ମେଧାବୃତ୍ତିରେ ଦୁର୍ନୀତି, ଆଉ ଏକ କଳଙ୍କ

News Story - Posted on 2017-08-03

ପ୍ରଦୀପ ପ୍ରଧାନ

 

ରାଜ୍ୟରେ ଉଚ୍ଚଶିକ୍ଷା ହାସଲ ପାଇଁ ଅଧ୍ୟୟନରତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ମେଧାବୃତ୍ତି ପ୍ରଦାନ କରିଆସୁଛନ୍ତି । ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ମେଧାବୃତ୍ତି ଦିଆଯାଇଥାଏ । ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଏହା ପ୍ରଦାନ କରି ଆସୁଥିଲେ । କିନ୍ତୁ ୨୦୧୧-୧୨ରୁ ଉଚ୍ଚ ଶିକ୍ଷା ବିଭାଗ ନିଜେ ଏହି ପରି·ଳନା ଦାୟିତ୍ୱ ନେଇଥିଲେ । ମେଧାବୃତ୍ତି ପାଇଁ ଦରଖାସ୍ତ ଗୁଡ଼ିକରେ ସଂଗ୍ରହ, ଯାଞ୍ଚ ପାଇଁ ତିନୋଟି କମ୍ପାନୀ ସିଏସ୍ଏମ୍ ଟେକ୍ନୋଲୋଜି, ଟିକ୍ୱିଏମ୍ ସର୍ଭିସେସ୍ ଏବଂ ଓକେସିଏଲ୍କୁ ଦାୟିତ୍ୱ ଦେଇଥିଲେ । ୨୦୧୧-୧୨ରୁ ରାଜ୍ୟ ସରକାର ମେଧାବୃତ୍ତି ପାଇଁ ଅନ୍ ଲାଇନ୍ରେ ଆବେଦନ ବ୍ୟବସ୍ଥା ଆରମ୍ଭ କରିଥିଲେ । ମେଧାବୃତ୍ତି ଗ୍ରହଣ କରୁଥିବା ପିଲାମାନଙ୍କର ନବୀକରଣ ପାଇଁ ଆବେଦନ ପ୍ରକ୍ରିୟା ସମ୍ପର୍କରେ ୧.୫.୨୦୧୩ରେ ଏକ ବିଜ୍ଞପ୍ତି ଜାରି କରିଥିଲେ । ଏହି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ମେଧାବୃତ୍ତି ନବୀକରଣ ପାଇଁ ଅନ୍ ଲାଇନ୍ରେ ଆବେଦନ କରିବେ । ଏହା ପରେ ପୂରଣ କରାଯାଇଥିବା ଏହି ଫର୍ମକୁ ଡାଉନ୍ଲୋଡ୍ କରି ଆବଶ୍ୟକୀୟ ଡ଼କୁମେଣ୍ଟ ବ୍ୟାଙ୍କ ପାସ୍ବୁକ୍ର ପ୍ରଥମ ପୃଷ୍ଠାର ଫଟୋକପି ଏବଂ ପୂର୍ବ ବର୍ଷର ପାଠପଢା ସଂକ୍ରାନ୍ତୀୟ ବିବରଣୀ ତାଙ୍କର କର୍ତ୍ତୃପକ୍ଷଙ୍କୁ ଦାଖଲ କରିବେ । ଏହି ନବୀକରଣ ଫର୍ମ ଗ୍ରହଣ କଲା ପରେ କଲେଜ କର୍ତ୍ତୃପକ୍ଷ ଏହାକୁ ଯାଞ୍ଚ କରି ଛାତ୍ରଛାତ୍ରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଉଚ୍ଚ ଶିକ୍ଷା ବିଭାଗକୁ ପଠାଇବେ ।

 

ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତ ·ରିବର୍ଷ ଅର୍ଥାତ୍ ୨୦୧୧-୧୨ରୁ ୨୦୧୪-୧୫ ମଧ୍ୟରେ ହାରାହାରି ୧୦୦ କୋଟି ମୋଧାବୃତ୍ତି ପାଇଁ ଖର୍ଚ୍ଚ କରିଛନ୍ତି । କମ୍ପ୍ୟୁଟର କମ୍ପାନୀଙ୍କ ଦ୍ୱାରା ଏହି ମେଧାବୃତ୍ତି ଆବଣ୍ଟନରେ ବ୍ୟାପକ ହରିଲୁଟ୍, ଅନିୟମିତତା ଏବଂ ଅର୍ଥ ହଡ଼ପର ଅଭିଯୋଗ ହେଲାପରେ ରାଜ୍ୟ ସରକାର ଏହାର ଅଡ଼ିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଡ଼ିଟ୍ ଟିମ୍ ମେଧାବୃତ୍ତି ଆବଣ୍ଟନର ଅଡ଼ିଟ୍ ସମ୍ପର୍କୀତ ରିପୋର୍ଟ ୧.୨.୨୦୧୬ରିଖରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।

