ପାରାଦୀପ-ଚଣ୍ଡିଖୋଲ ରାସ୍ତା ହେବ ୬ ଲେନ୍

News Story - Posted on 2017-07-31

ଦେଶର ୭୯ଟି ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ଏବଂ ବନ୍ଦର ସନ୍ନିକଟ ଉପକୂଳ ରାସ୍ତାଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଜାହାଜ ଚଳାଚଳ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏନ୍ଏଚ୍ଏଆଇ ସହ ଏଥିପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ୨୦୧୭ ମେ ମାସ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଇଂଟିଗ୍ରେଟେଡ ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ ସମିଟ୍’ ଅବସରରେ ସାଗରମାଳା ପ୍ରକଳ୍ପ ଅଧୀନରେ ଏହି ପଦକ୍ଷେପଗୁଡ଼ିକ ହାତକୁ ନିଆଯାଇଥିବା ଜାହାଜ ଚଳାଚଳ, ସଡ଼କ ପରିବହନ, ରାଜପଥ, ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଲାଲ ମାଣ୍ଡଭିୟ ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

ବିକାଶ ପାଇଁ ଚିହ୍ନଟ ହୋଇଥିବା ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ୩ଟି ସଡ଼କ ରହିଛି । ଏହି ପ୍ରକଳ୍ପ ଅଧୀନରେ ପାରାଦୀପ-ଚଣ୍ଡିଖୋଲ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ସେହିପରି ଧାମରା ବନ୍ଦରକୁ ସଂଯୋଗ ରାସ୍ତା ବା ଜାମୁଝାଡ଼ି-ଧାମରା ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରାଯିବ । ଏହା ବାଦ ୫ ନମ୍ବର ଜାତୀୟ ରାଜପଥର ଛତ୍ରପୁରଠାରୁ ଗୋପାଳପୁର ବନ୍ଦରକୁ ରାସ୍ତା ସଂଯୋଗ କରାଯିବ । ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗରେ ଅବସ୍ଥିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top