ଡିଜିଟାଲ ସଶକ୍ତିକରଣ

News Story - Posted on 2017-08-15

ପିୟୂଷ ଗୋଏଲ

 

ପ୍ରତ୍ୟେକ ସରକାର ଦେଶବାସୀଙ୍କ ସେବା କରିବା ଓ ଦେଶକୁ ବଂଚିବାର ଏକ ଉନ୍ନତ ପରିବେଶ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥାନ୍ତି। ଯେତେବେଳେ ଏହି ପ୍ରତିଶ୍ରୁତି ଭଙ୍ଗ କରାଯାଏ, ତାହା ଅପାରଗତା ଯୋଗୁ ହୋଇଥାଉ ଅଥବା ଦୁର୍ନୀତି ପାଇଁ ହୋଇଥାଉ, ସେତେବେଳେ ନେତୃତ୍ୱ ଉପରେ ଥିବା ଲୋକମାନଙ୍କ ଆସ୍ଥା ତୁଟି ଯାଇଥାଏ। ଏବଂ ସେମାନେ ତାଙ୍କଠାରୁ ଏହାର କାରଣ ଆଶା କରିଥାନ୍ତି। ସେତେବେଳେ ଅନୁଷ୍ଠିତ ନିର୍ବାଚନରେ ଜନସାଧାରଣ ସେମାନଙ୍କ ନିତ ଉତର ଦେଇଥାନ୍ତି ଏବଂ ସେମାନଙ୍କ ଆଶା ଆକାଂକ୍ଷା ପରିବର୍ତ୍ତୀ ସରକାର ଉପରକୁ ଚାଲିଯାଇଥାଏ। ଏଇ ପରି ଏକ କ୍ରୋଧ ଓ ପ୍ରତ୍ୟାଶାର ବାତାବରଣ ଭିତରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିଥିଲା। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଜନସାଧାରଣ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ଏକ ଜନଆନ୍ଦୋଳନ ରୂପେ ଦେଖିଥିଲେ। ଏକ ସଚ୍ଚୋଟ ଶାସନ ବ୍ୟବସ୍ଥା ପାଇଁ ସୃଷ୍ଟି ହୋଇଥିବା ଆନ୍ଦୋଳନ ହିଁ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ କରିଥିଲା। ଦେଶବାସୀ ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲେ ଏବଂ ତାଙ୍କର ପ୍ରତିଟି କଥା ପଛରେ ଥିବା କାର୍ଯ୍ୟାନୁଷ୍ଠାନ ଓ ପ୍ରତିବଦ୍ଧତା ଲକ୍ଷ୍ୟ କରିଥିଲେ। ତେଣୁ ଆମ ସରକାର ପାଇଁ ସବୁଠାରୁ ବଡ ଦାୟିତ୍ୱ ଥିଲା। ଅତୀତର ତୃଟି ସଜାଡିବା - ସ୍ୱଚ୍ଛ କରିବା, ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଏବଂ ସରକାରୀ ବ୍ୟବସ୍ଥା ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସକୁ ପୁନଃପ୍ରକଟ କରିବା।

 

୨୦୧୪ ମେ ମାସରେ ଲୋକମାନେ ଏକ ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କଲେ ଯେଉଁଠାରେ ସବୁ ପ୍ରକାର ନିଷ୍ପତି ଏକ ଧୂମ୍ରାଭ ପର୍ଦ୍ଦା ଆଢ଼ୁଆଳରେ ନିଆଯାଉଥିଲା ଏବଂ କେତେକ ସୂଚନା ଅଧିକାର ବ୍ୟବସ୍ଥା ମଧ୍ୟରେ ହିଁ ତାହା ଜନସାଧାରଣଙ୍କୁ ଦୃଷ୍ଟିଗୋଚର ହେଉଥିଲା। ସରକାରଙ୍କ କାର୍ଯ୍ୟକୁ ମନିଟର କରିବା ସକାଶେ ଆରଟିଆଇ ଜନସାଧାରଣଙ୍କୁ ଅଧିକାର ପ୍ରଦାନ କଲାନାହିଁ। ଏହା ଏକ ଅଧିକାର ପରିବର୍ତ୍ତେ ସୁଯୋଗରେ ପରିଣତ ହେଲା। ପୁଣି ଏହା ଅଧିକାଂଶ ଲୋକଙ୍କ ପହଂଚ ବାହାରେ ରହିଲା କାରଣ ଏଥିରେ ଥିବା ବିଭିନ୍ନ ପ୍ରକାର ଆଇନଗତ ଜଟିଳତା ସମ୍ପର୍କରେ ଲୋକ ଅବଗତ ନଥିଲେ। ଯାହା ଆବଶ୍ୟକ ପଡୁଥିଲା ତାହା କେବଳ ଏକ କାର୍ଯ୍ୟୋତ୍ତର ସୁଯୋଗ ନୁହେଁ, ବରଂ ତାହା ଥିଲା ଅହୋରାତ୍ର ସ୍ୱଚ୍ଛତାର ଅଧିକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ଶକ୍ତି, କୋଇଲା, ନୂତନ ତଥା ନବୀକରଣ ଶକ୍ତି ଓ ଖଣି ମନ୍ତ୍ରଣାଳୟ ଆମର ସମସ୍ତ ନିଷ୍ପତି, ପ୍ରକ୍ରିୟା ଏବଂ ଧାର୍ଯ୍ୟ ଲକ୍ଷ୍ୟକୁ ଡିଜିଟାଲ ପଦ୍ଧତିରେ ରୂପାନ୍ତରିତ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ‘ସଂସ୍କାରିତ ଭାରତର ଅଧିକାର’ ଅନୁସାରେ ଲୋକମାନଙ୍କୁ ସେବା ଓ ଶାସନ ଯୋଗାଇଦେଉଛନ୍ତି।

