ବଜ୍ରପାତରେ ୩୭ ମୃତ

News Story - Posted on 2017-07-31

ଆଜି ପୁଣି ବଜ୍ରାଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି । ଗତକାଲି ୧୮ ଜଣ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା । ତେଣୁ ଦୁଇ ଦିନ ଭିତରେ ରାଜ୍ୟରେ ୩୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହେଲାଣି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

 

ଆଜି ରାଜ୍ୟର ସମ୍ବଲପୁର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଗଂଜାମ ଓ କଟକ ଆଦି ଜିଲ୍ଲାର କେତେକ ଆଭ୍ୟନ୍ତରୀଣ ଅଂଚଳରେ ବଜ୍ରପାତ ଘଟି ଅନ୍ୟୁନ ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି । କେବଳ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ୬ ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବାବେଳେ କିଛି ଲୋକ ବଜ୍ରାହତ ହୋଇ ପ୍ରାଣ ହରାଇଥିବାବେଳେ ଅନ୍ୟ କେତେକ ରାସ୍ତାରେ ଯାଉଥିବାବେଳେ ବଜ୍ରପାତର ଶିକାର ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ଦାସପୁରରେ ଜଣେ ବାଳକର ବଜ୍ରପାତରେ ମୃତ୍ୟୁ ଘଟିଛି ।

 

ଗତକାଲି, ଭଦ୍ରକରେ ୫, ଯାଜପୁରରେ ୫ ଓ କେନ୍ଦ୍ରାପଡ଼ାରେ ୩ ଜଣଙ୍କ ସମେତ ରାଜ୍ୟର ବିଭିନ୍ନ ଆଡ଼େ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top