ମେଣ୍ଡାକୁ ମାରୁଛି କିଏ?

News Story - Posted on 2017-07-07

ଚାରୁ ଚନ୍ଦନ ଦାଶ

 

ପ୍ରତିଫଳିତ ହେଉଥାଏ ସେଇ ଚେହେରାଟି। ଧୀର, କୋମଳ ଓ ଅବର୍ଣ୍ଣନୀୟ। ପୁଣି କେତେବେଳେ ବିରାଟକାୟ ରୂପ। ମୁଖମଣ୍ଡଳରେ ଦୋଦୁଲ୍ୟମାନ ପରିସ୍ଥିତିର ସଂକେତ।

 

ବାସ‌୍‍, କେବଳ ଏକ ଫଳର ପ୍ରତୀକ୍ଷାରେ ବଞ୍ଚି ରହିଥାଏ ମଣିଷଟି। ଏଇ ସାଙ୍ଗେ ସାଙ୍ଗେ ମରି ଯିବନି ତ! କିଛି କହିବା ପୂର୍ବରୁ ଫୁର‌୍‍ କିନା ପ୍ରାଣବାୟୁ ଉଡ଼ିଯିବନି ତ! ଏମିତି ଅସମାହିତ ପ୍ରଶ୍ନ। ଅନିର୍ବାଣ ଯୁକ୍ତି। କାହା ସାଙ୍ଗେ ନୁହେଁ, ବଂର ନିଜ ସାଙ୍ଗେ। ମନ ଭିତରେ କୋକୁଆ ଭୟ ଗୁଞ୍ଜରିତ ହେଉଥାଏ ପ୍ରତିଟି ମୁହୂର୍ତ୍ତରେ। କିଛି ପାଇବା ପାଇଁ ମୁହେଁ, ହେଇପାରେ ମିଛି ହରାଇବା ପାଇଁ ବି ନ ହୋଇଥାଇପାରେ। ଏମିତି ହେବା ଆଉ ନହେବାର ଦୋ ଛକି ଭିତରେ ସର୍ବଦା ସିଏ ଆଶ୍ରିତ।

 

ତେବେ ସେ କିଏ? ମୁଁ, ଆପଣ ଅବା ଆଉ କିଏ। ହଁ, ନିଶ୍ଚିତ ଭାବରେ। ଆମ ଭିତରୁ ତ କେହି ଜଣେ ହେଇଥିବ ନା। କିଏ କହୁଛି ଗୁଣି ଗାରେଡ଼ି ହେଇଥାଇପାରେ, ଆଉ କିଏ କହୁଛି ଗଧିଆ କି ରାମ ଶିଆଳ ଆସି କଲିଜା କାଢି ଖାଇ ଦେଉଛି। ତେବେ ପ୍ରକୃତରେ କିଏ ସେ?

 

ଗତ କିଛିଦିନ ହେବ କଟକ ଜିଲ୍ଲା ନିଆଳି ଲଗାତର ଭାବେ ଖବରକାଗଜ ତଥା ବୈଦ୍ୟୁତିକ ଗଣମାଧ୍ୟମର ଶିରୋନାମା ପାଲଟିଛି। ସ୍ୱତନ୍ତ୍ର ଉପସ୍ଥାପନା, ଗ୍ରାଉଣ୍ଡଜିରୋ ଆଦିରେ ଫାଳ ଫାଳ କାଗଜ ସରୁଥିବାବେଳେ  ଟିଭିରେ ଘଣ୍ଟା ଘଣ୍ଟା ଧରି ଏହି ଖବର ବାଜୁଛି। ଏଇ କିଛି ଦିନ ହେଲା ତ କେତେକ ଟିଭିରେ ଗଧିଆ ଭିଡ଼ିଓ ଦେଖିବାକୁ ମିଳୁଛି। ହେଲେ ଏଇ ଭିଡ଼ିଓ ପ୍ରକୃତରେ କେତେ ସତ ତାହା ସମୟ ଆସିଲେ ଜଣାପଡ଼ିବ। ତେବେ ସେ ଯାହା ବି ହେଉ, ମେଣ୍ଢା ମଡ଼କକୁ ନେଇ ସଙ୍ଗୀତ ପ୍ରେମୀମାନେ ବି ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପଛେଇ ନାହାନ୍ତି। କିଛିଦିନ ହେବ ମାର୍କେଟରେ ଏବେ ଶୁଣିବାକୁ ମିଳୁଛି ନିଆଳି ମେଣ୍ଢା ମାରୁଛି କିଏ। ବଡ଼ ମଜାଦାର ଗୀତଟିଏ ତିଆରି କରାଯାଇଛି। ତେବେ ପ୍ରକୃତରେ ଏହି ଘଟଣା ପଛରେ ଖଳନାୟକ କିଏ, ତାହା ଏଯାଏ ଜଣାପଡ଼ିନି।

 

ଦାନ ମାଝି, ନଗଡ଼ା ଶିଶୁ ମଡ଼କ, ଜାପାନୀ ଜର, ଆମ୍ୱ ଟାକୁଆ ଜନିତ ମୃତ୍ୟୁ ଆଦି ଘଟଣା ପରେ ଏବେ ମେଣ୍ଢା ମଡ଼କ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଯୁଆଡେ଼ ଯିବେ ଖାଲି ଗୋଟିଏ କଥା, ଆରେ ସେଇ ମେଣ୍ଢାକୁ ପ୍ରକୃତରେ କିଏ ମାରୁଛି !