 

୨୦୧୧-୧୨ରୁ ୨୦୧୪-୧୫ ମଧ୍ୟରେ ମେଧାବୃତ୍ତି ପ୍ରଦାନର ସମୁଦାୟ ୫୧୯ଟି ବିଲ୍ ମଧ୍ୟରୁ ମାତ୍ର ୨ଟି ବିଲ୍ର ଅନୁଧ୍ୟାନ ଅଡ଼ିଟ୍ ଟିମ୍ କରିଥିଲେ । ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବଂଚିତ କରି କମ୍ପ୍ୟୁଟର କମ୍ପାନୀର କର୍ମ·ରୀ, ବ୍ୟାଙ୍କ ଅଧିକାରୀ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଅଣଛାତ୍ର ଏବଂ ଅଯୋଗ୍ୟ ଛାତ୍ରମାନଙ୍କୁ ମେଧାବୃତ୍ତି ଦେଇ କିପରି କୋଟି କୋଟି ଟଙ୍କା ଅର୍ଥ ହଡ଼ପ କରନ୍ତି, ଏହାର ଖୋଲାସା କରିଥିଲା ଏହି ଅଡ଼ିଟ୍ ଟିମ୍ ।

 

ପ୍ରଥମ ବିଲ୍ (ବିଲ୍ ନଂ୧୦୮/୧୪-୧୫/୭.୧.୧୫)ର ଅନୁଧ୍ୟାନରୁ ଜଣାପଡ଼ିଲା ଯେ, ବିଭିନ୍ନ କଜେଲ, ୟୁନିଭରସିଟି ଏବଂ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ଦୁଇବର୍ଷ ୨୦,୦୦୦ଟଙ୍କା ପ୍ରଦାନ କରାଯାଇଛି । ଅଡ଼ିଟ୍ ଟିମ୍ ଏହି ସମସ୍ତ ୩୦୨ ପିଲାଙ୍କର ନବୀକରଣ ଫର୍ମର କପି ମେଧାବୃତ୍ତି ବିଭାଗର ଅଧିକାରୀମାନଙ୍କୁ ମାଗିଥିଲେ । କିନ୍ତୁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ୧୦୪ ଜଣ ପିଲାଙ୍କର ଆବେଦିତ ନବୀକରଣ ଫର୍ମର କପି ପ୍ରଦାନ କରିପାରି ନଥିଲେ । ଅନ୍ୟ ୧୯୮ଟି ଦରଖାସ୍ତ ଫର୍ମର ଯାଂଚ ହୋଇଥିଲା । ଏହି ଯାଂଚରୁ ଜଣାପଡ଼ିଲା ଯେ, ବହୁ ପିଲାଙ୍କ ନାମରେ ମେଧାବୃତ୍ତି ମଞ୍ଜୁର କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆନଯାଇ ଅନ୍ୟ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଛି ।

 

