ଜିଏସ‌୍‍ଟି- ଗରୀବଙ୍କ ବିକାଶ ପାଇଁ ସାଧନ

News Story - Posted on 2017-07-06

ପ୍ରକାଶ ଚାୱଲା

 

ସଂସଦର କେନ୍ଦ୍ରୀୟ ହଲରେ ବସ୍ତୁ ଓ ସେବା କର (ଜିଏସ‌୍‍ଟି)ର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆନୁଷ୍ଠାନିକ ରୂପେ ଶୁଭାରମ୍ଭ କରାଯାଇଥିବା କ୍ଷୁଦ୍ର ଭିଡିଓଚିତ୍ରଟି ଦେଶର ସବୁଠୁ ବଡ ଟିକସ ସଂସ୍କାରର ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିଛି। ଦେଶର ସାମଗ୍ରିକ ଘରୋଇ ଉତ୍ପାଦନ ସହ ଜିଏସ‌୍‍ଟି ଶିଳ୍ପ ବାଣିଜ୍ୟ କ୍ଷେତ୍ରକୁ କିପରି ସହଜ କରିପାରିବ ସେ ସଂପର୍କରେ ଏଥିରେ ସୂଚନା ଦିଆଯାଇଛି। ଅର୍ଥନୀତିଜ୍ଞ ଏବଂ ଭାଷାକାରମାନଙ୍କ କହିବା ଅନୁଯାୟୀ ଦେଶର ଜନ ସଧାରଣ, ବିଶେଷ କରି କୋଟି କୋଟି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏହି ଆଧୁନିକ ଟିକସ ବ୍ୟବସ୍ଥା ସହାୟକ ହେବ  ।

 

ଗରୀବ ଜନ ସାଧାରଣ ବିଶେଷକରି ପୂର୍ବ ଉତ୍ତର ପ୍ରଦେଶ, ଅନ୍ୟ ପୂର୍ବାଂଚଳ ରାଜ୍ୟ ଏବଂ ଉତ୍ତର ପୂର୍ବାଂଚଳ ରାଜ୍ୟଗୁଡିକ ପାଇଁ ଜିଏସଟି ଜୀବନ ପରିବର୍ତ୍ତନକାରୀ ମାଧ୍ୟମ ହୋଇ ପାରିବ ବୋଲି ଏହାର ଶୁଭାରମ୍ଭ ଅବସରରେ ଜୁନ‌୍‍ ୩୦ ମଧ୍ୟରାତ୍ରିରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ ଉଲ୍ଲେଖ କରିଛନ୍ତି। ଏହି ସବୁ ରାଜ୍ୟଗୁଡିକ ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସତ୍ତ୍ବେ ଅନ୍ୟ ରାଜ୍ୟଗୁଡିକ ପରି ଅନୁରୂପ ବିକାଶ କରିପାରି ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ଯେ,  ଜିଏସଟି କିପରି ଦେଶର ଗରୀବ ଜନତାଙ୍କ ପାଇଁ ଲାଭପ୍ରଦ ହୋଇ ପାରିବ? କିମ୍ୱା ସେହି ପୁରୁଣା କଥା ପରି ଧୀରେ ଧୀରେ ଅପସରି ଯିବ। ଦେଶର ବହୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଜିଏସଟି ସଂପର୍କରେ କହିଛନ୍ତି ଯେ, ଏହା ଦେଶର ପରିପକ୍ୱ ଶାସନତନ୍ତ୍ର ଏବଂ ସହଯୋଗ ସଂଘୀୟବାଦର ଏକ ନମୂନା। ଯଦ୍ୱାରା ଖାଲି ଉତ୍ପାଦନ କୈନ୍ଦ୍ରିକ ନୁହେଁ ଜନ କୈନ୍ଦ୍ରିକ ବ୍ୟବସ୍ଥାକୁ ଜନ୍ମ ଦେଇଛି।

 

ଗ୍ରାହକଙ୍କ ଫାଇଦା ପାଇଁ ଉତ୍ପାଦ ଶୁଳ୍କ ଓ ଅନ୍ୟାନ୍ୟ ଲେଭି ପରି ଜିଏସଟିର ୭ଟି କେନ୍ଦ୍ରୀୟ ଓ ୮ଟି ରାଜ୍ୟ ଶୁଳ୍କର ମିଶ୍ରଣ କରାଯାଇଛି। ସିଧା କଥାରେ କହିବାକୁ ଗଲେ,  ଯେଉଁ ରାଜ୍ୟରେ ଅଧିକ ଖାଉଟୀ ସେମାନେ ଅଧିକ ଟିକସ ଆଦାୟ କରିପାରିବେ। ଯଦ୍ୱାରା ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା କ୍ଷେତ୍ରରେ ପଯ୍ର୍ୟାପ୍ତ ସମ୍ୱଳ ମିଳିପାରିବ ଏବଂ ରାଜ୍ୟଗୁଡିକର ସାମଗ୍ରିକ ଅର୍ଥନୈତିକ ବିକାଶ ସମ୍ଭବ ହେବ। ଉତ୍ତର ପ୍ରଦେଶ, ବିହାର, ଓଡିଶା, ପଶ୍ଚିମଂଚଳ  ଏବଂ ଉତ୍ତର ପୂର୍ବାଂଚଳ ରାଜ୍ୟ, ଯେଉଁ ଠାରେ କି ଉତ୍ପାଦନ ଭିତ୍ତିକ ଶିଳ୍ପ ନାହିଁ  ଏବଂ ରାଜସ୍ୱ ହରାଉଛନ୍ତି। ସେହି ସବୁ  ରାଜ୍ୟ ଜିଏସଟି କାର୍ଯ୍ୟକାରୀ ହେବାର ପାଂଚବର୍ଷ ମଧ୍ୟରେ ଫାଇଦା ପାଇ ପାରିବେ। ଅଧିକ ଖାଉଟୀ ଥିଲେ, ଅଧିକ ରାଜସ୍ୱ ସଂଗ୍ରହ ହୋଇ ପାରିବ। କାରଣ ଖାଉଟୀମାନଙ୍କ ଦ୍ୱାରା ଆର୍ଥିକ ସଶକ୍ତିକରଣ ସମ୍ଭବ।