 

ଗୋଟିଏ ଛୋଟିଆ ଉଦାହରଣ। ଏଇ କିଛିଦିନ ପୂର୍ବରୁ ଗାଁକୁ ଯାଇଥିଲି ମୋର ସମ୍ପର୍କୀୟ ଜଣେ ପଚାରିଲେ, ନିଆଳି ଯାଇଥିଲୁ? ଆରେ ପ୍ରକୃତରେ ସେଇ ମେଣ୍ଢାକୁ କିଏ ମାରୁଛି? ଗୁଣି ଗାରେଡ଼ି ନୁହେଁ ତ! ଏମିତି ପ୍ରଶ୍ନ ଉପରେ ପ୍ରଶ୍ନ। କିଛି ସମୟ ପାଇଁ ଲାଗିଲା ଯେ, ମଁୁ ଜଣେ ଅପରାଧୀ ଆଉ ମୋତେ କାଠଗଡ଼ାରେ ଛିଡ଼ା କରାଇ ସିଏ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଛନ୍ତି।

 

କିଛି ସମୟ ପରେ ଆଉ ଦୁଇ ଜଣ ଆସି ସେଠାରେ ପହଞ୍ଚି ଯିବା ପରେ ଆରମ୍ଭ ହୋଇଥିଲା ବିତର୍କ। ପ୍ରସଙ୍ଗ ରହିଲା, ମେଣ୍ଢାକୁ ମାରୁଛି କିଏ? ଏଠାରେ କହିବା ବାହୁଲ୍ୟ, ପ୍ରକୃତ ଘଟଣାଠୁ ଦୂରରେ ରହି ଖବର ପ୍ରସାରଣ କରିବା ଆଜିର ଦ୍ରୁତ ଖବର ଯୁଗର ନୀତି ହୋସାରିଛି।

 

୧୯୮୪ ମସିହାରେ କଟକ ଜିଲ୍ଲା ନରସିଂହପୁରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ପଣା ସଂକ୍ରାନ୍ତି ଦିନ ରାମ ଶିଆଳ ଏକ ଛୁଆକୁ ଘରୁ ଉଠାଇ ନେଇଥିଲା। ତେବେ ଅନେକ ଖୋଜାଖୋଜି ପରେ ଛୁଆର ମୁଣ୍ଡଗଣ୍ଡି ଅଲଗା ଶବକୁ ଲୋକମାନେ ଖୋଜି ପାଇଥିଲେ। କିଛିଦିନ ପୂର୍ବରୁ ନିର୍ଭୟରେ ପ୍ରକାଶିତ ଏକ ଅନୁଭୂତି ଖବରର ଜଣେ ଅଧିକାରୀ ରାମଶିଆଳକୁ ଛକି ମାରିଥିଲେ ତାହା ବର୍ଣ୍ଣନା କରିଥିଲେ। ସେତେବେଳେ ସେହି ଖବର ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା।

 

ଅନ୍ୟପକ୍ଷରେ ନିଆଳି ପରେ ଏବେ କଳାହାଣ୍ଡି ଜିଲ୍ଲାରେ ଛେଳି, ମେଣ୍ଢା ମାରୁଥିବା ଅଭିଯୋଗ ହେଉଛି। ତେବେ ପ୍ରଶ୍ନ ଉଠୁଛି ଯେ, କାହିଁକି ଚେଳି, ମେଣ୍ଢା ମରୁଛନ୍ତି? ହେଇପାରେ, ଜଙ୍ଗଲରେ ଶିକାର ଅଭାବରୁ ରାମଶିଆଳ ହେଉ ଅବା ଗଧିଆ ଗାଁ ମୁହାଁ ହେଉଛନ୍ତି। ଅନ୍ୟପକ୍ଷରେ ଜଙ୍ଗଲ ନଷ୍ଟ ଫଳରେ ସେମାନେ ଖାଦ୍ୟ ନପାଇ ଗାଁକୁ ଖାଦ୍ୟ ପାଇଁ ଆସୁଥିବାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ, ସମାଜର ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଗରମାଧ୍ୟମ ଏଥିରୁ ନିବୃତ୍ତ ରହି ସଠିକ‌୍‍ ଖବର ପ୍ରସାରଣ କରିବା କଥା। ସମାଜରେ ଅନେକ ଖବର ଭାସୁଥିବାବେଳେ ଏଭଳି ଏକ ଖବରକୁ ହରର‌୍‍ ଆଖ୍ୟା ନଦେଇ ପ୍ରକୃତ ସତ୍ୟକୁ ଆଣିବା ନିହାତି ଦରକାର।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top