ସଂପୂର୍ଣ୍ଣ ଉଚ୍ଛେଦ ହେବ ଗ୍ୟାସ ସବ୍ସିଡି

News Story - Posted on 2017-07-31

ଏଲପିଜି ଗ୍ୟାସ ଉପରୁ ସବୁ ପ୍ରକାର ସବସିଡ଼ି ହଟାଇନେବେ ସରକାର । ଏ ସଂକ୍ରାନ୍ତରେ ସରକାରୀ ଗ୍ୟାସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଣିକି ଏହି କମ୍ପାନୀଗୁଡ଼ିକ ରିହାତିଯୁକ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟ ପ୍ରତି ମାସ ୪ ଟଙ୍କା ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟାରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଗ୍ୟାସ ସବସିଡି ସଂପୂର୍ଣ୍ଣ ଉଚ୍ଛେଦ ହୋଇପାରିବ ।
ପୂର୍ବରୁ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ଆଦି ସରକାରୀ ତୈଳ ଓ ଗ୍ୟାସ କମ୍ପାନୀଗୁଡ଼ିକୁ ସରକାର ୧୪.୨ କିଲୋଗ୍ରାମ ଓଜନ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଦର ପ୍ରତି ମାସ ୨ ଟଙ୍କା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହାକୁ ୪ ଟଙ୍କାକୁ ବୃଦ୍ଧି କରିବାକୁ ସାନି ନିର୍ଦ୍ଦେଶ ଦିଆଯାଇଛି ।

 

ଗ୍ୟାସ ସବସିଡି ସଂପୂର୍ଣ୍ଣ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ସରକାର ୨୦୧୬ ଜୁନ ୧ ତାରିଖରେ ଏପରି ନିର୍ଦ୍ଦେଶ ଦେବା ପରଠୁଁ ସରକାରୀ କମ୍ପାନୀଗୁଡ଼ିକ ମଝିରେ ମଝିରେ ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ବୃଦ୍ଧି କରିଚାଲିଛନ୍ତି । ଚଳିତ ଜୁଲାଇ ପହିଲାରେ କମ୍ପାନୀଗୁଡ଼ିକ ଏକା ଥରକେ ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ଦର ୩୨ ଟଙ୍କା ବୃଦ୍ଧି କରିଥିଲେ ।

 

ଦେଶରେ ଏବେ ୧୮.୧୧ କୋଟି ସବସିଡି ଯୁକ୍ତ ଗ୍ୟାସ ଉପଭୋକ୍ତା ଅଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜାନାରେ ଉପକୃତ ୨.୫ କୋଟି ଗରୀବ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଏହି ମହିଳାମାନଙ୍କ ସମେତ ସମସ୍ତ ସବସିଡିଯୁକ୍ତ ଗ୍ୟାସ ଉପଭୋକ୍ତା ଆସନ୍ତା ୨୦୧୮ ମାର୍ଚ୍ଚଠାରୁ ଆଉ ଗ୍ୟାସ ରିହାତି ପାଇବେ ନାହିଁ । ଏବେ ଏହି ରିହାତିଯୁକ୍ତ ଉପଭୋକ୍ତାଙ୍କ ବ୍ୟତିତ ଦେଶରେ ୨.୬୬ କୋଟି ରିହାତିରହିତ ଗ୍ୟାସ ଉପଭୋକ୍ତ ଅଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top