ଗରୀବ ପାଇବେ କମ୍ ସୁଧ

News Story - Posted on 2017-07-31

ସାଧାରଣ ସଂଚୟ ଉପରେ ସୁଧହାର ହ୍ରାସ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯେଉଁ ସଂଚୟ ଖାତାଗୁଡ଼ିକରେ ୧ କୋଟିରୁ କମ୍ ଜମା ରହିଛି ତା’ ଉପରେ ସୁଧ ହାର ୪ ପ୍ରତିଶତରୁ ୩.୫ ପ୍ରତିଶତକୁ ହ୍ରାସ କରାଯାଇଛି । କିନ୍ତୁ ଯେଉଁ ସଂଚୟ ଖାତାରେ ୧ କୋଟିରୁ ଅଧିକ ଟଙ୍କା ଜମା ରହିଛି ସେଗୁଡ଼ିକୁ ପୂର୍ବ ପରି ୪ ପ୍ରତିଶତ ହାରରେ ସୁଧ ଦିଆଯିବ ।

 

ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ ସଂଚୟ ଜମା କରୁଥିବା ଗରୀବ ଲୋକମାନେ କମ୍ ସୁଧ ପାଇବେ ଓ କୋଟିପତିମାନେ ଅଧିକ ସୁଧ ପାଇବେ । ଦେଶରେ ଏବେ ଷ୍ଟେଟ ବ୍ୟାଙ୍କର ଯେତେ ସଂଚୟ ଖାତା ରହିଛି ତାହାର ପ୍ରାୟ ୯୦ ପ୍ରତିଶତ ଖାତାର ଜମା ପରିମାଣ ୧ କୋଟି ଭିତରେ । ଏହି ସମସ୍ତ ଖାତାଧାରୀ ଏଣିକି ନିଜ ସଂଚୟ ଉପରେ କମ୍ ସୁଧ ପାଇବେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top