 

ଅନ୍ୟସବୁ ବ୍ୟବସ୍ଥା ସହିତ, ବ୍ୟବହାରକ୍ଷମ ଆପ‌୍‍ସ ମାଧ୍ୟମରେ ଆମେ ସ୍ୱଚ୍ଛତା ଆଣିପାରିଛୁ ଯାହା ଜନସାଧାରଣ ମୋବାଇଲକୁ ଆମର ପ୍ରତ୍ୟେକ କାର୍ଯ୍ୟ ସମ୍ପର୍କରେ ସମସ୍ତ ସୂଚନା ପହଂଚାଉଛି। ଆପଣ ନିଜ ଜିଲ୍ଲା ଯେଉଁସବୁ ଗ୍ରାମରେ ବିଦ୍ୟୁତ ଯୋଗାଣ ହୋଇନାହିଁ ସେ ସମ୍ପର୍କରେ ଜାଣିବାକୁ ଚାହାନ୍ତି। କେବଳ ଜିଏଆରଭିକୁ ଲଗଅନ କରନ୍ତୁ। ବିଜୁଳି ପାଇଁ ଆପଣଙ୍କ ପାୱାର ୟୁଟିଲିଟି କେତେ ମୂଲ୍ୟ ଦେଉଛନ୍ତି ଜାଣିବାକୁ ଚାହାଁନ୍ତି? ଏମଇଆରଆଇଟି ଲଗଅନ କରନ୍ତୁ। ପରବର୍ତ୍ତୀ ପାୱାରକଟ ସମ୍ପର୍କରେ ଆପଣ ଚିନ୍ତିତ କି? ବ୍ୟସ୍ତ ହୁଅନ୍ତୁ ନି, ୟୁଆରଜେଏ ମିତ୍ର ଆପଣଙ୍କୁ ସେ ସମ୍ପର୍କରେ ଆଗୁଆ ବିଜ୍ଞପ୍ତି ସୂଚନା ପ୍ରଦାନ କରିବ।

 