 

ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଏବଂ କର୍ଣ୍ଣାଟକ ପରି ଉତ୍ପାଦନକାରୀ ରାଜ୍ୟ ମଧ୍ୟ ସେମାନଙ୍କର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରି ପାରିବେ। ଏହି ରାଜ୍ୟଗୁଡିକ କାରବାରରୁ ବିପୁଳ ସମ୍ୱଳ ସଂଗ୍ରହ କରି ବିକାଶ ଉଦ୍ୟମ ଜାରି ରଖିପାରିବେ। ଏହି ଉତ‌୍‍ଫୁଲ୍ଲତା ଉଭୟ ଘରୋଇ ଏବଂ ବିଶ୍ୱସ୍ତରୀୟ ନିବେଶକାରୀଙ୍କୁ ସ୍ୱାର୍ଥ ରକ୍ଷା କରିବା ସହ ଉତ୍ପାଦନ ଭିତ୍ତିକ ଏବଂ ସେବାଭିତ୍ତିକ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି କରିପାରିବ।

 

ଜିଏସ‌୍‍ଟି ବ୍ୟବସ୍ଥା ଦ୍ୱାରା ଦେଶର ବାଣିଜ୍ୟ କ୍ଷେତ୍ରରେ ଥିବା ଅସମାନତାର ପରି ସମାପ୍ତି ଘଟିବ।  ଏହା ଦେଶର ରପ୍ତାନୀ କାରବାରରେ ବୃଦ୍ଧି ଆଣିପାରିବ। ଏହି ବ୍ୟବସ୍ଥା ଦ୍ୱାରା  କେବଳ  ବିକଶିତ ରାଜ୍ୟଗୁଡିକର ଫାଇଦା ହେବ ନାହିଁ। ବରଂ ବିକାଶ କ୍ଷେତ୍ରରେ ପଛୁଆ ରାଜ୍ୟଗୁଡିକ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରି ପାରିବ। ବିହାର, ପୂର୍ବ ଉତ୍ତର ପ୍ରଦେଶ, ପଶ୍ଚିମ ବଂଗ,  ଓଡିଶା ଏବଂ ଉତ୍ତର ପୂର୍ବାଂଚଳ ରାଜ୍ୟଗୁଡିକ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ଏହି ସମସ୍ତ ରାଜ୍ୟ ପ୍ରାକୃତିକ ସମ୍ପଦରେ ଭରପୂର। ଏହି ରାଜ୍ୟଗୁଡିକ ଯେତେବେଳେ ଏକକ କର ବ୍ୟବସ୍ଥା ଭିତରକୁ  ଆସିବେ ସେତେବେଳେ ଯାହା କିଛି ତୃଟି ବିଚ୍ୟୁତି କିମ୍ୱା ଅଭାବ ରହିଛି ତାହା ଦୂର ହୋଇଯିବ ଏବଂ ଦେଶ ଆଗକୁ ମାଡି ଚାଲିବ। ବିକାଶ କ୍ଷେତ୍ରରେ ସବୁ ରାଜ୍ୟ ସମାନ ସୁବିଧା ସୁଯୋଗ ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଭାଷାରେ ‘ଏକ ରାଷ୍ଟ୍ର- ଏକ କର’ ‘ଗଂଗାନଗରରୁ ଇଟାନଗର’  ନିଶ୍ଚିତ ରୂପେ ଶିଳ୍ପ ସଂସ୍ଥା, ବାଣିଜ୍ୟ କାରବାର ଏବଂ ସାଧାରଣ ଜନତାଙ୍କ ପାଇଁ ଜୀବନକୁ ସହଜ ଓ ସରଳ କରିପାରିବ। ଏହା ମଧ୍ୟ ଆର୍ଥିକ ଦେଣଦେଣକୁ ସଚୋଟ ଓ ପାରଦର୍ଶୀ କରିବାରେ ସହାୟକ ହେବ  ସେଥିପାଇଁ ନୂତନ ଶାସନ ସଂସ୍କୃତିରେ  ଜିଏସ‌୍‍ଟିକୁ ଉତ୍ତମ ଶାସନ ସଂସ୍କୃତିରେ ‘ଉତ୍ତମ ଏବଂ ସରଳ କର’ ରୂପେ ଆଖ୍ୟା ଦିଆଯାଉଛି।

