ମଣିଷ ଘରେ ସାପ ବସା!

News Story - Posted on 2017-06-30

 

ଯାଜପୁର ଜିଲାର ପାଣିକୋଇଲି ଥାନା ଅନ୍ତର୍ଗତ ବରେଇ ଗ୍ରାମର ଜନୈକଙ୍କ ଘରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ୨୫ଟି ଜୀବିତ ସାପ ସହ ୩ଟି ମୃତ ସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପ ଭିତରେ ୨୨ଟି ନାଗଛୁଆ, ସେମାନଙ୍କ ମା’ ନାଗୁଣୀ ଏବଂ ୨ଟି ରଣା ସାପ ରହିଛନ୍ତି। ଏକକାଳୀନ ଗୋଟିଏ ଘରୁ ଜୀବିତ ଏବଂ ମୃତ ମିଶାଇ ୨୮ଟି ସାପ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ଜୁନ ୨୫ ତାରିଖ ମଙ୍ଗଳବାର ଉଦ୍ଧାର ସାପଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ସାପକୁ ଦେଖିବା ନିମନ୍ତେ ଉକ୍ତ ଗ୍ରାମ ସମେତ ପାଖ ଗାଁରୁ ସହସ୍ରାଧିକ ଲୋକ ରୁଣ୍ଡ ହୋଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଘରୁ ସାପ ଉଦ୍ଧାର ହୋଇଛି, ସେହି ଘରେ ୬୫ ବର୍ଷର ଜନୈକା ମହିଳା ରହୁଥିଲେ ହେଁ ସେ ଏବିଷୟରେ କିଛି ବି ଜାଣିନଥିଲେ କି ସାପ ତାଙ୍କର କିଛି କ୍ଷତି କରିନଥିଲା।

 

ବରେଇ ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ସ୍ତ୍ରୀ ଉଷାରାଣୀ (୬୫) ରହୁଥିବା ଘରୁ ବିଭିନ୍ନ ସମୟରେ ସାପ ବାହାରିବା ନେଇ ତ‌୍‍ାଙ୍କ ବଡ଼ଝିଅ ଅନୁପମା ସ୍ନେକ‌୍‍ ହେଲ୍ପ ଲାଇନ ଯାଜପୁର ରୋଡ଼ର ସଦସ୍ୟଙ୍କୁ ଫୋନ କରି ଜଣାଇଥିଲେ। ରମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ୪ ଜଣ ବରେଇରେ ପହଁଚିଥିଲେ। କେଉଁ ସ୍ଥାନରୁ ସାପ ବାହାରୁଛି ଜାଣିବା ପରେ ମାଟିଘରେ ଥିବା ମଝି ଖୁଣ୍ଟ ପାଖକୁ ଖୋଳିଥିଲେ। ହେଲ୍ପ ଲାଇନ‌୍‍ ସଦସ୍ୟ ଗୋଟିଏ ପରେ ଗୋଟିଏ କରି ଘରର ମଝିଖୁଣ୍ଟ ଚାରିପାଖରେ ବିରାଟକାୟ ଗାତ ଭିତରୁ ସାପଗୁଡ଼ିକୁ ଉଦ୍ଧାର କରିଚାଲିଥିଲେ।

 

ଉଦ୍ଧାର ସାପଙ୍କ ଭିତରେ ୩ଟି ନାଗ ସାପ ମୃତ ରହିଥିବା ବେଳେ ଗୋଟିଏ ବଡ଼ସାପ, ୨୨ଟି ଛୁଆ ନାଗ ଏବଂ ୩ଟି ରଣା ସାପ ଥିଲେ। ଅକ୍ଷତ ଅବସ୍ଥାରେ ଉଦ୍ଧାର ସାପଙ୍କୁ ଉପସ୍ଥିତ ବନ ବିଭାଗ ଅଧିକାରୀ ସନାତନ ମିଶ୍ରଙ୍କୁ ସ୍ନେକ‌୍‍ ହେଲ୍ପ ଲାଇନ‌୍‍ ସଦସ୍ୟ ହସ୍ତାନ୍ତର କରିଥିଲେ। ଘରେ ରହୁଥିବା ମହିଳା ଉଷାରାଣୀଙ୍କ କହିବା ମତେ ବିଗତ ଦିନରେ ଘର ଭିତରେ ବୁଲୁଥିବା ବେଳେ ସେ ୪-୬ଟି ସାପକୁ ପିଟି ମାରି ଦେଇଥିଲେ। କିନ୍ତୁ ଘର ଭିତରେ ସାପ ବସାକରି ରହିଥିବା ସେ ଜାଣି ନଥିଲେ। ଜୁନ ୨୪ ତାରିଖ ରାତିରେ ତାଙ୍କ କାନ ଉପରେ କ’ଣ ଗୋଟାଏ ଚଢ଼ିଯିବା ଜଣିପାରି ସାପ ବୋଲି ସନ୍ଦେହ କରିଥିଲେ। ଏକଥା ଝିଅକୁ ଜଣାଇବା ପରେ ସେ ସ୍ନେକ ହେଲଁ ଲାଇନ‌୍‍କୁ ଖବର କରିଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top