ତାମ୍ର ଓ ତରଙ୍ଗ ଏପରି ଦୁଇଟି ଆପ‌୍‍ ଯାହା ପ୍ରତ୍ୟେକ ପ୍ରକଳ୍ପର ସଦ୍ୟତମ ସ୍ଥିତି ଏବଂ ସେଥିପାଇଁ ଆବଶ୍ୟକ ମଞ୍ଜୁରି ସମ୍ପର୍କରେ ସୂଚନା ପ୍ରଦାନ କରୁଛି। ଏହା ଫଳରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେବା କ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ଲୋକେ ଅବଗତ ହୋଇପାରିବେ ଓ ସରକାରଙ୍କୁ ଉତ୍ତରଦାୟୀ କରିପାରିବେ। ଏହା ବାସ୍ତବତା ଯେ ୨୦୧୪ ପୂର୍ବରୁ ଖଣି ନିଲାମୀ ପ୍ରାୟତଃ ମୋଟାମୋଟି ଭାବେ ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ୨୯ଟି ଖଣିଜ ବ୍ଲକ ନିଲାମୀର ଲିଜ ଅବଧି ମଧ୍ୟରେ ସଂପୃକ୍ତ ରାଜ୍ୟମାନଙ୍କୁ ୧.୨୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ସଂଗ୍ରହର ସୁଯୋଗ ସୃଷ୍ଟି କରାଯାଇଛି। ଗତ ତିନିବର୍ଷ ମଧ୍ୟରେ ଆମ ସରକାର ଏହି ନିଲାମୀ ପ୍ରକ୍ରିୟା ଅତି ସ୍ୱଚ୍ଛତାର ସହ ସମ୍ପାଦନ କରିଛନ୍ତି। ତାମ୍ର ଆପ‌୍‍କୁ ଭବିଷ୍ୟତରେ ଆହୁରି ସଂପ୍ରସାରଣ କରିବ। ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ କରିବା ଦିଗରେ ସୁନିଶ୍ଚିତ କରିବାରେ ତରଙ୍ଗ ଆପ‌୍‍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଓ ଏହା ଆମ ସରବରାହ ନେଟୱାର୍କର ସଂପ୍ରସାରଣ ଦ୍ୱାରା ହିଁ ସମ୍ଭବପର ହୋଇପାରିଛି। ୨୦୧୪-୧୭ ମଧ୍ୟରେ ଯେଉଁ ସବୁ ପ୍ରକଳ୍ପ ଆରମ୍ଭ କରାଯାଇଛି ତାର ୨୦୧୪-୧୫ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ମୂଲ୍ୟଠାରୁ ୮୩% ଅଧିକ। ପୁଣି, କେବଳ ୨୦୧୪-୧୭ ମଧ୍ୟରେ ଭାରତର ବିଦ୍ୟୁତ ସରବରାହ କ୍ଷମତାରେ ୪୦% ଅଭିବୃଦ୍ଧି ହାସଲ କରାଯାଇପାରିଛି।

 

୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ଭାରତର ବିଜୁଳିଶକ୍ତିରୁ ବଂଚିତ ଲୋକମାନଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଏକ ଗଭୀର ସମବେଦନା ଜାଗ୍ରତ କରିଥିଲା। ଆଗାମୀ ୧୦୦୦ ଦିନ ମଧ୍ୟରେ ଦେଶର ଦୁର୍ଗମତମ ଅଂଚଳରେ ଅବସ୍ଥିତ ଗ୍ରାମମାନଙ୍କୁ ବିଜୁଳିଶକ୍ତି ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ମହତ୍ୱକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି କଷ୍ଟସାଧ୍ୟ ଲକ୍ଷ୍ୟ ହାସଲ କରିବା ପ୍ରତି ଜନସାଧାରଣଙ୍କ ଆଗ୍ରହ ମଧ୍ୟ ବେଶ ଉତ୍ସାହଜନକ ଥିଲା। ଗ୍ରାମୱାରୀ ପ୍ରଗତି ରିପୋର୍ଟ ପ୍ରସ୍ତୁତ କରିବାରେ ଜିଏଆରଭି ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବାର ଆବଶ୍ୟକତା ପୂରଣ କରିଥିଲା ଏବଂ ଜିଏଆରଭି-୨ ଗ୍ରାମ  ଏବଂ ପରିବାରୱାରୀ ଡାଟା/ତଥ୍ୟ ଲୋକମାନଙ୍କ ନିକଟରେ ପହଂଚାଇବାକୁ ସକ୍ଷମ ହୋଇଛି। ସ୍ୱଚ୍ଛତା ଏହି ଦିଗରେ ଅଗ୍ରସର ହେବାକୁ ଆମକୁ ଯଥେଷ୍ଟ ମାତ୍ରାରେ ସହାୟକ ହୋଇଛି, କାରଣ, ଜନସାଧାରଣଙ୍କ ସମୀକ୍ଷା ଆମର କର୍ମମନ୍ତ୍ରକୁ ‘ବେଗ, କୁଶଳୀ ଓ ମାତ୍ରା ବୃଦ୍ଧି’ କରିବାରେ ପ୍ରେରଣା ଯୋଗାଇଛି। ଜନସାଧାରଣଓ ଗଣମାଧ୍ୟମ ପକ୍ଷରୁ ଆମକୁ ଯେଉଁ ଅନୁପ୍ରେରଣା ମିଳେ ତାହାକୁ ଆମେ ଯଥେଷ୍ଟ ମାତ୍ରାରେ ସମ୍ମାନ ଦେଉ। ଜିଏଆରଭି ଯୋଗୁ ସରକାର ପାଣ୍ଠିକୁ ପର୍ଯ୍ୟାପ୍ତ ମାତ୍ରାରେ ସଂଚୟ କରାଯାଇପାରୁଛି କାରଣ ଗଣମାଧ୍ୟମ ପ୍ରତିନିଧିମାନେ ବିଜୁଳିବିହୀନ ଗ୍ରାମମାନଙ୍କ ସମ୍ପର୍କରେ ସୂଚନା ଆମ ନିକଟରେ ପହଂଚାଇଛନ୍ତି। ଏଭଳି ତଥ୍ୟକୁ ଅଧିକ ଅର୍ଥପୂର୍ଣ୍ଣ କରିବା ଲାଗି ଜିଏଆରଭି କେବଳ ତାଲିକାସୂଚୀ ପ୍ରକାଶ ନକରି ସେହିସବୁ ଗ୍ରାମମାନଙ୍କରେ ପ୍ରଭାବ ଅଧ୍ୟୟନ କରିଛି ଓ ସେହି ସୂଚନା ଜନସାଧାଣଙ୍କ ନିକଟରେ ପହଂଚାଇଛି। ସେହିସବୁ ଦୁର୍ଗମ ଗ୍ରାମକୁ ବିଜୁଳି ଯୋଗାଣ ପରେ ସେଠାରେ କେତୋଟି ବିପଣନ କେନ୍ଦ୍ର ଖୋଲିଛି। କେତୋଟି ଅଟାକଳ ସ୍ଥାପନା ହୋଇଛି। ଲୋକମାନେ କେତେ ବିଜୁଳିଚାଳିତ ଗୃହୋପକରଣ କ୍ରୟ କରିଛନ୍ତି ତାର ସୂଚନା ଜନସାଧାରଣ ପାଇପାରିଛନ୍ତି।

