱିତ ହୋଇଛି।

 

୧୯୯୭ ମସିହାରୁ ସଂସ୍ଥାପିତ ଫାଉଣ୍ଡେସନ ଜରିଆରେ ବହୁବିଧ ସାମାଜିକ ଓ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ନିଜର ବ୍ୟବସାୟିକ ଅଭିବୃଦ୍ଧି ସହିତ ସାମାଜିକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜରିଆରେ ନିଜର ନିଷ୍ଠା ଓ ଦାୟିତ୍ୱ ନିର୍ବାହ ପାଇଁ ଏହି ଅନୁଷ୍ଠାନ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ସାମାଜିକ ଜନଜୀବନରେ ଉଲ୍ଲେଖନୀୟ ପ୍ରାଜ୍ଞ-ପ୍ରତିଭାର ପ୍ରଦର୍ଶନ କରୁଥିବା ସଂଭାବନାମୟ ବିଦ୍ୟାର୍ଥୀମାନଙ୍କୁ ସମ୍ୱର୍ଦ୍ଧିତ କରି ରୁଚି ଫାଉଣ୍ଡେସନ ପ୍ରତିଭାର ବିକାଶ ଓ ଉନ୍ମୀଳନ ପାଇଁ ନିଜର ପ୍ରୟାସ ଓ ପ୍ରଚେଷ୍ଟା ଜାରି ରଖିଛି। ସୁସଂକଳ୍ପ ଓ ଶିଳ୍ପ ପ୍ରଗତିର ପ୍ରବହମାନ ଧାରାରେ ରୁଚିର ପ୍ରବାହ ଅବସରରେ ସମାଜର ସବୁ ବର୍ଗର ଜନସାଧାରଣଙ୍କ ଆନ୍ତରିକତା ଓ ସହୃଦୟତା କାମନା କରୁଛି।

 

ଲୋକସଂପର୍କ ପ୍ରବନ୍ଧକ, ‘ରୁଚି ଉଦ୍ୟୋଗ’, ମଧୁପାଟଣା, କଟକ

ଦୂରଭାଷ : ୯୪୩୭୨୨୬୭୯୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top