ଏବେ ବି ଅଛନ୍ତି ଜାନୁ ଘଣ୍ଟ!

News Story - Posted on 2017-07-05

ଦ୍ବିିତୀ ଚନ୍ଦ୍ର ସାହୁ

ଆଧୁନିକ ଯୁଗରେ ଅନେକ କିଛି ବଦଳି ଯାଇଛି। ତଥାପି ଏବେ ବି ଗାଁ ଗହଳିରେ ବଂଚି ରହିଛି କିଛି ନିଆରା ପରମ୍ପରା। ସେମିତି ଏକ ନିଆରା ପ୍ରଥା ହେଉଛି ଜାନୁ ଘଣ୍ଟ ପର୍ଶୁରାମ।

 

ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକର ଜୀରା ଗ୍ରାମରେ ବସବାସ କରୁଥିବା ବୈଷ୍ଣବ ସଂପ୍ରଦାୟର ଲୋକେ ଏଇ ବୃତ୍ତିରେ ଏବେ ବି ନିୟୋଜିତ ଅଛନ୍ତି। ପର୍ଶୁରାମଙ୍କ ଦାୟାଦ ଭାବେ ଦାବି କରୁଥିବା ଏଇ ସମ୍ପ୍ରଦାୟର ଲୋକେ ସକାଳ ପହରୁ ଭିକ୍ଷା ଅନ୍ବେଷଣରେ ଘରୁ ବାହାରି ଆସନ୍ତି। ବିଭିନ୍ନ ଗ୍ରାମ ବୁଲି ଭିକ୍ଷା ଗ୍ରହଣ କରନ୍ତି। ଗ୍ରାମ ଦାଣ୍ଡରେ ସେମାନେ ନିଜସ୍ବ ଢଙ୍ଗରେ ପର୍ଶୁରାମଙ୍କ ଗୀତ ଗାନ କରନ୍ତି।

 

ଜଂଘରେ ପିତ୍ତଳ ଘଂଟ ବାନ୍ଧିବା ସହ କାନ୍ଧରେ ପଟ ଚିତ୍ର ଚିତ୍ରିତ ମାଟି ହାଣ୍ଡି। ଡାହାଣ ହାତରେ ପର୍ଶୁରାମଙ୍କ ଟାଙ୍ଗି ଧରି ଗାଁର ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଗୀତ ଗାଇଥାନ୍ତି। ଦୁଆର ମୁହଁରେ ଠିଆ ହୋଇ କେବେ ବି ଅନ୍ୟ ଭିକ୍ଷୁକ ଭଳି ଭିକ୍ଷା ମାଗନ୍ତିନି। ଘଣ୍ଟ ଶବ୍ଦ ସହ ଗୀତ ଶୁଣି ଘରର ସ୍ତ୍ରୀ ଲୋକେ ଚାଉଳ, ଡାଲି, ପରିବା ଆଦି ଯାହା ଦିଅନ୍ତି ତାକୁ ନେଇ ସୂର୍ଯ୍ୟାସ୍ତ ପୂର୍ବରୁ ରୋଷେଇ କରି ଖାଇଥାନ୍ତି।

 

ଏହି ସମ୍ପ୍ରଦାୟର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବା ବେଳେ ପିଲାମାନଙ୍କ ଶିକ୍ଷାର ସ୍ଥିତି ସେତେ ଭଲ ନୁହେଁ। ତେବେ ଧୀରେ ଧୀରେ ଏଇ ସମ୍ପ୍ରଦାୟର ଲୋକେ ଏଇ କୌଳିକ ପରମ୍ପରାଠୁ ଦୂରେଇ ଯାଉଥିବାବେଳେ ଯେଉଁ କେତେ ଜଣ ଅଛନ୍ତି ସେମାନେ ଏବେ ବି ନିଜ ପରମ୍ପରାକୁ ଜାବୋଡି ଧରିଛନ୍ତି। ଅବଶ୍ୟ ବଦଳୁଥିବା ସମୟ ଏମାନଙ୍କ ପ୍ରଥା ଓ ଭେକରେ ବି ପରିବର୍ତ୍ତନ ଆଣିଦଇଛି।


ପ୍ରତିକ୍ରିୟା

Uma Charan Behera - Email: umacharan1963@gmail.com - Posted on 2017-07-05 16:32:47

Amey odia amara pachini pratha ku baad dei banchiba asambhab kichhi kicchi baad deipariba kintu puratana pratha baad dei chaliba.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top