 

ପୂର୍ବରୁ ଡିସକମ ଦ୍ୱାରା ଶକ୍ତିକ୍ରୟରେ ବ୍ୟାପକ ଦୁର୍ନୀତି ଯୋଗୁ ଏହି ବ୍ୟବସ୍ଥା ପ୍ରଭାବିତ ହେଉଥିଲା। କିନ୍ତୁ ଏବେ ଏମଇଆରଆଇଟି ଆପ‌୍‍ ଓ ବିଦ୍ୟୁତ ପ୍ରବାହ ଏଭଳି ବୈଷମ୍ୟକୁ ହଟାଇଛି ଓ ଏହାଦ୍ୱାରା ମୂଲ୍ୟ ହ୍ରାସ ଘଟିଛି। ଆଗାମୀ ପାଂଚବର୍ଷ ମଧ୍ୟରେ ଏମଇଆରଆଇଟି ମାଧ୍ୟମରେ ପ୍ରାୟ ୨୦୦୦୦ କୋଟି ଟଙ୍କା କେବଳ ବିଜୁଳିଶକ୍ତି ମୂଲ୍ୟ ଓ ଉପଭୋକ୍ତାଙ୍କ ବିଲରେ ମୂଲ୍ୟହ୍ରାସ ଜରିଆରେ ସଂଚୟ କରାଯାଇପାରିବ। ଉଦୟ ଏବଂ ଉର୍ଜା ଏ ଦିଗରେ ଆଉ ପାଦେ ଆଗୁଆ ରହିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟ/ନଗରୀ/ଡିସକମଙ୍କ କାର୍ଯ୍ୟଦକ୍ଷତାକୁ ବିଭିନ୍ନ ମାପଦଣ୍ଡ ସାହାଯ୍ୟରେ ଆକଳନ କରାଯାଉଛି।

 