ଉଦାହରଣ ସ୍ୱରୂପ ୨୦୧୧-୧୨ରେ ଓଡ଼ିଶା ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିବା ଛାତ୍ର ସୌମ୍ୟ ରଞ୍ଜନ ମିଶ୍ର ତାଙ୍କର ୨ ବର୍ଷର ମେଧାବୃତ୍ତି ଅର୍ଥ ତାଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟ ନଂ ୨୦୨୦୫୧୨୧୯୮୯କୁ ଦିଆନଯାଇ ଆଉ ଏକ ଅନାମଧ୍ୟେୟ ଆକାଉଣ୍ଟ ୩୧୭୭୭୯୦୪୩୮୭କୁ ପ୍ରଦାନ କରାଯାଇଛି । ପୁଣି ଅଡ଼ିଟ୍ ଟିମ୍ ଦେଖିବାକୁ ପାଇଲେ ଯେ ବହୁ ଛାତ୍ରଛାତ୍ରୀ ଉଭୟ ମେଧାବୃତ୍ତି ପାଇଁ ଆବେଦନ ଫର୍ମ ଏବଂ ନବୀକରଣ ଫର୍ମ ମଧ୍ୟ ଦାଖଲ କରିଛନ୍ତି । ସେହିପରି ଅଡ଼ିଟ୍ ଟିମ୍ ଦେଖିବାକୁ ପାଇଥିଲେ ଯେ, ବହୁ ଛାତ୍ରଙ୍କର ନବୀକରଣ ଫର୍ମ କଲେଜ ଅଥରିଟିଙ୍କ ବିନା ଦସ୍ତଖତ ଏବଂ ସିଲ୍ରେ ଦାଖଲ କରାଯାଇଛି । ଅଡ଼ିଟ୍ ଟିମ୍ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । ସେହିପରି ଛାତ୍ରମାନଙ୍କ ଦ୍ୱାରା ଦାଖଲ ହୋଇଥିବା ୧୦୪ ନବୀକରଣ ଫର୍ମ ମଧ୍ୟରୁ ୮୩ଟି ଫର୍ମରେ କୌଣସି ଆବଶ୍ୟକୀୟ ଡ଼କୁମେଣ୍ଟ ସଂଯୋଗ କରାଯାଇନଥିଲା । ଏହା ସତ୍ତେ୍ୱ ମଧ୍ୟ ଉକ୍ତ ଛାତ୍ରମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ସେହିପରି ଉକ୍ରଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦର୍ଶାଇ ବହୁ ଅଣଛାତ୍ରମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିବାର ଜଣାପଡ଼ିଥିଲା । ଅଡ଼ିଟ୍ ଟିମ୍ ତରଫରୁ ପ୍ରାୟ ୨୩ଟି ନାମ ଉକ୍ରଳ ବିଶ୍ୱ ବିଦ୍ୟାଳୟଙ୍କର ପିଜି କାଉନ୍ସିଲର ଅଧ୍ୟକ୍ଷଙ୍କୁ ଅନୁଧ୍ୟାନ କରିବା ପାଇଁ ପଠା ଯାଇଥିଲା । ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ୧୭ ଜଣ ଆବେଦନକାରୀ ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ର ନୁହଁନ୍ତି । ଅର୍ଥାତ୍ ଚଂଚକତା କରାଯାଇ ସେମାନଙ୍କୁ ଛାତ୍ର ଭାବେ ଦର୍ଶାଇ ମେଧାବୃତ୍ତି ପ୍ରଦାନ କରାଯାଇଛି ।

 

ସେହିପରି ଅନ୍ୟ ଏକ ବିଲ୍ (ବିଲ୍ ନଂ-୧୧୨/୧୪/-୧୫/୭.୧.୨୦୧୫)ରେ ୨୦୧୪-୧୫ ମସିହାର ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କର ୫୬୪ ପିଲାଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଏଥିମଧ୍ୟରୁ ୧୪୦ ପିଲାଙ୍କର ନବୀକରଣ ଫର୍ମର କପି ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଯୋଗାଇପାରି ନଥିଲେ । ଅର୍ଥାତ ଅତ୍ୟନ୍ତ ବେଆଇନ ଭାବେ ଅଭିଯୋଗ ଛାତ୍ରମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ନାମରେ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୧୪-୧୫ରେ କଲେଜ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ମେଧାବୃତ୍ତି ଫର୍ମଗୁଡ଼ିକୁ ଯାଂଚ କରାନଯାଇ ଆସିଥିବା ପ୍ରାୟ ୭୧୧୨ ଆବେଦନ ଫର୍ମକୁ ତକ୍ରାଳୀନ ଶାସନ ସଚିବ ଗଗନ ବିହାରୀ ଧଳ ମୌଖିକ ନିର୍ଦ୍ଦେଶନାମାରେ ଅନୁମୋଦନ କରି ୭ କୋଟି ଟଙ୍କା ମେଧାବୃତ୍ତି ପ୍ରଦାନ କରିଥିଲେ । ଏହାର ଅନୁଧ୍ୟାନ କରି ଅଡ଼ିଟ୍ ଟିମ୍ ଜାଣିବାକୁ ପାଇଥିଲେ ଯେ, ବହୁ ଅଯୋଗ୍ୟ ଏବଂ ଅଣଛାତ୍ରଙ୍କ ନାମରେ ଚଂଚକତା କରାଯାଇ ଅର୍ଥାତ୍ ଜାଲ ଡ଼କୁମେଣ୍ଟ ପ୍ରସ୍ତୁତ କରାଯାଇ ଏହି ମେଧାବୃତ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରାୟତଃ ବିଭିନ୍ନ ବୈଷୟିକ ଏବଂ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଯଥା ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂ, ସମ୍ବଲପୁର ଏବଂ ଭୁବନେଶ୍ୱରସ୍ଥିତ ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସେଂଚୁରିଅନ ୟୁନିଭରସିଟି, ୧୦ଟି ଇଞ୍ଜିନିୟରିଂ କଲେଜ, ଭବାନୀପାଟଣା, ଉକ୍ରଳ ୟୁନିଭରସିଟିରେ ଏହି ଜାଲ୍ କାଗଜପତ୍ର କରାଯାଇ ମେଧାବୃତ୍ତି ଅର୍ଥ ପ୍ରଦାନ କରାଯାଇଛି ।
ଅଡ଼ିଟ୍ ଟିମ୍ ଉପରୋକ୍ତ ଦୁଇଟି ବିଲ୍ରେ ସମୁଦାୟ ୧,୬୯,୪୦,୦୦୦ ଟଙ୍କା ହରିଲୁଟ୍ ହୋଇଥିବାର ତାଙ୍କ ରିପୋର୍ଟରେ ଦର୍ଶାଇବା ସହ ବେନାମୀ, ଅଯୋଗ୍ୟ ଏବଂ ଅଣଛାତ୍ରମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବା ୯୨,୫୦,୦୦୦ ଟଙ୍କା ଫେରସ୍ତ ଆଣିବାକୁ ସୁପାରିଶ କରିବା ସହ ୭୬,୯୦,୦୦୦ ଟଙ୍କା ପ୍ରଦାନ ବେଆଇନ୍ ଦର୍ଶାଇବା ସହ ଅଧିକ ତଦନ୍ତ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।