ଜି

ଏସଟିକୁ ବାସ୍ତବ ରୂପେ ଦେବା କ୍ଷେତ୍ରରେ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଜିଏସ‌୍‍ଟି ଗୋଟିଏ ସରକାର କିମ୍ୱା ଗୋଟିଏ ଦଳର ସିଦ୍ଧି ନୁହେଁ, ଏହା  ସମସ୍ତଙ୍କ ଉଦ୍ୟମର ଫଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୂର୍ବ ସରକାରଙ୍କ ଅମଳରେ ଅର୍ଥମନ୍ତ୍ରୀ ଥିବା ବେଳେ ଜିଏସଟିର ପ୍ରଗତିରେ ପ୍ରମୁଖ ଭୂମିକା ନେଇଥିଲେ। ରାଷ୍ଟ୍ରପତି  ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ଗୁଡିକ ମଧ୍ୟରେ ସହଯୋଗ ଓ ସହମତି ଯୋଗୁଁ ଟିକସ କ୍ଷେତ୍ରରେ ନୂତନ ଯୁଗର ଅୟମାରମ୍ଭ ହୋଇଛି। ସଂକୀର୍ଣ୍ଣ ରାଜନୈତିକ ବିଚାରକୁ ପରିହାର କରି ରାଷ୍ଟ୍ରର ହିତରେ ସବୁଦଳ ସହଯୋଗ କରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ଏହା ଭାରତୀୟ ଗଣତନ୍ତ୍ରର ପରିପକ୍ୱତା ଅଭିଜ୍ଞତା ଓ ବିଚାରଶୀଳତାର ନିଦର୍ଶନ ବୋଲି ସେ କହିଛନ୍ତି।

 

ଏହି ନୂତନ ଟିକସ  ଢାଂଚାରେ କର ଉପରେ କର ପରି ଚାଲି ଆସିଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆସି ପାରିବ। କର ବୋଝ ହ୍ରାସ ପାଇବ। ଦ୍ରବ୍ୟ ଓ ବିଭିନ୍ନ ସେବାର ଦର ହ୍ରାସ ପାଇପାରିବ। ଏହା ଖାଉଟୀଙ୍କ ପାଇଁ ସହାୟକ ହେବ। ପୂର୍ବ କର ବ୍ୟବସ୍ଥାରେ ଶେଷ ସ୍ତରରେ ଭେଣ୍ଡର ଉପରେ ପଡୁଥିବା ଉତ୍ପାଦ ଶୁଳ୍କ ସେବା କର, ଭାଟ ଏବଂ ଅନ୍ୟାନ୍ୟ ପରୋକ୍ଷ କର ଦୂର ହୋଇପାରିବ। ବିଶିଷ୍ଟ କର ବିଶେଷଜ୍ଞ ଶ୍ରୀ ବ୍ରିଜ ଭୂଷଣଙ୍କ ମତରେ ଜିଏସଟିର ଫାଇଦା ଶେଷ  ପର୍ଯ୍ୟାୟରେ ଖାଉଟୀ ବାଟ ଦେଇ ସପ୍ଲାୟର ପାଖରେ ପହଂଚିବ।

 

ଜିଏସଟି ଦ୍ୱାରା ସାଧାରଣ  ଜନତା ବହୁଳ ଭାବେ ଉପକୃତ ହେବେ ଏବଂ ଶିଳ୍ପ ସଂସ୍ଥାଗୁଡିକ ମଧ୍ୟ ଫାଇଦା ପାଇବେ ବୋଲି  ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କହିଛନ୍ତି ସାଧାରଣ ଜନତାଙ୍କ ଫାଇଦା ପାଇଁ ଆଂଟି ପ୍ରଫିଟରିଙ୍ଗ  ଅଥରିଟୀ ଜରିଆରେ ସରକାର ତାଙ୍କ କ୍ଷମତା ପ୍ରୟୋଗ କରିବେ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

 

ଜିଏସଟି  କାର୍ଯ୍ୟକାରୀ ହେବାର ପ୍ରାଥମିକ ପର୍ଯ୍ୟାୟରେ କିଛି ଅସୁବିଧା ଉପୁଜିପାରେ, ତେବେ ତାହା  ଗଠନମୂଳକ ଅନ୍ତରାୟ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରାରମ୍ଭିକ କ୍ଷେତ୍ରରେ ଦେଖା ଦେବାକୁ  ଥିବା ସମସ୍ୟାକୁ ଦୂର କରାଯାଇ ପାରିବ। ଜିଏସଟି ହେବ ଜନକୈନ୍ଦ୍ରିକ ଏବଂ ଜୀବନ ରୂପାରନ୍ତର ପାଇଁ ସକ୍ଷମ। (ପିଆଇବି)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top