ଉଜାଲା ଆପ ଏଲଇଡି ବଲବ ଆବଂଟନ କାର୍ଯ୍ୟକୁ ତ୍ୱରିତ ସାକାର କରିବା ଦିଗରେ ଏକ ବଳି  ପ୍ରୟାସ। ଏହି ଆପ‌୍‍କୁ ଏବେ ସାରା ବିଶ୍ୱରେ ଉଦାହରଣ ଭାବେ ଗ୍ରହଣ କରାଯାଇଛି। ଏହାର ସୃଷ୍ଟି ପଛରେ ମଧ୍ୟ ଏକ କାହାଣୀ ରହିଛି। କୋଇଲା ବ୍ଲକ ଆବଂଟନ ଶୀର୍ଷକ ଏକ ସମୀକ୍ଷା ବୈଠକ ଅପରାନ୍ତେ, ଯାହାକି ସୁପ୍ରିମକୋର୍ଟ ଦେଶର ୨୦୪ଟି କୋଇଲା ବ୍ଲକ ଆବଂଟନକୁ ରଦ୍ଦ କରିବା ପରେ କରାଯାଇଥିଲା ପ୍ରଧାନମନ୍ତ୍ରୀ ମୋଦୀଜୀ ଦେଶରେ ମୋଟ କେତେକ ଏଲଇଡି ବଲ‌୍‍ବ ବଂଟନ କରାଯାଇଛି ବୋଲି ମୋତେ ପଚାରିଥିଲେ। ମୋ ନିକଟରେ ସହସା ଉତ୍ତର ଦେବା ଲାଗି ନିର୍ଦ୍ଦିଷ୍ଟ ହିସାବ ନଥିଲା। ମୁଁ ସେ ହିସାବ ପରଖି ତାଙ୍କୁ ଜଣାଇବି ବୋଲି କହିଲି। ପ୍ରଧାନମନ୍ତ୍ରୀ ତା ପରେ ମୋତେ କହିଲେ ଯେ ନିୟମିତ ପ୍ରତ୍ୟେକ କାର୍ଯ୍ୟର ମନିଟରିଂ କରାଯିବା  ଅତୀବ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ କାର୍ଯ୍ୟ ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଉଚିତ। ମୁଁ ଓ ମୋ ଟିମ ଏପରି ଗୋଟିଏ ପୋର୍ଟାଲ ବ୍ୟବସ୍ଥା କରିବାରେ ଲାଗିପଡିଲୁ ଯଦ୍ୱାରା ଏଲଇଡି ବଲବ ବଂଟନ ସମ୍ପର୍କୀତ ସମସ୍ତ ସୂଚନା ଯେକୌଣସି ସମୟରେ, ଯେ କେହି ଯେଉଁଠାରେ ଥାଇ ଜାଣିପାରିବେ। ଏହାର ଫଳାଫଳ କେବଳ ବଲ‌୍‍ବ ବଂଟନର ସୂଚନା ପାଇବା ନୁହେଁ, ପରନ୍ତୁ ଏହା ଦ୍ୱାରା କେତେ ମାତ୍ରାର ଅଙ୍ଗାରକାମ୍ଳ ନିର୍ଗମନକୁ ଏଡାଯାଇପାରିଲା, ବିଜୁଳି ଶକ୍ତି ସଂଚିତ ହେଲା ଏବଂ ଜନସାଧାରଣଙ୍କ ବିଜୁଳି ବିଲ ବଂଚିଲା ସେ ସୂଚନା ମଧ୍ୟ ଏଥିରୁ ମିଳିପାରିବ। ବସ୍ତୁତଃ ଏହା ଏକ ଲୋକପ୍ରିୟ ଆପ‌୍‍ରେ ପରିଣତ ହେଲା ଯାହା ଦେଶବ୍ୟାପୀ ମାର୍କେଟରେ ଏହି ଯୋଜନାକୁ ଲୋକପ୍ରିୟ କରାଇବାରେ ସହାୟକ ହେଲା ଓ ଏଥିରୁ ପର୍ଯ୍ୟାପ୍ତ ସଫଳତା ମିଳିଥିଲା।

 

ଭୂଗର୍ଭରେ କ’ଣ ହେଉଛି ତା ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ ଖଣି ସତର୍କ ଦୃଷ୍ଟି ବ୍ୟବସ୍ଥା (ଏମଏସଏସ) ଆପ‌୍‍ ଆରମ୍ଭ କରାଯାଇଛି ଯାହା ବେଆଇନ ଖଣି ଖନନ ସମ୍ପର୍କରେ ସରକାର ଓ ଜନସାଧାରଣଙ୍କୁ ସୂଚନା ଯୋଗାଉଛି। ସେହିପରି କୋଲମିତ୍ର ଆପ‌୍‍ ସବୁଠାରୁ ସକ୍ରିୟ ତାପଜ ବିଦ୍ୟୁତ କେନ୍ଦ୍ରକୁ ଚିହ୍ନଟ କରିପାରୁଛି। ଏଆରୟୁଏନ ଏକ ଡିଆଇୱାଇ ଗାଇଡ ବ୍ୟବସ୍ଥା ମାଧ୍ୟମରେ ଛାତ ଉପର ସୌରଶକ୍ତି ପାନେଲ ସମ୍ପର୍କୀତ ସବିଶେଷ ସୂଚନା ଯୋଗାଇ ଦେଉଛି। ପୁନଶ୍ଚ, ସୌରଶକ୍ତି ଉତ୍ପାଦନ ସମ୍ପର୍କୀତ ସରକାରୀ ପ୍ରୟାସ, ଏହାର ମୂଲ୍ୟ ସ୍ଥାପନା ପଦ୍ଧତି ଆଦି ସୂଚନା ଏଆରୟୁଏନ ମାଧ୍ୟମରେ ମିଳୁଛି ଯାହା ଦେଶରେ ଛାତ ଉପରେ ସୌରଶକ୍ତି ଉତ୍ପାଦନକୁ ଏକ ବିପ୍ଳବରେ ପରିଣତ କରିବାରେ ସହାୟକ ହେଉଛି।