 

ଅଡ଼ିଟ୍ ରିପୋର୍ଟ ଦୀର୍ଘ ଦେଢବର୍ଷ ଧରି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଦୁର୍ନୀତିଗ୍ରସ୍ତ ବିଭାଗୀୟ ଅଧିକାରୀ, ସରକାରୀ କର୍ମ·ରୀ ଏବଂ ମେଧାବୃତ୍ତି ଅର୍ଥ ପ୍ରଦାନ କାର୍ଯ୍ୟରେ ନିୟୋଜିତ କମ୍ପାନୀମାନଙ୍କ ଦ୍ୱାରା କୋଟି କୋଟି ଟଙ୍କା ହଡ଼ପ ହୋଇଛି । ବାସ୍ତବରେ ମେଧାବୀ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ସରକାରୀ କର୍ମ·ରୀମାନେ ହଡ଼ପ କରି ·ଲିଛନ୍ତି ଏବଂ ରାଜ୍ୟ ସରକାର ଏହି ଦୁର୍ନୀତିପୂର୍ଣ୍ଣ ଅଧିକାରୀମାନଙ୍କୁ ସୁରକ୍ଷା ଦେଇ ·ଲିଛନ୍ତି । ଏହି ଚାରି ବର୍ଷ ମଧ୍ୟରେ ହାରାହାରି ୫୦ କୋଟି ଟଙ୍କା ହଡ଼ପ ହୋଇଥିବାର ଆକଳନ କରାଯାଇଛି । ସିଭିଲ୍ ସୋସାଇଟି ତରଫରୁ ଗତ ୨୪.୭.୧୭ରିଖରେ ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏହି ମୋଧାବୃତ୍ତି ଘୋଟାଲାର ସିବିଆଇ ତଦନ୍ତ ଦାବୀ କରିଛନ୍ତି । ରାଜ୍ୟରେ କ୍ରାଇମବ୍ରାଂଚ ଏବଂ ରାଜ୍ୟ ଭିଜିଲାନ୍ସ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ସିବିଆଇକୁ ତଦନ୍ତ ଭାର ଦେବା ପାଇଁ ବିଭିନ୍ନ ସ୍ତରରେ ଦାବୀ ହେଉଛି । ଗରିବ ମେଧାବୀ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ମେଧାବୃତ୍ତି ଆବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ହେବା ଜରୁରୀ । କୌଣସି କମ୍ପାନୀମାନଙ୍କୁ ଏହି କାର୍ଯ୍ୟ ନ ଦେଇ ସରକାର ନିଜେ ସମସ୍ତ ଦାୟିତ୍ୱ ଦେବା ଉଚିତ୍ ।

ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top