 

ଏତେ ସଂଖ୍ୟକ ଆପରୁ ଅନେକ ପ୍ରକାର ସୂଚନା  ଡାଉନଲୋଡ କରାଯାଇପାରୁଛି। ବାସ୍ତବିକ ତାହା ବିସ୍ମୟକର। ଏହିସବୁ ଆପକୁ ଜଣେ କିପରି ପାଇପାରିବେ? ଜନସାଧାରଣଙ୍କୁ ଆମେ କିପରି ସୂଚୀତ କରିପାରିବା ଯେ ଏହିସବୁ ଆପ କାର୍ଯ୍ୟ କରୁଛି? ନିମ୍ନ ନମ୍ୱର ୧୮୦୦-୨୦୦-୩୦୦-୪କୁ ମାତ୍ର ଗୋଟିଏ ମିସକଲ ଦେଲେ ସବୁ ସୂଚନା ଜାଣିହେବ। ଏହା ଏକ ସାର୍ବଜନୀନ ନମ୍ୱର। କେବଳ ମାତ୍ର ଗୋଟିଏ ମିସକଲ ଦେବା ଯଥେଷ୍ଟ। ତା’ ପରେ ଆପଣଙ୍କୁ ସବୁ ଲିଙ୍କ‌୍‍ ମିଳିଯିବ ଏବଂ ନିଜ ମନପସନ୍ଦର ଆପ ଆପଣ ଡାଉନଲୋଡ କରିପାରିବେ।

ସ୍ୱଚ୍ଛତା ମାଧ୍ୟମରେ ସର୍ବସାଧାରଣଙ୍କ ଯାଂଚକୁ ଆହ୍ୱାନ କରି ଏବଂ ପବ୍ଲିକ ଡୋମେନରେ ରିଅଲ ଟାଇମ ଡାଟା ଯୋଗାଇଦେବା ସକାଶେ ଶକ୍ତି, କୋଇଲା, ନୂତନ ତଥା ନବୀକରଣ ଶକ୍ତି ଓ ଖଣି ମନ୍ତ୍ରଣାଳୟ ପ୍ରୟାସ କରୁଛନ୍ତି। ସରକାରୀ ଅନୁଷ୍ଠାନ ଓ ସଂସ୍ଥାମାନଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ପୁନଃପ୍ରକଟ କରିବା ଏହାର ଉଦ୍ଦେଶ୍ୟ। ସର୍ବଜାନାଦୃତ ଆପ୍ତବାକ୍ୟ ‘ତମସୋ ମା ଜ୍ୟୋତିର୍ଗମୟ’ (ଅନ୍ଧକାରରୁ ଆମକୁ ଆଲୋକ ଆଡକୁ ଅଗ୍ରସର କରାଅ) ଆମର ସବୁ ମନ୍ତ୍ରଣାଳୟଙ୍କୁ ପ୍ରେରଣା ଯୋଗାଉଛୁ। ଏହିସବୁ ଆପ‌୍‍ ମାଧ୍ୟମରେ ଆମେ ଗୋପନୀୟତା ଓ ଦୁର୍ନୀତିର ଅନ୍ଧକାରକୁ ଦୂର କରିବାକୁ ଉଦ୍ୟମ କରୁଛୁ ଏବଂ ୧୨୫ କୋଟି ଦେଶବାସୀଙ୍କ ପାଇଁ ସାଧୁତା ଓ ସମର୍ପିତ ସେବାର ଆଲୋକ ଆଡକୁ ଅଗ୍ରସର ହେଉଛି।

 

(ଲେଖକ ଭାରତ ସରକାରଙ୍କ ଶକ୍ତି, କୋଇଲା, ଖଣି, ନୂତନ ଓ ଅକ୍ଷୟ ଉର୍ଜା ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top